First ODI Venue Change / ବିଷାକ୍ତ ବାୟୁର ପ୍ରଭାବ ! ଦିଲ୍ଲୀରେ ହେବନି ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ, BCCI ବଦଳାଇଲା ଭେନ୍ୟୁ
·25 mins ago·2 min read

Key Points
ଦିଲ୍ଲୀର ବିଷାକ୍ତ ପବନ ଆଗରେ ମୁଣ୍ଡ ନୁଆଁଇଲା BCCI
ବଦଳିଲା ଭାରତ-ଶ୍ରୀଲଙ୍କା ମ୍ୟାଚ୍ ଭେନ୍ୟୁ
ଦିଲ୍ଲୀରୁ ବିଶାଖାପାଟଣା ଗଲା ଭାରତ-ଶ୍ରୀଲଙ୍କା ମ୍ୟାଚ୍

ଦିଲ୍ଲୀର ବିଷାକ୍ତ ବାୟୁ ଏବଂ ଷ୍ଟାଡିୟମରେ ଚାଲିଥିବା ନବୀକରଣ କାର୍ଯ୍ୟ ଯୋଗୁଁ ଭେନ୍ୟୁ ପରିବର୍ତ୍ତନ କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) । ଡିସେମ୍ବରରେ ଭାରତ ଗସ୍ତରେ ଆସିବାକୁ ଥିବା ଶ୍ରୀଲଙ୍କା ଦଳ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍ ଏବେ ଦିଲ୍ଲୀ ବଦଳରେ ବିଶାଖାପାଟଣାରେ ଖେଳାଯିବ ।
ପୂର୍ବରୁ ଏହି ମ୍ୟାଚ୍ ଡିସେମ୍ବର ୧୩ ତାରିଖରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ଦିଲ୍ଲୀର ଖରାପ ପାଣିପାଗ ଓ ପ୍ରଦୂଷଣ ସ୍ଥିତିକୁ ଦୃଷ୍ଟିରେ ରଖି ଭେନ୍ୟୁ ବଦଳାଇବାକୁ ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ ସଂଘ (DDCA) ପକ୍ଷରୁ BCCIକୁ ଅନୁରୋଧ କରାଯାଇଥିଲା ।
ଗୁରୁବାର (୫ ନଭେମ୍ବର) BCCI ଏକ ଅଧିକାରିକ ବିଜ୍ଞପ୍ତି ଜାରି କରି ଏହି ପରିବର୍ତ୍ତନ ବିଷୟରେ ସୂଚନା ଦେଇଛି । ବୋର୍ଡ ପକ୍ଷରୁ କୁହାଯାଇଛି ଯେ, DDCAର ଅନୁରୋଧକୁ ଗ୍ରହଣ କରି ସମ୍ଭାବ୍ୟ ପାଣିପାଗ ସମସ୍ୟା ଏବଂ ଷ୍ଟାଡିୟମରେ ପ୍ରସ୍ତାବିତ ନବୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ମ୍ୟାଚ୍ର ସ୍ଥାନ ପରିବର୍ତ୍ତନ କରାଯାଇଛି । ଏବେ ପ୍ରଥମ ଦିନିକିଆ ଡିସେମ୍ବର ୧୩ରେ ବିଶାଖାପାଟଣାର ACA-VDCA କ୍ରିକେଟ ଷ୍ଟାଡିୟମରେ ଖେଳାଯିବ ।
ଭାରତ-ଶ୍ରୀଲଙ୍କା ହ୍ୱାଇଟ୍ ବଲ୍ ସିରିଜ୍ର ପୂରା କାର୍ଯ୍ୟସୂଚୀ
ଦିନିକିଆ ସିରିଜ୍
- ୧୩ ଡିସେମ୍ବର, ରବିବାର – ପ୍ରଥମ ଦିନିକିଆ, ବିଶାଖାପାଟଣା (ଅପରାହ୍ନ ୨ଟା)
- ୧୬ ଡିସେମ୍ବର, ବୁଧବାର – ଦ୍ୱିତୀୟ ଦିନିକିଆ, ବେଙ୍ଗାଲୁରୁ (ଅପରାହ୍ନ ୨ଟା)
- ୧୯ ଡିସେମ୍ବର, ଶନିବାର – ତୃତୀୟ ଦିନିକିଆ, ଅହମ୍ମଦାବାଦ (ଅପରାହ୍ନ ୨ଟା)
ଟି-୨୦ ସିରିଜ୍
- ୨୨ ଡିସେମ୍ବର, ମଙ୍ଗଳବାର – ପ୍ରଥମ ଟି-୨୦, ରାଜକୋଟ (ସନ୍ଧ୍ୟା ୭ଟା)
- ୨୪ ଡିସେମ୍ବର, ଗୁରୁବାର – ଦ୍ୱିତୀୟ ଟି-୨୦, କଟକ (ସନ୍ଧ୍ୟା ୭ଟା)
- ୨୭ ଡିସେମ୍ବର, ରବିବାର – ତୃତୀୟ ଟି-୨୦, ପୁଣେ (ସନ୍ଧ୍ୟା ୭ଟା)
ଏହି ହ୍ୱାଇଟ୍ ବଲ୍ ସିରିଜ୍ ପାଇଁ ଏପର୍ଯ୍ୟନ୍ତ BCCI ପକ୍ଷରୁ ଭାରତୀୟ ଦଳ ଘୋଷଣା କରାଯାଇନାହିଁ। ବର୍ତ୍ତମାନ କେବଳ ମ୍ୟାଚ୍ର କାର୍ଯ୍ୟସୂଚୀ ଏବଂ ଭେନ୍ୟୁ ସମ୍ପର୍କରେ ସୂଚନା ଜାରି କରାଯାଇଛି ।

🚨 News 🚨 First ODI between India and Sri Lanka to be held on December 13 shifted from Delhi to Visakhapatnam More details 🔽 | #TeamIndia | #INDvSL | @mflone_ https://t.co/P9wJkuYdtJ
— BCCI (@BCCI) November 5, 2026
ଗୁରୁବାର (୫ ନଭେମ୍ବର) BCCI ଏକ ଅଧିକାରିକ ବିଜ୍ଞପ୍ତି ଜାରି କରି ଏହି ପରିବର୍ତ୍ତନ ବିଷୟରେ ସୂଚନା ଦେଇଛି । ବୋର୍ଡ ପକ୍ଷରୁ କୁହାଯାଇଛି ଯେ, DDCAର ଅନୁରୋଧକୁ ଗ୍ରହଣ କରି ସମ୍ଭାବ୍ୟ ପାଣିପାଗ ସମସ୍ୟା ଏବଂ ଷ୍ଟାଡିୟମରେ ପ୍ରସ୍ତାବିତ ନବୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ମ୍ୟାଚ୍ର ସ୍ଥାନ ପରିବର୍ତ୍ତନ କରାଯାଇଛି । ଏବେ ପ୍ରଥମ ଦିନିକିଆ ଡିସେମ୍ବର ୧୩ରେ ବିଶାଖାପାଟଣାର ACA-VDCA କ୍ରିକେଟ ଷ୍ଟାଡିୟମରେ ଖେଳାଯିବ ।
ଭାରତ-ଶ୍ରୀଲଙ୍କା ହ୍ୱାଇଟ୍ ବଲ୍ ସିରିଜ୍ର ପୂରା କାର୍ଯ୍ୟସୂଚୀ
ଦିନିକିଆ ସିରିଜ୍
- ୧୩ ଡିସେମ୍ବର, ରବିବାର – ପ୍ରଥମ ଦିନିକିଆ, ବିଶାଖାପାଟଣା (ଅପରାହ୍ନ ୨ଟା)
- ୧୬ ଡିସେମ୍ବର, ବୁଧବାର – ଦ୍ୱିତୀୟ ଦିନିକିଆ, ବେଙ୍ଗାଲୁରୁ (ଅପରାହ୍ନ ୨ଟା)
- ୧୯ ଡିସେମ୍ବର, ଶନିବାର – ତୃତୀୟ ଦିନିକିଆ, ଅହମ୍ମଦାବାଦ (ଅପରାହ୍ନ ୨ଟା)
ଟି-୨୦ ସିରିଜ୍
- ୨୨ ଡିସେମ୍ବର, ମଙ୍ଗଳବାର – ପ୍ରଥମ ଟି-୨୦, ରାଜକୋଟ (ସନ୍ଧ୍ୟା ୭ଟା)
- ୨୪ ଡିସେମ୍ବର, ଗୁରୁବାର – ଦ୍ୱିତୀୟ ଟି-୨୦, କଟକ (ସନ୍ଧ୍ୟା ୭ଟା)
- ୨୭ ଡିସେମ୍ବର, ରବିବାର – ତୃତୀୟ ଟି-୨୦, ପୁଣେ (ସନ୍ଧ୍ୟା ୭ଟା)
ଏହି ହ୍ୱାଇଟ୍ ବଲ୍ ସିରିଜ୍ ପାଇଁ ଏପର୍ଯ୍ୟନ୍ତ BCCI ପକ୍ଷରୁ ଭାରତୀୟ ଦଳ ଘୋଷଣା କରାଯାଇନାହିଁ। ବର୍ତ୍ତମାନ କେବଳ ମ୍ୟାଚ୍ର କାର୍ଯ୍ୟସୂଚୀ ଏବଂ ଭେନ୍ୟୁ ସମ୍ପର୍କରେ ସୂଚନା ଜାରି କରାଯାଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories