Videos
|
Sports

India vs England Semifinal / ସେମିଫାଇନାଲ ପୂର୍ବରୁ ଭଗବାନଙ୍କ ଶରଣରେ ଭାରତୀୟ ଖେଳାଳି, ସିଦ୍ଧିବିନାୟକ ମନ୍ଦିରରେ କଲେ ପ୍ରାର୍ଥନା

Santosh Kumar Sahoo
Browse all articles by Santosh Kumar Sahoo
·6 months ago·2 min read
ସେମିଫାଇନାଲ ପୂର୍ବରୁ ଭଗବାନଙ୍କ ଶରଣରେ ଭାରତୀୟ ଖେଳାଳି, ସିଦ୍ଧିବିନାୟକ ମନ୍ଦିରରେ କଲେ ପ୍ରାର୍ଥନା
Team India

Key Points

ମାର୍ଚ୍ଚ ୫ରେ ମହାମୁକାବିଲା
ସେମିଫାଇନାଲ ପୂର୍ବରୁ ଭଗବାନଙ୍କ ଆଶୀର୍ବାଦ
ମୁମ୍ବାଇରେ ଟିମ୍ ଇଣ୍ଡିଆର ପ୍ରାର୍ଥନା

ମାର୍ଚ୍ଚ ୫ରେ ଖେଳାଯିବ ମହାମୁକାବିଲା । ଟି-୨୦ ବିଶ୍ବକପ୍‌ର ଦ୍ବିତୀୟ ସେମିଫାଇନାଲରେ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ । ମୁମ୍ବାଇର ଓ୍ବାଙ୍ଖେଡ ଷ୍ଟାଡିୟମରେ ଏହି ହାଇଭୋଲଟେଜ୍‌ ମ୍ୟାଚ୍‌ ଖେଳାଯିବ । ମ୍ୟାଚ୍ ପୂର୍ବରୁ ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଥିବା ଟିମ୍ ଇଣ୍ଡିଆର କିଛି ଖେଳାଳି ଭଗବାନଙ୍କୁ ଦର୍ଶନ କରିଥିଲେ । ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି ।

ଟିମ୍‌ ଇଣ୍ଡିଆର ଷ୍ଟାର କ୍ରିକେଟ୍‌ର ଅକ୍ଷର ପଟେଲ, ଇଶାନ କିଷାନ ଏବଂ ଅଭିଷେକ ଶର୍ମା ମୁମ୍ବାଇର ସିଦ୍ଧିବିନାୟକ ଗଣପତି ମନ୍ଦିର ଦର୍ଶନ ପାଇଁ ଯାଇଥିଲେ । ମନ୍ଦିରରେ ପହଞ୍ଚିବା ପରେ ଭାରତୀୟ ଖେଳାଳିମାନେ ପ୍ରାର୍ଥନା କରିଥିଲେ । ତେବେ ଶେଷ ସୁପର ୮ ମ୍ୟାଚ୍ ପୂର୍ବରୁ ଅନେକ ଭାରତୀୟ ଖେଳାଳି କୋଲକାତାର କାଲିଘାଟ ସ୍ଥିତ କାଳୀ ମନ୍ଦିର ଯାଇ ଦର୍ଶନ କରିଥିଲେ ।

ସୁପର ୮ରେ ପ୍ରଥମ ମ୍ୟାଚ୍ ହାରିବା ପରେ ଭାରତ ସେମିଫାଇନାଲରେ ପହଞ୍ଚିଥିଲା

ଏହା ଉଲ୍ଲେଖଯୋଗ୍ୟ ଯେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସୁପର ୮ର ପ୍ରଥମ ମ୍ୟାଚ୍ ୭୬ ରନରେ ହାରିଥିଲା । ଏହି ପରାଜୟ ପରେ ମେନ୍‌ ଇନ୍‌ ବ୍ଲୁ ସେମିଫାଇନାଲ ଦୌଡ଼ରୁ ବାଦ ପଡ଼ିବା ନେଇ କଳ୍ପନାଜଳ୍ପନା ଜୋର ଧରିଥିଲା । ତଥାପି ଟିମ୍ ଇଣ୍ଡିଆ ଶେଷ ଦୁଇଟି ମ୍ୟାଚ୍ ଜିତି ସେମିଫାଇନାଲରେ ସ୍ଥାନ ସୁରକ୍ଷିତ କରିଥିଲା ।

ସୂର୍ଯ୍ୟ ବ୍ରିଗେଡ୍ ଜିମ୍ବାୱେ ବିପକ୍ଷରେ ପରବର୍ତ୍ତୀ ମ୍ୟାଚ୍ ଖେଳି ୭୨ ରନ୍‌ର ବଡ଼ ବିଜୟ ହାସଲ କରିଥିଲା । ଏହା ପରେ ସେମାନେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଶେଷ ମ୍ୟାଚ୍ ୫ ୱିକେଟରେ ଜିତିଥିଲେ । ଏହି ମ୍ୟାଚ୍‌ରେ ସଞ୍ଜୁ ସାମସନ୍ ଟିମ୍ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସଞ୍ଜୁ ୫୦ ବଲ୍‌ରେ ୯୭ ରନ୍ କରିଥିଲେ । ଯେଉଁଥିରେ ୧୨ ଚୌକା ଏବଂ ୪ ଛକା ସାମିଲ ଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗ୍ରୁପ୍ ପର୍ଯ୍ୟାୟରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ

ଟିମ୍ ଇଣ୍ଡିଆ ଗ୍ରୁପ୍ ପର୍ଯ୍ୟାୟରେ ସମସ୍ତ ଚାରୋଟି ମ୍ୟାଚ୍ ଜିତିଥିଲା। ପ୍ରଥମ ମ୍ୟାଚ୍‌ରେ ମେନ୍ ଇନ୍ ବ୍ଲୁ ଆମେରିକା ବିପକ୍ଷରେ ୨୯ ରନ୍‌ରେ ବିଜୟୀ ହୋଇଥିଲା । ତା’ପରେ ପରବର୍ତ୍ତୀ ମ୍ୟାଚ୍‌ରେ ସେମାନେ ନାମିବିଆ ବିପକ୍ଷରେ ୯୩ ରନରେ ବିଜୟୀ ହୋଇଥିଲେ। ତା’ପରେ ସେମାନେ ପାକିସ୍ତାନ ବିପକ୍ଷରେ ୬୧ ରନ୍‌ରେ ବିଜୟୀ ହୋଇଥିଲେ । ଶେଷ ମ୍ୟାଚ୍‌ରେ ନେଦରଲ୍ୟାଣ୍ଡସ୍ ବିପକ୍ଷରେ ୧୭ ରନ୍‌ରେ ଜିତିଥିଲେ ।

Related Topics

Explore more stories