Videos
|
Sports

No Handshake Policy / ପୁଣି ‘NO HANDSHAKE’ ! ଭାରତ-ପାକ୍ ମ୍ୟାଚ୍ ପୂର୍ବରୁ ବଡ଼ ପ୍ରଶ୍ନ, କ’ଣ କରିବ ଟିମ୍ ଇଣ୍ଡିଆ?

Santosh Kumar Sahoo
Browse all articles by Santosh Kumar Sahoo
·58 mins ago·2 min read
ପୁଣି ‘NO HANDSHAKE’ ! ଭାରତ-ପାକ୍ ମ୍ୟାଚ୍ ପୂର୍ବରୁ ବଡ଼ ପ୍ରଶ୍ନ, କ’ଣ କରିବ ଟିମ୍ ଇଣ୍ଡିଆ?
No Handshake Policy

Key Points

ଭାରତ-ପାକିସ୍ତାନ ମହାମୁକାବିଲା
ହେବ କି ହ୍ୟାଣ୍ଡଶେକ୍ ?
ହରମନପ୍ରୀତଙ୍କ ଉତ୍ତରକୁ ନେଇ ବଢ଼ିଲା ଚର୍ଚ୍ଚା
ପୁଣି ମଇଦାନରେ ଭାରତ-ପାକିସ୍ତାନ ମହାମୁକାବିଲା । ମହିଳା ଏସିଆ କପ୍ ୨୦୨୬ରେ ଶନିବାର ଦୁଇ ପଡ଼ୋଶୀ ଦେଶର ମହିଳା ଟିମ୍ ସାମ୍ନାସାମ୍ନି ହେବେ । ଭାରତୀୟ ଦଳ ଆଗରୁ ସେମିଫାଇନାଲ୍ ଟିକେଟ୍ ପକ୍କା କରିସାରିଥିବା ବେଳେ, ପାକିସ୍ତାନକୁ ହରାଇ ଲିଗ୍ ପର୍ଯ୍ୟାୟ ଶେଷ କରିବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ତେବେ ଏହି ହାଇଭୋଲ୍ଟେଜ୍ ମୁକାବିଲା ପୂର୍ବରୁ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ରହିଛି, ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ କି ଭାରତୀୟ ମହିଳା କ୍ରିକେଟର୍‌ ? ‘ନୋ ହ୍ୟାଣ୍ଡଶେକ୍‌’ ନୀତି ଜାରି ରହିବ କି ?

ଭାରତୀୟ କ୍ରିକେଟ୍‌ ଦଳ ପାକିସ୍ତାନୀ ଖେଳାଳିଙ୍କ ସହ ନୋ ହ୍ୟାଣ୍ଡଶେକ ନୀତି ୨୦୨୫ ସେପ୍ଟେମ୍ବରରେ ପୁରୁଷ ଏସିଆ କପ୍‌ ସମୟରେ ଆରମ୍ଭ ହୋଇଥିଲା । ଏହା ୨୨ ଏପ୍ରିଲ ୨୦୨୫ରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ନିଆଯାଇଥିବା ନିଷ୍ପତ୍ତି ସହ ଜଡ଼ିତ ଥିଲା । ସେହି ଏସିଆ କପ୍‌ରେ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ପାକିସ୍ତାନ ବିପକ୍ଷରେ ଖେଳିଥିବା ତିନୋଟି ମ୍ୟାଚ୍‌ରେ ମଧ୍ୟ ହ୍ୟାଣ୍ଡଶେକ୍‌ କରିନଥିଲା । ଏଥିରେ ଫାଇନାଲ୍‌ ମ୍ୟାଚ୍‌ ମଧ୍ୟ ସାମିଲ ଥିଲା । ଏମିତିକି ଫାଇନାଲ ମ୍ୟାଚ୍‌ରେ ଟ୍ରଫି ଜିତିବା ପରେ ମଧ୍ୟ ଭାରତୀୟ ଦଳ PCB ମୁଖ୍ୟ ମୋହସିନ୍‌ ନକଭୀଙ୍କଠୁ ଟ୍ରଫି ଗ୍ରହଣ କରିବାକୁ ମଧ୍ୟ ମନା କରିଥିଲା । ଯାହାକୁ ନେଇ ଅନେକ ବିବାଦ ଦେଖିବାକୁ ମିଳିଥିଲା ।

