Manav Suthar 10 Wickets / ଗଲ୍ରେ ଇତିହାସ ରଚିଲେ ମାନବ ସୁତାର, ୧୦ ୱିକେଟ୍ ନେଇ ସାଜିଲେ ବିଜୟର ହିରୋ
·2 weeks ago·2 min read

Key Points
ସୁତାରଙ୍କ ସ୍ପିନ୍ରେ ଶ୍ରୀଲଙ୍କା ଚିତ୍
ଗଲ୍ରେ ଭାରତର ବଡ଼ ବିଜୟ
ମାନବ ସୁତାର ନେଲେ ୧୦ ୱିକେଟ୍
ଗଲ୍ରେ ଭାରତର ବଡ଼ ବିଜୟ
ମାନବ ସୁତାର ନେଲେ ୧୦ ୱିକେଟ୍
ଗଲ୍ରେ ଭାରତର ଐତିହାସିକ ବିଜୟ ୩୭୨ ରନ୍ର ବିଶାଳ ଲକ୍ଷ୍ୟ ଆଗରେ ଶ୍ରୀଲଙ୍କାର ବ୍ୟାଟିଂ ଲାଇନ୍ ଅଫ୍ ମାତ୍ର ୨୦୬ ରନ୍ କରି ଅଲଆଉଟ ହୋଇଥିଲା । ଯାହା ଫଳରେ ଭାରତ ଏହି ମ୍ୟାଚ୍କୁ ୧୬୫ ରନ୍ରେ ବିଜୟଲାଭ କରିଛି । ତେବେ ଟିମ୍ ଇଣ୍ଡିଆର ଏହି ବଡ଼ ବିଜୟର ସବୁଠୁ ବଡ଼ ନାୟକ ହେଲେ ଯୁବ ସ୍ପିନର ମାନବ ସୁତାର । ଦ୍ୱିତୀୟ ଟେଷ୍ଟରେ ହିଁ ୧୦ ୱିକେଟ୍ ନେଇ ରଚିଲେ ଇତିହାସ ।
ଗଲ୍ ଟେଷ୍ଟରେ ଶ୍ରୀଲଙ୍କାକୁ ୧୬୫ ରନ୍ରେ ପରାସ୍ତ କରି ଭାରତ ହାସଲ କରିଛି ଦମଦାର ବିଜୟ । ଚତୁର୍ଥ ଇନିଂସରେ ଶ୍ରୀଲଙ୍କା ସାମ୍ନାରେ ୩୭୨ ରନ୍ର ବିଶାଳ ଲକ୍ଷ୍ୟ ଥିଲା । କିନ୍ତୁ ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ଶ୍ରୀଲଙ୍କାର ବ୍ୟାଟିଂ ଲାଇନ୍ଅପ୍ ତିଷ୍ଠି ପାରିନଥିଲା ଏବଂ ଦଳ ମାତ୍ର ୨୦୬ ରନ୍ରେ ଅଲଆଉଟ୍ ହୋଇଥିଲା ।
ଏହି ବିଜୟର ସବୁଠାରୁ ବଡ଼ ହିରୋ ହେଲେ ଯୁବ ସ୍ପିନର ମାନବ ସୁତାର । କ୍ୟାରିୟରର ମାତ୍ର ଦ୍ୱିତୀୟ ଟେଷ୍ଟରେ ସେ ମ୍ୟାଚ୍ରେ ମୋଟ ୧୦ଟି ୱିକେଟ୍ ନେଇ ଇତିହାସ ରଚିଛନ୍ତି । ପ୍ରଥମ ଇନିଂସରେ ୪ଟି ୱିକେଟ୍ ନେଇଥିବା ସୁତାର ଦ୍ୱିତୀୟ ଇନିଂସରେ ୬ଟି ୱିକେଟ୍ ହାସଲ କରିଥିଲେ । ଦ୍ୱିତୀୟ ଇନିଂସର ୭୬ତମ ଓଭରରେ ସେ ଏକାସାଙ୍ଗରେ ୩ ଜଣ ବ୍ୟାଟ୍ସମ୍ୟାନ୍ଙ୍କୁ ଆଉଟ୍ କରି ଶ୍ରୀଲଙ୍କାର ବିଜୟ ଆଶାକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଥିଲେ ।
