Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

India VS South Africa / ଭୁବନେଶ୍ବରରେ ପହଞ୍ଚିଲେ ଖେଳାଳି, କାଲି ବାରବାଟୀ ଯାଇ କରିବେ ଅଭ୍ୟାସ

Santosh Kumar Sahoo
Browse all articles by Santosh Kumar Sahoo
·7 months ago·2 min read
ଭୁବନେଶ୍ବରରେ ପହଞ୍ଚିଲେ ଖେଳାଳି, କାଲି ବାରବାଟୀ ଯାଇ କରିବେ ଅଭ୍ୟାସ
Ind vs SA

Key Points

ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟର
କଡ଼ା ସୁରକ୍ଷା ଭିତରେ ହୋଟେଲକୁ ଗଲେ ଉଭୟ ଟିମ୍‌
ହୋଟେଲ ପରିସରରେ ଉଭୟ ଦଳ ଖେଳାଳିଙ୍କୁ ଭବ୍ୟ ସ୍ବାଗତ
ଡିସେମ୍ବର ୯ରେ ବାରବାଟୀରେ ହେବ ମୁହାମୁକାବିଲା । ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା । ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ବାରବାଟୀ ଷ୍ଟାଡିୟମରେ ଖେଳାଯିବ । ଏଥିପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସେପଟେ ପ୍ରଥମ ଟି-୨୦ ପାଇଁ ଭୁବନେଶ୍ବରରେ ପହଞ୍ଚିଲେ ଭାରତ-ଦକ୍ଷିଣ ଆଫ୍ରିକା ଟିମ୍‌ । ଏକ ସ୍ବତନ୍ତ୍ର ବିମାନ ଯୋଗେ ଉଭୟ ଦଳ ଭୁବନେଶ୍ବରରେ ପହଞ୍ଚିଛନ୍ତି । ବିମାନ ବନ୍ଦରରେ ପହଞ୍ଚିବା ପରେ ଉଭୟ ଦଳକୁ କଡ଼ା ସୁରକ୍ଷା ଭିତରେ ହୋଟେଲ ମେ ଫେୟାରକୁ ନିଆଯାଇଛି । ହୋଟେଲ ପରିସରରେ ଉଭୟ ଦଳ ଖେଳାଳିଙ୍କୁ ଭବ୍ୟ ସ୍ବାଗତ କରାଯାଇଛି ।

ସେପଟେ ଶୁକ୍ରବାର ଦକ୍ଷିଣ ଆଫ୍ରିକାର ୫ ଜଣ ଖେଳାଳି ଭୁବନେଶ୍ବରରେ ପହଞ୍ଚିଥିଲେ । ଶନିବାର ରାତିରେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ରବିବାର ଯଶପ୍ରୀତ ବୁମରାହ୍‌ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲେ । ତେବେ ଆସନ୍ତାକାଲି ଦିନ ୧୧:୩୦ରେ ଭାରତୀୟ ଦଳ ବାରବାଟୀ ଷ୍ଟାଡିୟମରେ ନେଟ୍‌ ପ୍ରାକ୍ଟିସ୍‌ କରିବ । ଆଉ ସନ୍ଧ୍ୟାରେ ଫ୍ଲଡ୍‌ ଲାଇଟ୍‌ରେ ଅଭ୍ୟାସ କରିବ ଦକ୍ଷିଣ ଆଫ୍ରିକା ଟିମ୍‌ । ଆଜି କେବଳ ହାର୍ଦ୍ଦିକ ପାଣ୍ଡ୍ୟା ବାରବାଟୀ ଯାଇ ଅଭ୍ୟାସ କରିବେ । ନେଟ୍‌ ପ୍ରାକ୍ଟିସ୍‌ ଦେଖିବା ପାଇଁ ଦର୍ଶକଙ୍କ ପାଇଁ ଦୁଇଟି ଗ୍ୟାଲେରୀ ଖୋଲି ରହିବ । ଏନେଇ ସୂଚନା ଦେଇଛନ୍ତି OCA ସଭାପତି ପଙ୍କଜ ଲୋଚନ ମହାନ୍ତି ।

ସେପଟେ ବାରବାଟୀ ଟି-୨୦ ପାଇଁ ସବୁ ପ୍ରକାର ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ । ବାରବାଟୀରେ ହେବାକୁ ଥିବା କ୍ରିକେଟ ମ୍ୟାଚ୍‌ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବମ୍‌ ସ୍କ୍ବାଡ ସହ ସୁରକ୍ଷା ବଳୟକୁ ଯାଞ୍ଚ କରିବେ ସ୍ପେଶାଲ ଟାକ୍ଟିକାଲ ୟୁନିଟ । କଟକରେ ୭୪ ପ୍ଲାଟୁନ ଫୋର୍ସ ଓ ଭୁବନେଶ୍ୱରରେ ୨୨ ପ୍ଲାଟୁନ ଫୋର୍ସ ରହିବେ । ଏୟାରଫୋର୍ଟଠାରୁ ଆରମ୍ଭ କରି ହୋଟେଲ ଓ ହୋଟେଲରୁ ଆରମ୍ଭ କରି ଷ୍ଟାଡିୟମ ପର୍ଯ୍ୟନ୍ତ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ରହିବ ବୋଲି ପୋଲିସ୍‌ କମିଶନର କହିଛନ୍ତି ।

ଯିବା ଆସିବା ବାଟ, ଷ୍ଟାଡିୟମ ଓ ଷ୍ଟାଡିୟମ ବାହାରେ ଡ୍ରୋନ୍‌ ନଜର ରଖିବ । ଏହି କ୍ୟାମେରାଗୁଡ଼ିକ କଣ୍ଟ୍ରୋଲ ରୁମ୍ ସହିତ ସଂଯୋଗ କରାଯାଇ ସେଠାରୁ ନିୟନ୍ତ୍ରଣ କରାଯିବ । ପୋଲିସ ସହିତ ମେଡିକାଲ୍ ଟିମ୍ ଓ ଅଗ୍ନିଶମ ଟିମ୍ ନିୟୋଜିତ ହେବେ । ବକ୍ସିବଜାର ଅଗ୍ନିଶମ କେନ୍ଦ୍ର ପକ୍ଷରୁ ଏକ ୬ ଜଣିଆ ଟିମ୍ ନିୟୋଜିତ ହେବେ । ଏଥିରେ ଗୋଟିଏ ଅଗ୍ନିଶମ ଗାଡ଼ି ରହିବ । ହଜାର ହଜାର କ୍ରୀଡ଼ା ପ୍ରେମୀ ଏକାଠି ହେବାକୁ ଥିବା ବେଳେ କୌଣସି ଅଘଟଣ ଏଡ଼ାଇବାକୁ ଉଭୟ ଅଗ୍ନିଶମ ଓ ଡାକ୍ତରୀ ଟିମ୍ ସଜାଗ ରହିଥିବା ନେଇ ପୋଲିସ୍‌ କମିଶନର ସୂଚନା ଦେଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
India & South Africa Teams Arrive in Bhubaneswar, Practice at Barabati Stadium Tomorrow | Argus News