Videos
|
Sports

India T20I Squad / ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା, ଦଳକୁ ଫେରିଲେ ୨ ଷ୍ଟାର ବୋଲର

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା, ଦଳକୁ ଫେରିଲେ ୨ ଷ୍ଟାର ବୋଲର
India T20I Squad

Key Points

ୱେଷ୍ଟଇଣ୍ଡିଜ ବିପକ୍ଷରେ ଟିମ୍ ଇଣ୍ଡିଆର ବଡ଼ ଘୋଷଣା
ଟି-୨୦ ଦଳରେ ବଡ଼ ପରିବର୍ତ୍ତନ
ଏହି ଖେଳାଳିଙ୍କୁ ମିଳିଲା ସୁଯୋଗ


ସେପ୍ଟେମ୍ବର-ଅକ୍ଟୋବର ୨୦୨୬ରେ ଭାରତ ଗସ୍ତରେ ଆସିବ ଓ୍ବେଷ୍ଟଇଣ୍ଡିଜ୍‌ କ୍ରିକେଟ୍‌ ଦଳ । ଏହି ଗସ୍ତରେ ଦୁଇ ଦଳ ମଧ୍ୟରେ ୩ଟି ଦିନିକିଆ ଓ ୫ଟି ଟି-୨୦ ମ୍ୟାଚ୍ ଖେଳାଯିବ । ଏହି ସିରିଜ୍‌ ପାଇଁ ବିସିସିଆଇ ବୁଧବାର ଉଭୟ ଦିନିକିଆ ଓ ଟି-୨୦ ଦଳ ଘୋଷଣା କରିଛି । ଶ୍ରେୟସ ଆୟରଙ୍କ ନେତୃତ୍ବରେ ଟି-୨୦ ସିରିଜ୍ ଖେଳିବ ଭାରତ ।

ଟି-୨୦ ଦଳକୁ ଫେରିଲେ ପ୍ରିନ୍ସ ଓ ମୟଙ୍କ

ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ୍ ପାଇଁ ପ୍ରିନ୍ସ ଯାଦବ ଏବଂ ମୟଙ୍କ ଯାଦବଙ୍କୁ ଦଳରେ ସାମିଲ କରାଯାଇଛି । ଉଭୟ ଖେଳାଳିଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି । ସେମାନେ ଶେଷଥର ଜିମ୍ବାୱେ ମାଟିରେ ଭାରତୀୟ ଟି-୨୦ ଦଳରେ ସୁଯୋଗ ପାଇଥିଲେ । ଏହାପରେ ଆଫଗାନିସ୍ତାନ ବିପକ୍ଷ ୩ ମ୍ୟାଚ୍‌ର ଟି-୨୦ ସିରିଜ୍‌ରୁ ଉଭୟଙ୍କୁ ବାଦ ଦିଆଯାଇଥିଲା ।



ଟି-୨୦ ଦଳରେ ଅଭିଷେକ ଶର୍ମା, ସଞ୍ଜୁ ସାମସନ୍, ଈଶାନ କିଶନ୍ ଏବଂ ତିଲକ ବର୍ମାଙ୍କ ଭଳି ନିୟମିତ ଖେଳାଳିମାନେ ମଧ୍ୟ ରହିଛନ୍ତି । ତେବେ ଆହତ ଥିବାରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳରେ ସ୍ଥାନ ମିଳିନାହିଁ ।

ଅନ୍ୟପକ୍ଷରେ ଷ୍ଟାର ଦ୍ରୁତ ବୋଲର ଜଶପ୍ରୀତ ବୁମରାହଙ୍କୁ ଉଭୟ ଟି-୨୦ ଓ ଦିନିକିଆ ସିରିଜ୍‌ରୁ ବିଶ୍ରାମ ଦିଆଯାଇଛି । ତେବେ ରୋହିତ ଶର୍ମା ଓ ବିରାଟ କୋହଲି ପୁଣିଥରେ ଦିନିକିଆ କ୍ରିକେଟ୍‌ରେ ନଜର ଆସିବେ । ଉଭୟ ଶେଷଥର ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ୍‌ର ଦିନିକିଆ ସିରିଜ୍‌ରେ ଖେଳିଥିଲେ ।

ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ପାଇଁ ଭାରତୀୟ ଦଳ

ଶ୍ରେୟସ ଅୟାର (ଅଧିନାୟକ), ଅଭିଷେକ ଶର୍ମା, ବୈଭବ ସୂର୍ଯ୍ୟବଂଶୀ, ଈଶାନ କିଶନ୍ (ୱିକେଟକିପର), ସଞ୍ଜୁ ସାମସନ୍ (ୱିକେଟକିପର), ତିଲକ ବର୍ମା (ଉପଅଧିନାୟକ), ଶିବମ ଦୁବେ, କୁଲଦୀପ ଯାଦବ, ଅକ୍ଷର ପଟେଲ, ୱାଶିଂଟନ୍ ସୁନ୍ଦର, ରବି ବିଷ୍ଣୋଇ, ନିତୀଶ କୁମାର ରେଡ୍ଡୀ, ଅର୍ଶଦୀପ ସିଂହ, ପ୍ରିନ୍ସ ଯାଦବ ଏବଂ ମୟଙ୍କ ଯାଦବ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: