Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

BCCI Squad Announcement / ଟି-୨୦ ସିରିଜ୍‌ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ, ଦଳକୁ ଫେରିଲେ ହାର୍ଦ୍ଦିକ ପାଣ୍ଡ୍ୟା

Santosh Kumar Sahoo
Browse all articles by Santosh Kumar Sahoo
·7 months ago·1 min read
ଟି-୨୦ ସିରିଜ୍‌ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ, ଦଳକୁ ଫେରିଲେ ହାର୍ଦ୍ଦିକ ପାଣ୍ଡ୍ୟା
Team India

Key Points

ଟି-୨୦ ସିରିଜ୍‌ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ
ଦଳକୁ ଫେରିଲେ ହାର୍ଦ୍ଦିକ ପାଣ୍ଡ୍ୟା
ରିଙ୍କୁ ସିଂଙ୍କୁ ମିଳିଲାନି ସ୍ଥାନ
ଡିସେମ୍ବର ୯ରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ୍‌ । ଏହି ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ପାଇଁ ବିସିସିଆଇ ଦଳ ଘୋଷଣା କରିଛି । ବେକରେ ଆଘାତ ଯୋଗୁଁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜ୍‌ରୁ ବଞ୍ଚିତ ହୋଇଥିବା ଉପ-ଅଧିନାୟକ ଶୁବମନ ଗିଲ୍‌ ଦଳକୁ ଫେରିଛନ୍ତି । କିନ୍ତୁ ମ୍ୟାଚ୍‌ ଖେଳିବେ କି ନାହିଁ ତାହା ତାଙ୍କ ଫିଟନେସ୍‌ ଉପରେ ନିର୍ଭର କରିବ । ସେହିପରି ଘୋଷଣା ହୋଇଥିବା ଦଳରେ ଦୀର୍ଘ ଦିନ ପରେ ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ଫେରିଛନ୍ତି । ସେହିପରି ରିଙ୍କୁ ସିଂହ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ରେ ଦଳରେ ନାହାନ୍ତି ।




ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍‌ ପାଇଁ ଭାରତୀୟ ଦଳ:
ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ଶୁବମନ ଗିଲ୍‌*(ଫିଟନେସ୍ ଆଧାରରେ), ଅଭିଷେକ ଶର୍ମା, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, ଜିତେଶ ଶର୍ମା(ଓ୍ବିକେଟ୍‌ କିପର), ସଞ୍ଜୁ ସାମସନ(ଓ୍ବିକେଟ୍‌ କିପର), ଜଶପ୍ରୀତ ବୁମ୍ରା, ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂ, କୁଲଦୀପ ଯାଦବ, ହର୍ଷିତ ରାଣା ଓ ଓ୍ବାଶିଂଟନ୍‌ ସୁନ୍ଦର

ଟି-୨୦ ସିରିଜ୍‌ କାର୍ଯ୍ୟସୂଚୀ

ପ୍ରଥମ ଟି-୨୦ - ଡିସେମ୍ବର ୯, କଟକ
ଦ୍ୱିତୀୟ ଟି-୨୦ - ଡିସେମ୍ବର ୧୧, ମୁଲାନପୁର
ତୃତୀୟ ଟି-୨୦ - ଡିସେମ୍ବର ୧୪, ଧର୍ମଶାଳା
ଚତୁର୍ଥ ଟି-୨୦ - ଡିସେମ୍ବର ୧୭, ଲକ୍ଷ୍ନୌ
ପଞ୍ଚମ ଟି-୨୦ - ଡିସେମ୍ବର ୧୯, ଅହମ୍ମଦାବାଦ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Team India Announced for South Africa T20 Series; Hardik Pandya Returns | Argus News