India vs Sri Lanka 2nd Test / ଡ୍ର’ ହେଲା ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟେଷ୍ଟ, ଟିମ୍ ଇଣ୍ଡିଆର ବିଜୟ ଆଶାରେ ପଡ଼ିଲା ପାଣି
·53 mins ago·2 min read

Key Points
ଶ୍ରୀଲଙ୍କାର ଦମ୍ଦାର ବ୍ୟାଟିଂ
ଡ୍ର’ ହେଲା ଦ୍ୱିତୀୟ ଟେଷ୍ଟ
ବିଜୟରୁ ବଞ୍ଚିତ ହେଲା ଭାରତ
ଡ୍ର’ ହେଲା ଦ୍ୱିତୀୟ ଟେଷ୍ଟ
ବିଜୟରୁ ବଞ୍ଚିତ ହେଲା ଭାରତ
ସିରିଜ୍ ଜିତିଲା ଭାରତ । କିନ୍ତୁ ଦ୍ବିତୀୟ ଟେଷ୍ଟ ମ୍ୟାଚ୍କୁ ଭାରତ ହାତରୁ ଛଡ଼ାଇ ନେଲା ଶ୍ରୀଲଙ୍କା । କଲମ୍ବୋରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ଡ୍ର’ରେ ଶେଷ ହୋଇଥିବା ବେଳେ ଟିମ୍ ଇଣ୍ଡିଆ ୧-୦ରେ ସିରିଜ୍ କବ୍ଜା କରିଛି । ପଞ୍ଚମ ଦିନରେ ଭାରତୀୟ ବୋଲରଙ୍କ ଆକ୍ରମଣକୁ ଦୃଢ଼ତାର ସହ ସାମ୍ନା କରି ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ୍ମାନେ ଜବରଦସ୍ତ ପ୍ରଦର୍ଶନ କରିଥିଲେ । ବିଶେଷ କରି ସୋନଲ ଦିନୁଷାଙ୍କ ଦୁଇ ପାଳିରେ ଶତକୀୟ ଇନିଂସ୍ ଭାରତର ବିଜୟ ଆଶାରେ ପାଣି ପକାଇଦେଲା ।
ପ୍ରଥମ ପାଳିରେ ଭାରତ ୧୩୮ ଓଭରରେ ୯ ୱିକେଟ୍ ହରାଇ ୫୦୩ ରନ୍ କରି ପାଳି ଘୋଷଣା କରିଥିଲା । ଭାରତ ପକ୍ଷରୁ ଦେବଦତ୍ତ ପଡିକ୍କଲ ସର୍ବାଧିକ ୧୧୭ ରନ୍ କରିଥିଲେ । ସେ ୧୯୩ ବଲ୍ର ସାମ୍ନା କରି ଏହି ଶତକୀୟ ଇନିଂସ୍ ଖେଳିଥିଲେ । ଧ୍ରୁବ ଜୁରେଲ ମଧ୍ୟ ଚମତ୍କାର ବ୍ୟାଟିଂ କରି ୧୭୭ ବଲ୍ରେ ୧୧୫ ରନ୍ କରିଥିଲେ । ଏହାସହ ଋଷଭ ପନ୍ତ ୬୩ ଏବଂ ଅଧିନାୟକ ଶୁବମନ ଗିଲ୍ ୫୦ ରନ୍ କରିଥିଲେ ।
ଜବାବରେ ଶ୍ରୀଲଙ୍କାର ପ୍ରଥମ ପାଳି ମାତ୍ର ୨୯୦ ରନ୍ରେ ଅଲଆଉଟ ହୋଇଥିଲା । ୮୯.୪ ଓଭରରେ ଶ୍ରୀଲଙ୍କା ଅଲଆଉଟ୍ ହୋଇଥିବା ବେଳେ ସୋନଲ ଦିନୁଷା ୧୬୨ ବଲ୍ରେ ୧୦୩ ରନ୍ର ଶତକୀୟ ଇନିଂସ୍ ଖେଳିଥିଲେ । ଭାରତ ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ଓ ମାନବ ସୁଥାର ୩ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ସାରାଂଶ ଜୈନ ୨ଟି ଏବଂ ରବୀନ୍ଦ୍ର ଜାଡେଜା ଓ ମହମ୍ମଦ ସିରାଜ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
ପ୍ରଥମ ପାଳିରେ ପଛୁଆ ରହିବା ପରେ ଭାରତ ଶ୍ରୀଲଙ୍କାକୁ ଫଲୋଅନ୍ ଦେଇଥିଲା । ଏହାପରେ ଶ୍ରୀଲଙ୍କା ଦ୍ୱିତୀୟ ପାଳିରେ ଅସାଧାରଣ ବ୍ୟାଟିଂ କରି ଭାରତୀୟ ବୋଲରଙ୍କୁ ଚାପରେ ପକାଇଥିଲା । ସୋନଲ ଦିନୁଷା ଦ୍ବିତୀୟ ଇନିଂସରେ ମଧ୍ୟ ଶତକ ହାସଲ କରିଥିଲେ । ସେ ୨୬୪ ବଲ୍ରେ ଅପରାଜିତ ୧୩୩ ରନ୍ କରିଥିଲେ। ଏହାଦ୍ୱାରା ସେ ମ୍ୟାଚ୍ର ଉଭୟ ପାଳିରେ ଶତକ ହାସଲ କରି ଭାରତର ବିଜୟ ଆଶାକୁ ଧୂଳିସାତ୍ କରିଦେଇଥିଲେ ।
ଶ୍ରୀଲଙ୍କା ୧୫୪ ଓଭରରେ ୯ ୱିକେଟ୍ ହରାଇ ୪୨୯ ରନ୍ କରିଥିଲା। ଶେଷରେ ନିର୍ଦ୍ଧାରିତ ସମୟ ସରିଯିବାରୁ ଅମ୍ପାୟାର ମ୍ୟାଚ୍କୁ ଡ୍ର’ ଘୋଷଣା କରିଥିଲେ । ଦ୍ୱିତୀୟ ପାଳିରେ ଭାରତୀୟ ବୋଲରମାନେ ଶ୍ରୀଲଙ୍କାର ଶେଷ ୱିକେଟ୍ ନେବାରେ ସଫଳ ହୋଇପାରିନଥିଲେ । ମାନବ ସୁଥାର ଓ ରବୀନ୍ଦ୍ର ଜାଡେଜା ୩ଟି ଲେଖାଏଁ ୱିକେଟ୍ ନେଇଥିଲେ। ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା ଓ ସାରାଂଶ ଜୈନଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା । ଦ୍ୱିତୀୟ ଟେଷ୍ଟ ଡ୍ର’ ହୋଇଥିଲେ ମଧ୍ୟ ଭାରତ ୧-୦ରେ ସିରିଜ୍ ଜିତିଛି ।

Sri Lanka’s resilience with the bat ensures that only three wickets fall on the final day. The two teams shake hands after a hard-fought Test, which ends in a draw.#TeamIndia win the series 1-0.
— BCCI (@BCCI) August 27, 2026
Details - https://t.co/Uh4Xgn8rB5 pic.twitter.com/spxoqmBzct
ପ୍ରଥମ ପାଳିରେ ପଛୁଆ ରହିବା ପରେ ଭାରତ ଶ୍ରୀଲଙ୍କାକୁ ଫଲୋଅନ୍ ଦେଇଥିଲା । ଏହାପରେ ଶ୍ରୀଲଙ୍କା ଦ୍ୱିତୀୟ ପାଳିରେ ଅସାଧାରଣ ବ୍ୟାଟିଂ କରି ଭାରତୀୟ ବୋଲରଙ୍କୁ ଚାପରେ ପକାଇଥିଲା । ସୋନଲ ଦିନୁଷା ଦ୍ବିତୀୟ ଇନିଂସରେ ମଧ୍ୟ ଶତକ ହାସଲ କରିଥିଲେ । ସେ ୨୬୪ ବଲ୍ରେ ଅପରାଜିତ ୧୩୩ ରନ୍ କରିଥିଲେ। ଏହାଦ୍ୱାରା ସେ ମ୍ୟାଚ୍ର ଉଭୟ ପାଳିରେ ଶତକ ହାସଲ କରି ଭାରତର ବିଜୟ ଆଶାକୁ ଧୂଳିସାତ୍ କରିଦେଇଥିଲେ ।
ଶ୍ରୀଲଙ୍କା ୧୫୪ ଓଭରରେ ୯ ୱିକେଟ୍ ହରାଇ ୪୨୯ ରନ୍ କରିଥିଲା। ଶେଷରେ ନିର୍ଦ୍ଧାରିତ ସମୟ ସରିଯିବାରୁ ଅମ୍ପାୟାର ମ୍ୟାଚ୍କୁ ଡ୍ର’ ଘୋଷଣା କରିଥିଲେ । ଦ୍ୱିତୀୟ ପାଳିରେ ଭାରତୀୟ ବୋଲରମାନେ ଶ୍ରୀଲଙ୍କାର ଶେଷ ୱିକେଟ୍ ନେବାରେ ସଫଳ ହୋଇପାରିନଥିଲେ । ମାନବ ସୁଥାର ଓ ରବୀନ୍ଦ୍ର ଜାଡେଜା ୩ଟି ଲେଖାଏଁ ୱିକେଟ୍ ନେଇଥିଲେ। ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା ଓ ସାରାଂଶ ଜୈନଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା । ଦ୍ୱିତୀୟ ଟେଷ୍ଟ ଡ୍ର’ ହୋଇଥିଲେ ମଧ୍ୟ ଭାରତ ୧-୦ରେ ସିରିଜ୍ ଜିତିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories