Asia Cup 2025: ଭାରତ-ପାକିସ୍ତାନ ମହାମୁକାବିଲା, ପ୍ରଥମେ ବୋଲିଂ କରିବ ଟିମ୍ ଇଣ୍ଡିଆ

Key Points
ଏସିଆ କପ୍-୨୦୨୫ । ଟସ୍ ଜିତି ପ୍ରଥେମ ବ୍ୟାଟିଂ କରିବ ପାକିସ୍ତାନ । ଭାରତର ପ୍ଲେଇଂ ୧୧ରେ ହୋଇନି କିଛି ପରିବର୍ତ୍ତନ ।
ସୁପର ସଣ୍ଡେରେ ସୁପର ଫାଇଟ୍ । ଆଜି ଏସିଆ କପରେ ଖେଳାଯିବ ମହାମୁକାବିଲା । ମୁହାଁମୁହିଁ ହେବେ ଦୁଇ ପାରମ୍ପାରିକ ପ୍ରତିଦ୍ବନ୍ଦୀ ଭାରତ-ପାକିସ୍ତାନ । ତେବେ ଏହି ହାଇଭୋଲଟେଜ୍ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ପାକିସ୍ତାନ । ଅର୍ଥାତ ପ୍ରଥମେ ବୋଲିଂ କରିବ ଭାରତ । ତେବେ ଆଜିର ମ୍ୟାଚରେ ଭାରତ ପକ୍ଷରୁ ଚୁଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରାଯାଇନାହିଁ ।
ଏହି ମ୍ୟାଚ୍ ପୂର୍ବରୁ, ଟିମ୍ ଇଣ୍ଡିଆ ଏହି ଟୁର୍ଣ୍ଣାମେଣ୍ଟରେ UAE ବିପକ୍ଷରେ ଗୋଟିଏ ମ୍ୟାଚ୍ ଖେଳିଛି। ଟିମ୍ ଇଣ୍ଡିଆ ଏଥିରେ ବିଜୟୀ ହୋଇଛି। ସେହି ସମୟରେ, ପାକିସ୍ତାନର ଦଳ ଓମାନକୁ ମଧ୍ୟ ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଏପରି ପରିସ୍ଥିତିରେ, ଉଭୟ ଦଳ ସେମାନଙ୍କର ପୂର୍ବ ମ୍ୟାଚ୍ ଜିତିବା ପରେ ଏହି ମ୍ୟାଚରେ ମଧ୍ୟ ବିଜୟ ଲାଭ କରି ପଏଣ୍ଟ ଟେବୁଲରେ ଶୀର୍ଷରେ ରହିବାକୁ ଚେଷ୍ଟା କରିବେ ।
ଭାରତର ପ୍ଲେଇଂ-୧୧: ଅଭିଷେକ ଶର୍ମା, ଶୁବମନ ଗିଲ୍, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଲକ ବର୍ମା, ସଞ୍ଜୁ ସାମସନ୍ (ୱିକେଟକିପର), ଶିବମ୍ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, କୁଲଦୀପ ଯାଦବ, ଜଶପ୍ରୀତ ବୁମ୍ରା, ବରୁଣ ଚକ୍ରବର୍ତ୍ତୀ
📱 Get Argus News App
✨ପାକିସ୍ତାନର ପ୍ଲେଇଂ-୧୧: ସାମ ଆୟୁବ, ସାହିବଜାଦା ଫରହାନ, ମହମ୍ମଦ ହାରିସ୍ (ୱିକେଟକିପର), ଫଖର ଜମାନ, ସଲମାନ ଆଗା (ଅଧିନାୟକ), ହାସନ ନୱାଜ, ମହମ୍ମଦ ନୱାଜ, ଫହିମ ଆଶ୍ରଫ, ଶାହିନ ଆଫ୍ରିଦି, ସୁଫିଆନ ମୁକିମ, ଅବରାର ଅହମ୍ମଦ