Videos
|
Sports

Asia Cup Hockey 2025: ଏସିଆ କପ୍ ଫାଇନାଲରେ ଭାରତ, ଟାଇଟଲ୍ ପାଇଁ ଦକ୍ଷିଣ କୋରିଆ ସହ ହେବ ଲଢ଼େଇ

Santosh Kumar Sahoo
Browse all articles by Santosh Kumar Sahoo
·1 year ago·2 min read
Asia Cup Hockey 2025: ଏସିଆ କପ୍ ଫାଇନାଲରେ ଭାରତ, ଟାଇଟଲ୍ ପାଇଁ ଦକ୍ଷିଣ କୋରିଆ ସହ ହେବ ଲଢ଼େଇ

Key Points

ଏସିଆ କପ୍ ହକି ଫାଇନାଲରେ ଭାରତ । ସୁପର-୪ ପର୍ଯ୍ୟାୟର ଶେଷ ମ୍ୟାଚ୍‌ରେ ଭାରତ ଚୀନ୍‌କୁ ୭-୦ରେ ପରାସ୍ତ କରିଛି । ଟାଇଟଲ୍ ମ୍ୟାଚ୍‌ରେ ଦକ୍ଷିଣ କୋରିଆ ସହ ମୁହାଁମୁହିଁ ହେବ ।

ଏସିଆ କପ୍ ହକି ଫାଇନାଲରେ ଭାରତ । ଚୀନକୁ ହରାଇ ଫାଇନାଲରେ ପହଞ୍ଚିଛି ଟିମ୍ ଇଣ୍ଡିଆ । ସୁପର-୪ ପର୍ଯ୍ୟାୟର ଶେଷ ମ୍ୟାଚ୍‌ରେ ଭାରତ ଚୀନ୍‌କୁ ୭-୦ରେ ପରାସ୍ତ କରିଛି । ଭାରତ ୯ମ ଥର ପାଇଁ ହକି ଏସିଆ କପର ଫାଇନାଲରେ ପ୍ରବେଶ କରିଛି। ରବିବାର ଟାଇଟଲ୍ ମ୍ୟାଚ୍‌ରେ ୫ ଥରର ଚାମ୍ପିଅନ୍ ଦକ୍ଷିଣ କୋରିଆ ସହ ଭାରତ ମୁହାଁମୁହିଁ ହେବ । ବିହାରର ରାଜଗିରରେ ଖେଳାଯାଉଥିବା ହକି ଏସିଆ କପ (ହକି ଏସିଆ କପ ୨୦୨୫ ରାଜଗିରରେ ଭାରତୀୟ ଦଳ ଏପର୍ଯ୍ୟନ୍ତ କୌଣସି ମ୍ୟାଚ୍ ହାରିନାହିଁ।


ଚୀନ୍ ସହ ଖେଳାଯାଇଥିବା ମ୍ୟାଚ ଆରମ୍ଭରୁ ଭାରତୀୟ ଦଳ ଆଟାକିଂ ହକି ଖେଳିଥିଲା । ପ୍ରଥମ କ୍ବାଟରର ଚତୁର୍ଥ ମିନିଟରେ ଶିଳାନନ୍ଦ ଲାକ୍ରା ଏକ ଗୋଲ କରି ଭାରତକୁ ୧-୦ରେ ଅଗ୍ରଣୀ କରାଇଥିଲେ । ଏହାର ମାତ୍ର ୩ ମିନିଟ୍ ପରେ, ଦିଲପ୍ରୀତ ସିଂହ ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରିଥିଲେ। ଦ୍ୱିତୀୟ କ୍ୱାର୍ଟରରେ କେବଳ ଗୋଟିଏ ଗୋଲ ଆସିଥିଲା ।


ତୃତୀୟ କ୍ୱାର୍ଟରରେ ଭାରତ ଆଉ ଦୁଇଟି ଗୋଲ ସ୍କୋର କରିଥିଲା । ତୃତୀୟ କ୍ବାର୍ଟର ଶେଷ ସୁଦ୍ଧା ଭାରତ ୫-୦ରେ ଆଗୁଆ ରହିଥିଲା । ଶେଷ କ୍ୱାର୍ଟରରେ ମଧ୍ୟ ଭାରତ ୨ଟି ଗୋଲ୍ ସ୍କୋର କରିଥିଲା । ଏଥି ସହ ଭାରତ ଏହି ମ୍ୟାଚକୁ ୭-୦ରେ ନିଜ ନାମରେ କରିଥିଲା ।

ହକି ଏସିଆ କପର ଫାଇନାଲ୍ ୭ ସେପ୍ଟେମ୍ବରରେ ଖେଳାଯିବ । ଯେଉଁଥିରେ ଭାରତ ଏବଂ ଦକ୍ଷିଣ କୋରିଆ ପରସ୍ପର ମୁହାଁମୁହିଁ ହେବେ । ଏହି ଟୁର୍ଣ୍ଣାମେଣ୍ଟରେ, ଭାରତ ଏବଂ ଦକ୍ଷିଣ କୋରିଆ କେବଳ ଥରେ ମୁହାଁମୁହିଁ ହୋଇଛନ୍ତି, ସେହି ମ୍ୟାଚ୍ ୨-୨ରେ ଡ୍ର'ର ରହିଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଯଦି ଆମେ ହକି ଏସିଆ କପର ଇତିହାସ ଉପରେ ନଜର ପକାଇବା, ତେବେ ଟିମ୍ ଇଣ୍ଡିଆ ୯ମ ଥର ପାଇଁ ଏସିଆ କପର ଫାଇନାଲରେ ପ୍ରବେଶ କରିଛି। ଟିମ୍ ଇଣ୍ଡିଆ ୩ଥର ଚାମ୍ପିଅନ୍ ହୋଇଛି ଏବଂ ଗତ ୬ଟି ଏସିଆ କପରେ ଭାରତ ଏବଂ ଦକ୍ଷିଣ କୋରିଆ ପ୍ରତ୍ୟେକେ ୩ ଥର ଚାମ୍ପିଅନ୍ ହୋଇଛନ୍ତି। ଯଦି ଟିମ୍ ଇଣ୍ଡିଆ ୨୦୨୫ରେ ଚାମ୍ପିଅନ୍ ହୁଏ, ତେବେ ଭାରତ ଚତୁର୍ଥ ଥର ପାଇଁ ଏସିଆ କପ୍ ନିଜ ନାମରେ କରିବ ।

India Crushes China 7-0, Secures Spot in Hockey Asia Cup 2025 Final | Argus News