Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Gill Injury Update / ହସ୍ପିଟାଲରେ ଭର୍ତ୍ତି ହେଲେ କ୍ୟାପଟେନ୍‌ ଗିଲ୍‌, ଜାଣନ୍ତୁ ଏବେ କେମିତି ଅଛି ଶୁବମନଙ୍କ ସ୍ବାସ୍ଥ୍ୟାବସ୍ଥା

Santosh Kumar Sahoo
Browse all articles by Santosh Kumar Sahoo
·8 months ago·2 min read
ହସ୍ପିଟାଲରେ ଭର୍ତ୍ତି ହେଲେ କ୍ୟାପଟେନ୍‌ ଗିଲ୍‌, ଜାଣନ୍ତୁ ଏବେ କେମିତି ଅଛି ଶୁବମନଙ୍କ ସ୍ବାସ୍ଥ୍ୟାବସ୍ଥା

Key Points

ଶୁବମନଙ୍କୁ ନେଇ ଆସିଲା ବଡ଼ ଅପଡେଟ୍‌ । ହସ୍ପିଟାଲରେ ଭର୍ତ୍ତି ହେଲେ ଗିଲ୍‌ । ରାତି ସାରା ରହିବେ ପର୍ଯ୍ୟବେକ୍ଷଣରେ ।
ନଭେମ୍ବର ୧୪ରୁ କୋଲକାତାର ଇଡେନ୍‌ ଗାର୍ଡେନରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟ ଟେଷ୍ଟ ମ୍ୟାଚ୍‌ ଜାରି ରହିଛି । ତେବେ ଏହି ମ୍ୟାଚ୍‌ର ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ଭଲ ସ୍ଥିତିରେ ରହିଛି । ମ୍ୟାଚ୍‌ରେ ଭଲ ସ୍ଥିତିରେ ଥିଲେ ମଧ୍ୟ ଟିମ୍ ଇଣ୍ଡିଆର ଟେନ୍‌ସନ୍‌ ବଢ଼ିଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆର ଅଧିନାୟକ ଶୁଭମନ ଗିଲ୍‌ଙ୍କ ଆଘାତ ଦଳର ଟେନସନ୍‌ ବଢ଼ାଇ ଦେଇଛି ।

କୋଲକାତା ଟେଷ୍ଟର ପ୍ରଥମ ଇନିଂସରେ ବ୍ୟାଟିଂ କରିବାକୁ ଆସିଥିବା ଗିଲ୍‌ ମାତ୍ର ତିନୋଟି ବଲ୍ ଖେଳିଥିଲେ । ଆଉ ଏହା ପରେ ବେକରେ ଯନ୍ତ୍ରଣା ଅନୁଭବ କରିଥିଲେ । ତା'ପରେ ପଡ଼ିଆକୁ ଫିଜିଓ ଆସିଥିଲେ । ଆଉ ଫିଜିଓଙ୍କ ସହ କିଛି ସମୟ କଥା ହେବା ପରେ ପଡ଼ିଆ ଛାଡ଼ିବାକୁ ବାଧ୍ୟ ହୋଇଥିଲେ । ଆଉ ଏବ ଭାରତୀୟ କ୍ୟାପଟେନ୍‌ ଶୁବମନ ଗିଲ୍‌ଙ୍କୁ ନେଇ ଏକ ବଡ଼ ଅପଡେଟ୍‌ ସାମ୍ନାକୁ ଆସିଛି ।

ଅଧିକ ପଢ଼ନ୍ତୁ: ଦୁଷ୍କର୍ମ ଅଭିଯୁକ୍ତ ଖେଳାଳିଙ୍କୁ ରିଟେନ୍‌ କଲା RCB, ଖେଳିବେ ୨୦୨୬ ଆଇପିଏଲ

ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ଶୁବମନ ଗିଲ୍‌ ବେକ ଯନ୍ତ୍ରଣା ଅନୁଭବ ପରେ ତାଙ୍କୁ କୋଲକାତାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ନିଆଯାଇଥିଲା । ଆଉ ସେଠାରେ ତାଙ୍କର ବେକ ସ୍କାନ କରାଯାଇଥିଲା । ବିସିସିଆଇ ଡାକ୍ତରୀ ଦଳ ବର୍ତ୍ତମାନ ସ୍କାନ ରେଜଲ୍ଟକୁ ଅପେକ୍ଷା କରିଛି । ତେବେ ଆବଶ୍ୟକ ହେଲେ ତାଙ୍କ ରାତିସାରା ରେ ରଖାଯାଇପାରେ ବୋଲି ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।

ସୂଚନା ଅନୁସାରେ, ପ୍ରଥମ ଇନିଂସରେ ଦୁଇଟି ୱିକେଟ୍ ପଡ଼ିବା ପରେ ବ୍ୟାଟିଂ କରିବାକୁ ଆସିଥିବା ଶୁଭମନ ଗିଲ୍ କେବଳ ତିନୋଟି ବଲ୍ ଖେଳିଥିଲେ ଏବଂ ଚୌକା ମାରିବା ପରେ ବେକରେ ଯନ୍ତ୍ରଣା ଅନୁଭବ କରିଥିଲେ ।

କୋଲକାତାର ଇଡେନ ଗାଡେନ୍ସଠାରେ ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ ରୋଚକ ମୋଡ଼ରେ ପହଞ୍ଚିଯାଇଛି । ଦକ୍ଷିଣ ଆଫ୍ରିକାକୁ ମାତ୍ର ୧୫୯ ରନରେ ଅଲଆଉଟ୍ କରିବା ପରେ ଭାରତ ମଧ୍ୟ ୧୮୯ ରନରେ ଅଲଆଉଟ ହୋଇଯାଇଛି । ଏହା ପରେ ୨ୟ ଦିନର ଷ୍ଟମ୍ସ ଅପସାରଣ ବେଳକୁ ଦକ୍ଷିଣ ଆଫ୍ରିକା ନିଜର ୨ୟ ଇନିଂସରେ ୭ ଓ୍ବିକେଟ ହରାଇ ୯୩ ରନ କରିଛି । ଏହା ଫଳରେ ଦକ୍ଷିଣ ଆଫ୍ରିକା ଏପର୍ଯ୍ୟନ୍ତ ୬୩ ରନରେ ଆଗୁଆ ରହିଛି । ମ୍ୟାଚର ସ୍ଥିତି ଦେଖିଲେ ସ୍ପଷ୍ଟ ଅନୁମାନ ହେଉଛି ଯେ ଆସନ୍ତାକାଲି ଅର୍ଥାତ ମ୍ୟାଚ୍‌ର ତୃତୀୟ ଦିନରେ ହିଁ ରେଜଲ୍ଟ ଆସିପାରେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Shubman Gill Hospitalised: India Captain’s Health Update After Neck Spasm | Argus News