ଏହା ପରଠାରୁ ସିନିୟର, ମହିଳା ଏବଂ ଏଜ୍‌-ଗ୍ରୁପ୍‌ର ବିଭିନ୍ନ ପ୍ରତିଯୋଗିତାରେ ଭାରତୀୟ ଦଳ ପକ୍ଷରୁ ଏହି ପ୍ରୋଟୋକଲ୍‌ ଜାରି ରହିଛି । ଏବେ ମହିଳା ଏସିଆ କପ୍‌ରେ ମଧ୍ୟ ଏହି ନୀତି ଜାରି ରହିବ କି ନାହିଁ, ତାହା ଉପରେ ରହିଛି ସମସ୍ତଙ୍କ ନଜର ।

ତେବେ ଥାଇଲାଣ୍ଡ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ହୋଇଥିବା ପ୍ରେସ୍‌ କନଫରେନ୍ସରେ ଭାରତୀୟ ଦଳର କୋଚ୍‌ ଅମୋଲ ମଜୁମଦାରଙ୍କୁ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ହ୍ୟାଣ୍ଡଶେକ୍‌ ହେବ କି ନାହିଁ ବୋଲି ପ୍ରଶ୍ନ କରାଯାଇଥିଲା । ତେବେ ସେ ଏହାର କୌଣସି ସିଧାସଳଖ ଉତ୍ତର ଦେଇନାହାନ୍ତି । ମଜୁମଦାର ସ୍ପଷ୍ଟ କରିଛନ୍ତି ଯେ ଏବେ ଦଳର ସମ୍ପୂର୍ଣ୍ଣ ଫୋକସ୍‌ ପ୍ରଥମ ମ୍ୟାଚ୍‌ ଉପରେ ରହିଛି । ମଇଦାନ ବାହାରର ଘଟଣାକୁ ନେଇ ଖେଳାଳିମାନେ ଚିନ୍ତା କରୁନାହାନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ହରମନପ୍ରୀତଙ୍କ ଉତ୍ତର ବି ଅସ୍ପଷ୍ଟ

କେବଳ ଅମୋଲ ମଜୁମଦାର ନୁହନ୍ତି, ଭାରତୀୟ ମହିଳା ଦଳର ଅଧିନାୟକ ହରମନପ୍ରୀତ କୌର ମଧ୍ୟ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ହ୍ୟାଣ୍ଡଶେକ୍‌ ହେବ କି ନାହିଁ, ଏହାର ସ୍ପଷ୍ଟ ଉତ୍ତର ଦେଇନଥିଲେ । ୨୦୨୬ ଜୁନ୍‌ରେ ବର୍ମିଂହାମ୍‌ରେ ଖେଳାଯାଇଥିବା ମହିଳା ଟି-୨୦ ବିଶ୍ୱକପ୍‌ରେ ଭାରତ-ପାକିସ୍ତାନ ମ୍ୟାଚ୍‌ ସମୟରେ ଭାରତୀୟ ଖେଳାଳିମାନେ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇନଥିଲେ। ଏହା ପୂର୍ବରୁ ୨୦୨୫ ଅକ୍ଟୋବରରେ କଲମ୍ବୋରେ ଖେଳାଯାଇଥିବା ମହିଳା ଦିନିକିଆ ବିଶ୍ୱକପ୍‌ରେ ମଧ୍ୟ ସମାନ ନୀତି ଦେଖିବାକୁ ମିଳିଥିଲା ।