Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Barabati Stadium Tickets / ବାରବାଟୀ ଟିକେଟ୍‌: ରାତିରୁ ଲଗାଇ ପାରିବେନି ଲାଇନ୍‌, ସକାଳ ୯ଟାରୁ ଆରମ୍ଭ ହେବ ଟିକେଟ୍‌ ବିକ୍ରି

Santosh Kumar Sahoo
Browse all articles by Santosh Kumar Sahoo
·7 months ago·2 min read
ବାରବାଟୀ ଟିକେଟ୍‌: ରାତିରୁ ଲଗାଇ ପାରିବେନି ଲାଇନ୍‌, ସକାଳ ୯ଟାରୁ ଆରମ୍ଭ ହେବ ଟିକେଟ୍‌ ବିକ୍ରି
Barabati Ticket

Key Points

ବାରବାଟୀ ଟି ଟ୍ବେଣ୍ଟି: ଅଫଲାଇନ୍ ଟିକେଟ ବିକ୍ରି ପୂର୍ବରୁ ଡିସିପିଙ୍କ ସମୀକ୍ଷା
କାଉଣ୍ଟର ଟିକେଟ ବିକ୍ରି ପାଇଁ ଲୁହା ବାରିକେଡ୍ କରାଯିବ କହିଲେ ଡିସିପି
'ଟିକେଟ କିଣିବା ପାଇଁ କେହି ପୂର୍ବ ରାତିରୁ ଧାଡ଼ିରେ ରହି ପାରିବେନି'
ଡିସେମ୍ବର ୯ରେ କମ୍ପିବ ବାରବାଟୀ ଷ୍ଟାଡିୟମ । ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା । ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବାରବାଟୀ ଟି-୨୦ ପାଇଁ ଟିକେଟ୍‌ ମଧ୍ୟ ବିକ୍ରି ଆରମ୍ଭ ହୋଇଛି । ଡିସେମ୍ବର ୧ରେ ପ୍ରଥମେ ଅନଲାଇନ୍‌ରେ ଟିକେଟ୍‌ ବିକ୍ରି ହୋଇଥିଲା । ଆଉ ବୁଧବାରଠୁ ଅଫଲାଇନ୍‌ରେ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଛି । ଓସିଏ ଅନୁବନ୍ଧିତ ଜିଲ୍ଲା କ୍ରୀଡ଼ା ସଂଘ, ସ୍କୁଲ୍‌, କଲେଜ୍‌ ଓ କ୍ଲବ୍‌ ସଦସ୍ୟ ଟିକେଟ୍‌ କିଣିଛନ୍ତି । ଦୁଇ ଦିନ ଧରି ଚାଲିବ ଏହି ଟିକେଟ ବିକ୍ରି ପ୍ରକ୍ରିୟା । ମୋଟ ୧୧ ହଜାର ଟିକେଟ ଅନୁବନ୍ଧିତ ସଂସ୍ଥାକୁ ବିକ୍ରି ହେବ । କେବଳ ଅନୁମତି ପାଇଥିବା ସଦସ୍ୟ ଓସିଏକୁ ଆସି ନିଜ କୋଟାର ଟିକେଟ କିଣିଛନ୍ତି । ସମସ୍ତ କାଗଜପତ୍ର ଯାଞ୍ଚ ପରେ ସଦସ୍ୟଙ୍କୁ ଟିକେଟ କିଣିବା ପାଇଁ ଅନୁମତି ଦିଆଯାଉଛି ।

ସେପଟେ ଆସନ୍ତା ଡିସେମ୍ବର ୫ରେ ସାଧାରଣ ଦର୍ଶକଙ୍କ ପାଇଁ ବାରବାଟୀ ଷ୍ଟାଡିୟମ ବାହାରେ ଥିବା ଟିକେଟ୍‌ କାଉଣ୍ଟରରେ ଟିକେଟ୍‌ ବିକ୍ରି କରାଯିବ । ସେଥିପାଇଁ ଓସିଏ ଓ ପୋଲିସ୍‌ ପ୍ରଶାସନ ସମସ୍ତ ବ୍ୟବସ୍ଥା ଗ୍ରହଣ କରିଛି । ୫ରେ ସକାଳ ୯ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶକ ଟିକେଟ୍‌ କିଣିପାରିବେ । ଏଥର ସାଧାରଣ ଦର୍ଶକ ପାଇଁ ପ୍ରାୟ ୧୦ ହାଜର ଟିକେଟ ବିକ୍ରି କରାଯିବ ।

ଅଧିକ ପଢ଼ନ୍ତୁ: DDCA କଲା କନ୍‌ଫର୍ମ: ଦିଲ୍ଲୀ ଜର୍ସି ପିନ୍ଧିବାକୁ ବିରାଟ ରାଜି


ବାରବାଟୀ ଷ୍ଟାଡିୟମର ପଛ ପଟେ ଥିବା କ୍ରିକେଟ ଏକାଡେମୀ ପଟେ ଟିକେଟ କାଉଣ୍ଟର କରାଯାଇ ଟିକେଟ ବିକ୍ରି କରାଯିବ । ସେଥିପାଇଁ କାଉଣ୍ଟର ପାଖରୁ ଆଠ ଶହ ମିଟର ପର୍ଯ୍ୟନ୍ତ ଷ୍ଟିଲ ବ୍ୟାରିକେଡ୍‌ର ବ୍ୟବସ୍ଥା କରାଯାଇଛି । ଟିକେଟ୍‌ ବିକ୍ରିର ପୂର୍ବ ରାତିରୁ କେହି ବି କାଉଣ୍ଟର ପାଖରେ ଲାଇନ୍‌ରେ ଠିଆ ହୋଇପାରିବେ ନାହିଁ । ଯଦି ଦର୍ଶକ ରାତିରୁ ଆସନ୍ତି ତେବେ କ୍ରିକେଟ ଏକାଡେମୀ ପଡ଼ିଆରେ ରହିବେ । ଟିକେଟ୍‌ ପାଇଁ ସକାଳ ୬ଟାରୁ ଲାଇନ୍‌ ଲଗାଇ ପାରିବେ ।

ସେପଟେ ଟିକେଟ କିଣିବାକୁ ହଜାର ହଜାର କ୍ରିକେଟ୍ ପ୍ରେମୀ ଆସିବେ । ତେଣୁ ସେମାନେ କିପରି ଆସି ଶାନ୍ତି ଶୃଙ୍ଖଳାରେ ଟିକେଟ୍‌ କିଣିପାରିବେ ସେଥିପାଇଁ କଟକ ଡିସିପି ଓ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ସମୀକ୍ଷା କରିଛନ୍ତି । କେବଳ ଟିକେଟ୍‌ କିଣିବାକୁ ଆସୁଥିବା ଲୋକଙ୍କୁ ଛାଡ଼ି ବ୍ୟାରିକେଡ୍‌ ଭିତରେ ଆଉ କେହି ରହିପାରିବେ ନାହିଁ । ସେହିପରି ଟିକେଟ୍‌ କଳାବଜାରୀଙ୍କ ଉପରେ ନଜର ରହିବ ବୋଲି କଟକ ଡିସିପି କହିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Barabati Stadium T20 Tickets: Offline Sale from Dec 5, No Overnight Queue Allowed | Argus News