Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

IND vs PAK / ବିଶ୍ବକପରେ ପୁଣି ଅପମାନିତ ହେଲା ପାକିସ୍ତାନ, ହାତ ମିଳାଇଲେନି ଭାରତୀୟ ଅଧିନାୟକ

Santosh Kumar Sahoo
Browse all articles by Santosh Kumar Sahoo
·9 months ago·2 min read
ବିଶ୍ବକପରେ ପୁଣି ଅପମାନିତ ହେଲା ପାକିସ୍ତାନ, ହାତ ମିଳାଇଲେନି ଭାରତୀୟ ଅଧିନାୟକ

Key Points

ଏସିଆ କପ୍ ପରେ ବିଶ୍ବକପରେ ପୁଣି ଅପମାନିତ ହେଲା ପାକିସ୍ତାନ । ଟସ୍ ସମୟରେ ପୁଣି ହ୍ୟାଣ୍ଡସେକ୍ କଲେନି ଭାରତୀୟ ଅଧିନାୟକ ।

ପ୍ରଥମେ ଏସିଆ କପ୍-୨୦୨୫ । ଆଉ ଏବେ ଦିନିକିଆ ବିଶ୍ବକପ୍ । ନୋ ହ୍ୟାଣ୍ଡସେକ୍ ବିବାଦ ଜାରି ରହିଛି । ଆଜି ମହିଳା ଦିନିକିଆ ବିଶ୍ବକପରେ ଖେଳାଯାଉଛି ମହାମୁକାବିଲା । ଏହି ମ୍ୟାଚରେ ମୁହାଁମୁହିଁ ହେଉଛନ୍ତି ଭାରତ-ପାକିସ୍ତାନ । କଲମ୍ବୋରେ ଖେଳାଯାଉଛି ଏହି ମ୍ୟାଚ୍ । ତେବେ ଏହି ମ୍ୟାଚରେ ମଧ୍ୟ ନୋ ହ୍ୟାଣ୍ଡସେକ୍ ବିବାଦ ଦେଖିବାକୁ ମିଳିଛି ।

ମ୍ୟାଚ୍ ଆରମ୍ଭ ପୂର୍ବରୁ ହୋଇଥିବା ଟସ୍ ସମୟରେ ଭାରତୀୟ ଅଧିନାୟକ ହରମନପ୍ରୀତ କୌର, ପାକିସ୍ତାନୀ ଅଧିନାୟକ ଫାତିମା ସାନାଙ୍କ ହାତ ମିଳାଇ ନାହାନ୍ତି । ଟସ୍ ଉପସ୍ଥାପକଙ୍କ ସହ କଥା ହେବା ପରେ ପାକିସ୍ତାନୀ ଅଧିନାୟକ ସିଧାସଳଖ ଡଗ୍ଆଉଟ୍ ଆଡ଼କୁ ଗଲେ। ଭାରତୀୟ ଅଧିନାୟକ ହରମନପ୍ରୀତ କୌର ମଧ୍ୟ ଫାତିମା ସାନାଙ୍କ ସହ ହାତ ମିଳାଇବାକୁ କୌଣସି ଆଗ୍ରହ ଦେଖାଇ ନଥିଲେ ।

ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ସଚିବ ଦେବଜିତ ସାଇକିଆ ପୂର୍ବରୁ ସ୍ପଷ୍ଟ କରିଥିଲେ ଯେ ବୋର୍ଡ ଖେଳାଳିମାନଙ୍କୁ ପାକିସ୍ତାନ ଦଳ ସହିତ ହାତ ମିଳାଇବା ପାଇଁ କୌଣସି ନିର୍ଦ୍ଦେଶ ଦେଇନାହିଁ । ସେ କହିଥିଲେ, "ନୀତିରେ କୌଣସି ପରିବର୍ତ୍ତନ ହୋଇନାହିଁ। ଖେଳାଳିମାନଙ୍କୁ ହାତ ମିଳାଇବା ପାଇଁ କୌଣସି ନିର୍ଦ୍ଦେଶ ଦିଆଯାଇନାହିଁ। ଆମର ଧ୍ୟାନ କେବଳ ଖେଳ ଉପରେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
— Star Sports (@StarSportsIndia) October 5, 2025

ପୁରୁଷ ଏସିଆ କପ୍ ସମୟରେ ଏହି ପ୍ରସଙ୍ଗ ପ୍ରଥମେ ସାମ୍ନାକୁ ଆସିଥିଲା । ଏସିଆ କପ୍-୨୦୨୫ ଭାରତ-ପାକିସ୍ତାନ ମଧ୍ୟରେ ତିନି ଥର ମୁହାଁମୁହିଁ ହୋଇଥିଲେ । ଆଉ ସେହି ସମୟରେ ଭାରତୀୟ ଦଳ ମ୍ୟାଚ୍ ପୂର୍ବରୁ ଏବଂ ପରେ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇ ନଥିଲେ । ଖାଲି ଏତିକି ନୁହେଁ ଟିମ୍ ଇଣ୍ଡିଆ ଏସିଆ କପ୍ ଜିତିବା ପରେ ମଧ୍ୟ ମୋହସନ୍ ନକଭିଙ୍କଠାରୁ ଟ୍ରଫି ଆଣିବାକୁ ମନା କରିଦେଇଥିଲେ । ଯାହାପରେ ଏହାକୁ ନେଇ ବିବାଦ ଆହୁରି ବଢ଼ିଥିଲା ।

ଅଧିକ ପଢ଼ନ୍ତୁ: ଟ୍ରଫି ଚୋରଙ୍କୁ ପାକିସ୍ତାନରେ ସମ୍ମାନ ! ମୋହସିନ୍ ନକଭିଙ୍କୁ ମିଳିବ ଗୋଲ୍ଡ ମେଡାଲ

ସେପଟେ ଭାରତ ସରକାର ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି ଯେ ପାକିସ୍ତାନ ସହିତ କ୍ରୀଡା ସମ୍ପର୍କ କେବଳ ଆଇସିସି ଟୁର୍ଣ୍ଣାମେଣ୍ଟ କିମ୍ବା ନିରପେକ୍ଷ ସ୍ଥାନରେ ଅନୁଷ୍ଠିତ ହେବ । ଦୁଇ ଦେଶ ମଧ୍ୟରେ ଶେଷ ଦ୍ୱିପାକ୍ଷିକ କ୍ରିକେଟ୍ ସିରିଜ୍ ୨୦୧୨-୧୩ରେ ଖେଳାଯାଇଥିଲା ।

ଭାରତୀୟ ଦଳର ଚୁଡ଼ାନ୍ତ ଏକାଦଶ: ପ୍ରତୀକ ରାୱଲ, ସ୍ମୃତି ମନ୍ଧନା, ହାରଲୀନ ଦେଓଲ, ହରମାନପ୍ରୀତ କୌର(ଅଧିନାୟକ), ଜେମିମା ରୋଡ୍ରିଗସ୍, ଦୀପ୍ତି ଶର୍ମା, ରିଚା ଘୋଷ (ୱିକେଟ୍ କିପର), ସ୍ନେହ ରାଣା, ରେଣୁକା ସିଂ ଠାକୁର, ନାଲାପୁରଡି ଚରଣୀ, କ୍ରାନ୍ତି ଗୁଡ

ପାକିସ୍ତାନ ଦଳର ଏକାଦଶ : ମୁନିବା ଅଲି, ସାଦାଫ ଶାମା, ସିଦ୍ଧ୍ରା ଆମିନ, ରମିନ ଶାମିମ, ଆଲିଆ ରିଆଜ, ସିଦ୍ଧ୍ରା ନୱାଜ (ୱିକେଟ୍ କିପର), ଫାତିମା ସାନା (ଅଧିନାୟକ), ନାତାଲିଆ ପରଭେଜ, ଡାଏନା ବାଗ, ସାଦିଆ ଇକବାଲ, ନାଶ୍ରା ସାନ୍ଧୁ

Related Topics

Explore more stories

Sponsored
No Handshake Again: India Captain Harmanpreet Kaur Snubs Pakistan in Women’s World Cup 2025 | Argus News