ଗଲ୍ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଏହା ମଧ୍ୟ ଏକ ବିଶେଷ ରେକର୍ଡ । ସୁତାରଙ୍କ ପୂର୍ବରୁ କେବଳ ରବିଚନ୍ଦ୍ରନ ଅଶ୍ୱିନ ଓ ହରଭଜନ ସିଂହ ଏହି ମୈଦାନରେ ଗୋଟିଏ ଟେଷ୍ଟରେ ୧୦ କିମ୍ବା ତା'ଠାରୁ ଅଧିକ ୱିକେଟ୍ ନେଇଥିଲେ । ଏବେ ସୁତାର ଏହି ତାଲିକାରେ ତୃତୀୟ ଭାରତୀୟ ବୋଲର ଭାବେ ସାମିଲ ହୋଇଛନ୍ତି । ସେହିପରି ଗଲ୍ରେ ୧୦ ୱିକେଟ୍ ନେବାରେ ସେ ଦ୍ୱିତୀୟ ବାମହାତୀ ବିଦେଶୀ ବୋଲର । ତାଙ୍କ ପୂର୍ବରୁ ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ ୨୦୧୬ରେ ଶ୍ରୀଲଙ୍କା ବିପକ୍ଷରେ ୧୧ଟି ୱିକେଟ୍ ନେଇଥିଲେ ।
ଭାରତର ଏହି ବିଜୟ ପଛରେ କେବଳ ସୁତାରଙ୍କ ବୋଲିଂ ନୁହେଁ, ବ୍ୟାଟିଂରେ ଦେବଦତ୍ତ ପଡିକ୍କଲଙ୍କ ଅବଦାନ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପ୍ରଥମ ଇନିଂସରେ ପଡିକ୍କଲ ଧୂଆଁଧାର ୧୬୭ ରନ୍ର ଶତକୀୟ ପାରି ଖେଳି ଭାରତକୁ ବଡ଼ ସ୍କୋର କରିବାରେ ସାହାଯ୍ୟ କରିଥିଲେ । ଦ୍ୱିତୀୟ ଇନିଂସରେ ମଧ୍ୟ ସେ ୪୪ ରନ୍ କରିଥିଲେ । ପ୍ରଥମ ଇନିଂସରେ ଭାରତ ୧୭୮ ରନ୍ର ବିଶାଳ ଅଗ୍ରଣୀ ହାସଲ କରିଥିବାରୁ ଦ୍ୱିତୀୟ ଇନିଂସରେ ୧୯୩ ରନ୍ରେ ଅଲଆଉଟ୍ ହେବା ସତ୍ତ୍ୱେ ଶ୍ରୀଲଙ୍କା ସାମ୍ନାରେ ୩୭୨ ରନ୍ର ବଡ଼ ଲକ୍ଷ୍ୟ ରଖିପାରିଥିଲା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗଲ୍ ମୈଦାନରେ ପୂର୍ବରୁ ସର୍ବାଧିକ ୩୪୨ ରନ୍ର ଲକ୍ଷ୍ୟ ହିଁ ସଫଳତାର ସହ ଚେଜ୍ ହୋଇଥିଲା । ତେଣୁ ୩୭୨ ରନ୍ର ଲକ୍ଷ୍ୟ ଶ୍ରୀଲଙ୍କା ପାଇଁ ଆରମ୍ଭରୁ ହିଁ କଷ୍ଟକର ଥିଲା । ଶେଷରେ ଭାରତୀୟ ବୋଲରମାନେ ଘରୋଇ ଦଳକୁ ୨୦୬ ରନ୍ରେ ଅଟକାଇ ମ୍ୟାଚ୍କୁ ନିଜ ନାମରେ କରିଛନ୍ତି ।
Related Topics
Explore more stories