Videos
|
Sports

Team India squad / ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ, ଦଳକୁ ଫେରିଲେ ଜାଡେଜା

Santosh Kumar Sahoo
Browse all articles by Santosh Kumar Sahoo
·2 hours ago·2 min read
ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ, ଦଳକୁ ଫେରିଲେ ଜାଡେଜା
India Squad

Key Points

ଭାରତର ଟେଷ୍ଟ ଟିମ୍ ଘୋଷଣା
ରବୀନ୍ଦ୍ର ଜାଡେଜାଙ୍କ ହେଲା ପ୍ରତ୍ୟାବର୍ତ୍ତନ
ଜାଣନ୍ତୁ ୧୫ ଜଣିଆ ଦଳରେ କିଏ କିଏ ଅଛନ୍ତି ?
ଶ୍ରୀଲଙ୍କା ଗସ୍ତ ପାଇଁ ଟିମ୍ ଇଣ୍ଡିଆର ଅପେକ୍ଷାର ଅନ୍ତ । ୧୫ ଜଣିଆ ଦଳ ଘୋଷଣା କରିଛି ବିସିସିଆଇ । ଶୁବମନ ଗିଲଙ୍କ ନେତୃତ୍ୱରେ ଦଳ ମୈଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ଥିବାବେଳେ, ଜସପ୍ରିତ ବୁମରାହ ଓ ସାଇ ସୁଦର୍ଶନଙ୍କ ଫିଟନେସ୍‌କୁ ନେଇ ଏବେ ବି ସସ୍ପେନ୍ସ ଜାରି ରହିଛି । ସେହିପରି ୱାଶିଂଟନ ସୁନ୍ଦର ପ୍ରଥମ ଟେଷ୍ଟରୁ ବାଦ୍ ପଡ଼ିଥିବାବେଳେ ରବୀନ୍ଦ୍ର ଜାଡେଜାଙ୍କ ଅଭିଜ୍ଞତା ଏବଂ ଯୁବ ଖେଳାଳିଙ୍କ ଉପସ୍ଥିତି ସହ ଭାରତ ବିଜୟ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ।

ଆସନ୍ତା ଅଗଷ୍ଟରେ ଶ୍ରୀଲଙ୍କା ଗସ୍ତରେ ଦୁଇଟି ଟେଷ୍ଟ ମ୍ୟାଚ୍‌ର ସିରିଜ୍ ଖେଳିବ ଭାରତୀୟ ଦଳ । ଏହି ସିରିଜ୍ ପାଇଁ ମଙ୍ଗଳବାର ବିସିସିଆଇ ୧୫ ଜଣିଆ ଦଳ ଘୋଷଣା କରିଛି । ଶୁବମନ ଗିଲଙ୍କୁ ଅଧିନାୟକ ଏବଂ କେଏଲ୍ ରାହୁଲଙ୍କୁ ଉପଅଧିନାୟକ ଦାୟିତ୍ୱ ଦିଆଯାଇଛି ।



ବିସିସିଆଇ ସୂଚନା ଅନୁଯାୟୀ, ଅଲରାଉଣ୍ଡର ୱାଶିଂଟନ ସୁନ୍ଦର ପ୍ରଥମ ଟେଷ୍ଟ ପାଇଁ ଚୟନ ନିମନ୍ତେ ଉପଲବ୍ଧ ନଥିଲେ । ଅନ୍ୟପଟେ ଦଳର ଦୁଇ ଗୁରୁତ୍ୱପୂର୍ଣ୍ଣ ଖେଳାଳି ଜସପ୍ରିତ ବୁମରାହ ଓ ସାଇ ସୁଦର୍ଶନଙ୍କ ଖେଳିବା ବିସିସିଆଇ ସେଣ୍ଟର ଅଫ୍ ଏକ୍ସିଲେନ୍ସ (COE) ପକ୍ଷରୁ ମିଳିବାକୁ ଥିବା ଫିଟନେସ୍ କ୍ଲିୟରାନ୍ସ ଉପରେ ନିର୍ଭର କରିବ ।
ସେହିପରି ଟେଷ୍ଟ ଦଳରେ ଦୁଇଜଣ ୱିକେଟକିପର୍ ଭାବେ ଋଷଭ ପନ୍ତ ଏବଂ ଧ୍ରୁବ ଜୁରେଲଙ୍କୁ ସାମିଲ କରାଯାଇଛି। ଏହା ସହ ଅଭିଜ୍ଞ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା, ସ୍ପିନର କୁଲଦୀପ ଯାଦବ ଓ ମାନବ ସୁଥାରଙ୍କୁ ମଧ୍ୟ ସୁଯୋଗ ମିଳିଛି । ଦ୍ରୁତ ବୋଲିଂ ବିଭାଗରେ ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା ଏବଂ ଗୁରନୂର ବରାରଙ୍କ ଉପରେ ଦାୟିତ୍ୱ ରହିବ ।

ଏହା ପୂର୍ବରୁ ଜିମ୍ବାୱେ ଗସ୍ତରେ ଭାରତୀୟ ଦଳ ଟି-୨୦ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ୯୦ ରନରେ ବିଜୟୀ ହୋଇ ସିରିଜ୍‌ରେ ୨-୦ର ଅଜେୟ ଅଗ୍ରଣୀ ହାସଲ କରିଥିଲା। ଏହି ସଫଳତାର ପ୍ରଭାବ ଆଇସିସି ଟି-୨୦ ରାଙ୍କିଙ୍ଗରେ ମଧ୍ୟ ଦେଖିବାକୁ ମିଳିଛି। ଇଂଲଣ୍ଡ ବିପକ୍ଷରେ ୦-୪ରେ ସିରିଜ୍ ହାରିବା ପରେ ଶୀର୍ଷ ସ୍ଥାନ ହରାଇଥିବା ଭାରତ ପୁଣିଥରେ ଜିମ୍ବାୱେ ବିପକ୍ଷରେ କ୍ରମାଗତ ଦୁଇଟି ବିଜୟ ସହ ଆଇସିସି ପୁରୁଷ ଟି-୨୦ ରାଙ୍କିଙ୍ଗର ନମ୍ବର-୧ ସ୍ଥାନ ଦଖଲ କରିଛି ।

ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ:

ଶୁବମନ ଗିଲ (ଅଧିନାୟକ), କେଏଲ୍ ରାହୁଲ (ଉପଅଧିନାୟକ), ଯଶସ୍ୱୀ ଜୟସ୍ୱାଲ, ଋଷଭ ପନ୍ତ (ୱିକେଟକିପର୍), ଧ୍ରୁବ ଜୁରେଲ (ୱିକେଟକିପର୍), ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମାନବ ସୁଥାର, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ଗୁରନୂର ବରାର, ଦେବଦତ୍ତ ପଡିକ୍କଲ, ସାରାଂଶ ଜୈନ, ଜସପ୍ରିତ ବୁମରାହ (ଫିଟନେସ୍ କ୍ଲିୟରାନ୍ସ ଅପେକ୍ଷାରେ) ଏବଂ ସାଇ ସୁଦର୍ଶନ (ଫିଟନେସ୍ କ୍ଲିୟରାନ୍ସ ଅପେକ୍ଷାରେ)

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: