Asia Cup Trophy / ଭାରତକୁ ଖୁବ୍ଶୀଘ୍ର ମିଳିପାରେ ଏସିଆ କପ୍ ଟ୍ରଫି ! ନକଭିଙ୍କ ସହ ସାକ୍ଷାତ ପରେ ଏମିତି କହିଲେ BCCI ସଚିବ
·8 months ago·2 min read

Key Points
ଏସିଆ କପ୍ ଟ୍ରଫିକୁ ଆସିଲା ବଡ଼ ଅପଡେଟ୍ । ଖୁବଶୀଘ୍ର ଭାରତକୁ ମିଳିବ ଏସିଆ କପ୍ ଟ୍ରଫି ! ନକଭିଙ୍କ ସହ ଆଲୋଚନା ପରେ ଏମିତି କହିଲେ ବିସିସିଆଇ ସଚିବ ।
ସେପ୍ଟେମ୍ବର ୨୮ରେ ଦୁବାଇରେ ଖେଳାଯାଇଥିଲା ଏସିଆ କପ୍ ଫାଇନାଲ । ହାଇଭୋଲଟେଜ୍ ଫାଇନାଲ ମୁକାବିଲାରେ ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ବରେ ଟିମ୍ ଇଣ୍ଡିଆ ପାକିସ୍ତାନକୁ ପରାସ୍ତ କରି ଏସିଆ କପ୍ ଟାଇଟଲ ଜିତିଥିଲା । ଏହାରି ମଧ୍ୟରେ ଟ୍ରଫି ଜିତିବା ଏକ ମାସରୁ ଅଧିକ ସମୟ ହୋଇସାରିଲାଣି । କିନ୍ତୁ ଭାରତୀୟ ଦଳକୁ ଏପର୍ଯ୍ୟନ୍ତ ଏସିଆ କପ୍ ଟ୍ରଫି ମିଳିପାରିନି । ତେବେ ଟିମ୍ ଇଣ୍ଡିଆକୁ କେବେ ଏସିଆ କପ୍ ଟ୍ରଫି ମିଳିବ ତାହା ଜାଣିବାକୁ ଭାରତୀୟ ପ୍ରଶଂସକମାନେ ଚାତକ ପରି ଚାହିଁ ରହିଛନ୍ତି । ଏହାରି ମଧ୍ୟରେ ଏସିଆ କପ୍ ଟ୍ରଫିକୁ ନେଇ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି ।
ସୂଚନା ଅନୁସାରେ, ଦୁବାଇରେ ଚାଲିଥିବା ICC ବୋର୍ଡ ବୈଠକ ସମୟରେ BCCI ସଚିବ ଦେବଜିତ ସାଇକିଆ ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ମୁଖ୍ୟ ମୋହସିନ୍ ନକଭିଙ୍କ ସହିତ ପୃଥକ ଭାବରେ ସାକ୍ଷାତ କରିଥିଲେ । ଏହି ବୈଠକ ପରେ ଏହା ଆଶା କରାଯାଉଛି ଯେ ଏସିଆ କପ୍ ଟ୍ରଫି ବିବାଦର ସମାଧାନ ଖୁବଶୀଘ୍ର ହୋଇପାରେ । ନକଭିଙ୍କ ସହ ସାକ୍ଷାତ ପରେ ଦେବଜିତ ସାଇକିଆ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି ।
BCCI ସଚିବ ଦେବଜିତ ସାଇକିଆ ICC ବୋର୍ଡ ବୈଠକରେ ଯୋଗଦେବା ପାଇଁ ଦୁବାଇରେ ଥିଲେ । ସମ୍ବାଦ ସରବରାହ ସଂସ୍ଥା PTI ସହିତ ଆଲୋଚନା କରି ସାଇକିଆ କହିଛନ୍ତି, "ମୁଁ ICCର ଔପଚାରିକ ଏବଂ ଅନୌପଚାରିକ ବୈଠକରେ ସାମିଲ ଥିଲି । PCB ଅଧ୍ୟକ୍ଷ ମୋହସିନ୍ ନକଭି ମଧ୍ୟ ଉପସ୍ଥିତ ଥିଲେ । କିନ୍ତୁ ଟ୍ରଫି ବିବାଦ ଏଜେଣ୍ଡାର ଅଂଶ ନଥିଲା ।" କିନ୍ତୁ ICC ଜଣେ ବରିଷ୍ଠ ICC ଅଧିକାରୀ ଏବଂ ଅନ୍ୟ ଜଣେ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ମୋର ଏବଂ PCB ମୁଖ୍ୟଙ୍କ ମଧ୍ୟରେ ଏକ ପୃଥକ ବୈଠକ ଆୟୋଜନ ହୋଇଥିଲା । ଆଲୋଚନା ସକାରାତ୍ମକ ଥିଲା ଏବଂ ଆମେ ଆଶା କରୁଛୁ ଯେ ଖୁବ୍ ଶୀଘ୍ର ଏକ ସମାଧାନ ହେବ।"
ଏସିଆ କପ୍ ଟ୍ରଫି ବର୍ତ୍ତମାନ ଦୁବାଇର ଏସୀୟ କ୍ରିକେଟ ପରିଷଦ (ACC) ମୁଖ୍ୟାଳୟରେ ରଖାଯାଇଛି । ACC ମୁଖ୍ୟ ମୋହସିନ ନକଭି ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ତାଙ୍କ ଅନୁମତି ବିନା ଟ୍ରଫି ସେଠାରୁ ସ୍ଥାନାନ୍ତର କରାଯାଇପାରିବ ନାହିଁ । ଏହି ସମୟରେ, BCCI କହିଛି ଯେ ଉଭୟ ବୋର୍ଡ ଏହି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି । ବର୍ତ୍ତମାନ ଏହି ବିବାଦ ଅନ୍ତ ହେବାକୁ ଯାଉଛି । ଟିମ୍ ଇଣ୍ଡିଆ ଖୁବ୍ ଶୀଘ୍ର ଟ୍ରଫି ଫେରି ପାଇବ ବୋଲି ଆଶା କରାଯାଉଛି ।
ଅଧିକ ପଢ଼ନ୍ତୁ: ICC ବୈଠକରେ ବଡ଼ ନିଷ୍ପତ୍ତି, ଅଲିମ୍ପିକ୍ସ ଖେଳିପାରିବନି ପାକିସ୍ତାନ !
ସୂଚନା ଅନୁସାରେ, ୨୮ ସେପ୍ଟେମ୍ବରରେ ଭାରତ-ପାକିସ୍ତାନ ମଧ୍ୟରେ ଏସିଆ କପ୍ ୨୦୨୫ର ଫାଇନାଲ୍ ମ୍ୟାଚ୍ ଦୁବାଇରେ ଖେଳାଯାଇଥିଲା । ଏହି ମ୍ୟାଚ୍ରେ ଭାରତ ପାକିସ୍ତାନକୁ ପରାସ୍ତ କରି ଟାଇଟଲ୍ ଜିତିଥିଲା । କିନ୍ତୁ ମ୍ୟାଚ୍ ପରେ ଟିମ୍ ଇଣ୍ଡିଆ PCB ଏବଂ ACC ସଭାପତି ମୋହସିନ ନକଭିଙ୍କଠାରୁ ଟ୍ରଫି ଗ୍ରହଣ କରିବାକୁ ମନା କରିଦେଇଥିଲା। ଦଳ ଟ୍ରଫି ବିନା ଭାରତ ଫେରି ଆସିଥିଲା, ଏବଂ ସେବେଠାରୁ ବିବାଦ ଜାରି ରହିଛି। କିନ୍ତୁ ଏବେ ଲାଗୁଛି ଯେ ଟିମ୍ ଇଣ୍ଡିଆ ଖୁବ୍ ଶୀଘ୍ର ଏସିଆ କପ୍ ଟ୍ରଫି ଫେରି ପାଇବ ।
ସୂଚନା ଅନୁସାରେ, ଦୁବାଇରେ ଚାଲିଥିବା ICC ବୋର୍ଡ ବୈଠକ ସମୟରେ BCCI ସଚିବ ଦେବଜିତ ସାଇକିଆ ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ମୁଖ୍ୟ ମୋହସିନ୍ ନକଭିଙ୍କ ସହିତ ପୃଥକ ଭାବରେ ସାକ୍ଷାତ କରିଥିଲେ । ଏହି ବୈଠକ ପରେ ଏହା ଆଶା କରାଯାଉଛି ଯେ ଏସିଆ କପ୍ ଟ୍ରଫି ବିବାଦର ସମାଧାନ ଖୁବଶୀଘ୍ର ହୋଇପାରେ । ନକଭିଙ୍କ ସହ ସାକ୍ଷାତ ପରେ ଦେବଜିତ ସାଇକିଆ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି ।
BCCI ସଚିବ ଦେବଜିତ ସାଇକିଆ ICC ବୋର୍ଡ ବୈଠକରେ ଯୋଗଦେବା ପାଇଁ ଦୁବାଇରେ ଥିଲେ । ସମ୍ବାଦ ସରବରାହ ସଂସ୍ଥା PTI ସହିତ ଆଲୋଚନା କରି ସାଇକିଆ କହିଛନ୍ତି, "ମୁଁ ICCର ଔପଚାରିକ ଏବଂ ଅନୌପଚାରିକ ବୈଠକରେ ସାମିଲ ଥିଲି । PCB ଅଧ୍ୟକ୍ଷ ମୋହସିନ୍ ନକଭି ମଧ୍ୟ ଉପସ୍ଥିତ ଥିଲେ । କିନ୍ତୁ ଟ୍ରଫି ବିବାଦ ଏଜେଣ୍ଡାର ଅଂଶ ନଥିଲା ।" କିନ୍ତୁ ICC ଜଣେ ବରିଷ୍ଠ ICC ଅଧିକାରୀ ଏବଂ ଅନ୍ୟ ଜଣେ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ମୋର ଏବଂ PCB ମୁଖ୍ୟଙ୍କ ମଧ୍ୟରେ ଏକ ପୃଥକ ବୈଠକ ଆୟୋଜନ ହୋଇଥିଲା । ଆଲୋଚନା ସକାରାତ୍ମକ ଥିଲା ଏବଂ ଆମେ ଆଶା କରୁଛୁ ଯେ ଖୁବ୍ ଶୀଘ୍ର ଏକ ସମାଧାନ ହେବ।"
ଏସିଆ କପ୍ ଟ୍ରଫି ବର୍ତ୍ତମାନ ଦୁବାଇର ଏସୀୟ କ୍ରିକେଟ ପରିଷଦ (ACC) ମୁଖ୍ୟାଳୟରେ ରଖାଯାଇଛି । ACC ମୁଖ୍ୟ ମୋହସିନ ନକଭି ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ତାଙ୍କ ଅନୁମତି ବିନା ଟ୍ରଫି ସେଠାରୁ ସ୍ଥାନାନ୍ତର କରାଯାଇପାରିବ ନାହିଁ । ଏହି ସମୟରେ, BCCI କହିଛି ଯେ ଉଭୟ ବୋର୍ଡ ଏହି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି । ବର୍ତ୍ତମାନ ଏହି ବିବାଦ ଅନ୍ତ ହେବାକୁ ଯାଉଛି । ଟିମ୍ ଇଣ୍ଡିଆ ଖୁବ୍ ଶୀଘ୍ର ଟ୍ରଫି ଫେରି ପାଇବ ବୋଲି ଆଶା କରାଯାଉଛି ।
ଅଧିକ ପଢ଼ନ୍ତୁ: ICC ବୈଠକରେ ବଡ଼ ନିଷ୍ପତ୍ତି, ଅଲିମ୍ପିକ୍ସ ଖେଳିପାରିବନି ପାକିସ୍ତାନ !
ସୂଚନା ଅନୁସାରେ, ୨୮ ସେପ୍ଟେମ୍ବରରେ ଭାରତ-ପାକିସ୍ତାନ ମଧ୍ୟରେ ଏସିଆ କପ୍ ୨୦୨୫ର ଫାଇନାଲ୍ ମ୍ୟାଚ୍ ଦୁବାଇରେ ଖେଳାଯାଇଥିଲା । ଏହି ମ୍ୟାଚ୍ରେ ଭାରତ ପାକିସ୍ତାନକୁ ପରାସ୍ତ କରି ଟାଇଟଲ୍ ଜିତିଥିଲା । କିନ୍ତୁ ମ୍ୟାଚ୍ ପରେ ଟିମ୍ ଇଣ୍ଡିଆ PCB ଏବଂ ACC ସଭାପତି ମୋହସିନ ନକଭିଙ୍କଠାରୁ ଟ୍ରଫି ଗ୍ରହଣ କରିବାକୁ ମନା କରିଦେଇଥିଲା। ଦଳ ଟ୍ରଫି ବିନା ଭାରତ ଫେରି ଆସିଥିଲା, ଏବଂ ସେବେଠାରୁ ବିବାଦ ଜାରି ରହିଛି। କିନ୍ତୁ ଏବେ ଲାଗୁଛି ଯେ ଟିମ୍ ଇଣ୍ଡିଆ ଖୁବ୍ ଶୀଘ୍ର ଏସିଆ କପ୍ ଟ୍ରଫି ଫେରି ପାଇବ ।📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories