Videos
|
Sports

India Squad for Afghanistan / ଆଫଗାନିସ୍ତାନ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା, ଫେରିଲେ ସଞ୍ଜୁ... ବିଦା ହେଲେ ରିଙ୍କୁଙ୍କ ସମେତ ୮ ଖେଳାଳି

Santosh Kumar Sahoo
Browse all articles by Santosh Kumar Sahoo
·17 mins ago·2 min read
ଆଫଗାନିସ୍ତାନ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା, ଫେରିଲେ ସଞ୍ଜୁ... ବିଦା ହେଲେ ରିଙ୍କୁଙ୍କ ସମେତ ୮ ଖେଳାଳି
India Squad for Afghanistan

Key Points

ଆଫଗାନିସ୍ତାନ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା
ଦଳକୁ ଫେରିଲେ ସଞ୍ଜୁ ଓ ବୁମରାହ
ବିଦା ହେଲେ ରିଙ୍କୁଙ୍କ ସମେତ ୮ ଖେଳାଳି

କ୍ରିକେଟ୍ ପ୍ରେମୀଙ୍କ ପାଇଁ ବଡ଼ ଖବର । ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ । ଦଳକୁ ଫେରିଛନ୍ତି ଷ୍ଟାର ଦ୍ରୁତ ବୋଲର ଜସପ୍ରୀତ ବୁମରାହ । ତେବେ ସମ୍ପୂର୍ଣ୍ଣ ଫିଟ୍‌ ନଥିବାରୁ ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ୍‌ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ଦଳରୁ ବାଦ୍ ପଡ଼ିଛନ୍ତି । ତେବେ ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ୍‌ରେ ଏଥର ଟିମ୍ ଇଣ୍ଡିଆରେ ଅନେକ ଖେଳାଳିଙ୍କ କମବ୍ୟାକ୍‌ ଦେଖିବାକୁ ମିଳିଛି । ବରୁଣ ଚକ୍ରବର୍ତ୍ତୀ, ୱାଶିଂଟନ୍ ସୁନ୍ଦର, ନିତୀଶ କୁମାର ରେଡ୍ଡୀ ଏବଂ ଜସପ୍ରୀତ ବୁମରାହ ସମସ୍ତେ ଏହି ସିରିଜ୍‌ରେ ନିଜ ଦମ୍ ଦେଖାଇବାକୁ ପ୍ରସ୍ତୁତ ।


ଘୋଷଣା ହୋଇଥିବା ଦଳରେ ଯୁବ ଓ ଅଭିଜ୍ଞତାର ଭଲ ମିଶ୍ରଣ ଦେଖିବାକୁ ମିଳିଛି । ଶ୍ରେୟସ ଅୟରଙ୍କ ନେତୃତ୍ୱରେ ଅଭିଷେକ ଶର୍ମା, ବୈଭବ ସୂର୍ଯ୍ୟବଂଶୀ, ତିଲକ ବର୍ମାଙ୍କ ଭଳି ଖେଳାଳି ଦଳର ବ୍ୟାଟିଂକୁ ମଜୁବତ କରିବେ । ସେହିପରି ୱିକେଟ୍‌କିପିଂ ଦାୟିତ୍ୱରେ ସଞ୍ଜୁ ସାମସନ୍ ଓ ଈଶାନ କିଶନ୍ ରହିଛନ୍ତି ।

ଅଲରାଉଣ୍ଡର୍ ବିଭାଗରେ ନିତୀଶ କୁମାର ରେଡ୍ଡୀ, ଶିବମ ଦୁବେ, ଅକ୍ଷର ପଟେଲ ଓ ୱାଶିଂଟନ୍ ସୁନ୍ଦର ଟିମ୍‌କୁ ଅତିରିକ୍ତ ବିକଳ୍ପ ଦେବେ । ସ୍ପିନ୍ ବିଭାଗରେ ବରୁଣ ଚକ୍ରବର୍ତ୍ତୀଙ୍କ ସହ ରବି ବିଶ୍ନୋଇ ରହିଛନ୍ତି । ଆଉ ପେସ୍ ବିଭାଗରେ ବୁମରାହଙ୍କ ସହ ଅର୍ଶଦୀପ ସିଂହ ଓ ହର୍ଷିତ ରାଣା ରହିଛନ୍ତି ।

ସବୁଠୁ ବଡ଼ କଥା ହେଉଛି ଜିମ୍ବାୱେ ଗସ୍ତ ପାଇଁ ଘୋଷଣା ହୋଇଥିବା ଦଳ ତୁଲନାରେ ଏଥର ୮ ଜଣ ଖେଳାଳିଙ୍କୁ ବାଦ୍ ଦିଆଯାଇଛି । ଏହି ୮ ଖେଳାଳି ହେଉଛନ୍ତି, ରିଙ୍କୁ ସିଂହ, ସୂର୍ଯ୍ୟାଂଶ ଶେଡ଼ଗେ, ହର୍ଷ ଦୁବେ, ପ୍ରିନ୍ସ ଯାଦବ, ଯଶ ଠାକୁର, ଅଶୋକ ଶର୍ମା, ମୟଙ୍କ ଯାଦବ ଏବଂ ପ୍ରଭସିମରନ ସିଂହ ।

ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ୍‌ ପାଇଁ ଘୋଷଣା ହୋଇଥିବା ଦଳ: ଶ୍ରେୟସ ଆୟର(ଅଧିନାୟକ), ଅଭିଷେକ ଶର୍ମା, ବୈଭବ ସୂର୍ଯ୍ୟବଂଶୀ, ସଞ୍ଜୁ ସାମସନ(ଓ୍ବିକେଟକିପର), ଈଶାନ କିଶାନ (ଓ୍ବିକେଟକିପର), ତିଲକ ବର୍ମା, ଶିବମ ଦୁବେ, ଓ୍ବାଶିଂଟନ ସୁନ୍ଦର*, ନୀତିଶ କୁମାର ରେଡ୍ଡୀ*, ଅକ୍ସର ପଟେଲ, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ, ଜସପ୍ରୀତ ବୁମରାହ*, ଅର୍ଶଦୀପ ସିଂ, ହର୍ଷିତ ରାଣା*
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: