Vaibhav Suryavanshi / ୧୪ ବର୍ଷୀୟ ବୈଭବଙ୍କୁ ସୁହାଉଛି ଅଧିନାୟକତ୍ଵ; ଦକ୍ଷିଣ ଆଫ୍ରିକା ବିପକ୍ଷରେ ମାରିଲେ ବିସ୍ଫୋରକ ଶତକ
·2 months ago·2 min read

Key Points
ବୈଭବ ସୂର୍ଯ୍ୟବଂଶୀଙ୍କ ତୁଫାନି ପାଳି । ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଦିନିକିଆରେ ଶତକୀୟ ପାଳି ଖେଳିଛନ୍ତି ୧୯ ବର୍ଷରୁ କମ୍ ଭାରତୀୟ ଦଳର ଅଧିନାୟକ ବୈଭବ ସୂର୍ଯ୍ୟବଂଶୀ ।
ବେନୋନି: ୨୪ ବଲ୍ରେ ଅର୍ଦ୍ଧଶତକ, ୬୩ ବଲ୍ରେ ଅର୍ଦ୍ଧଶତକ । ବୈଭବ ସୂର୍ଯ୍ୟବଂଶୀଙ୍କ ତୁଫାନି ପାଳି । ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଦିନିକିଆରେ ଶତକୀୟ ପାଳି ଖେଳିଛନ୍ତି ୧୯ ବର୍ଷରୁ କମ୍ ଭାରତୀୟ ଦଳର ଅଧିନାୟକ ବୈଭବ ସୂର୍ଯ୍ୟବଂଶୀ ।
୧୪ ବର୍ଷୀୟ ବୈଭବଙ୍କ ଅଧିନାୟକତ୍ଵରେ ୧୯ ବର୍ଷରୁ କମ୍ ଭାରତୀୟ କ୍ରିକେଟ୍ ଦଳ ଭଲ ପ୍ରଦର୍ଶନ କରୁଛି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ମାତ୍ର ୬୩ ବଲ୍ରେ ସେଞ୍ଚୁରୀ ମାରିଛନ୍ତି ବୈଭବ । ୬ଟି ଚଉକା ଓ ୮ ଛକା ସହାୟତାରେ ବୈଭବ ଶତକ ହାସଲ କରିଛନ୍ତି ।
ଏଥିସହ ପଢ଼ନ୍ତୁ: ଆଜି ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟରୁ ପୁଣି ଉଡ଼ିବ ଛକ୍କା-ଚୌକା; ଜାଣନ୍ତୁ କେତେବେଳେ, କେଉଁଠି ଦେଖିବେ ମୁକାବିଲା?
ବୈଭବ ମୋଟ ୭୪ଟି ବଲ୍ରେ ୯ ଚଉକା ଓ ୧୦ ଛକ୍କା ସହାୟତାରେ ୧୨୭ ରନ୍ ସ୍କୋର୍ କରିଛନ୍ତି । ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ଵିତୀୟ ଦିନିକିଆରେ ବୈଭବ ବିସ୍ଫୋରକ ପାଳି ଖେଳିଥିଲେ । ମାତ୍ର ୧୯ ବଲ୍ରେ କରିଥିଲେ ୫୦ ରନ୍ । ୨୪ ବଲ୍ରେ ୧୦ ଛକା ଓ ଗୋଟିଏ ଚଉକା ସହାୟତାରେ ୬୮ ରନ୍ ସଂଗ୍ରହ କରିଥିଲେ ।
୧୪ ବର୍ଷୀୟ ଯେକୌଣସି ଟୁର୍ଣ୍ଣାମେଣ୍ଟ ଖେଳିଲେ ସେଥିରେ ଛାପ ଛାଡ଼ୁଛନ୍ତି । ସୈୟଦ ମୁସ୍ତାକ ଅଲୀ ଟ୍ରଫିରେ ବୈଭବ ଶତକ ମାରିଥିଲେ । ସେହିଭଳି ବିଜୟ ହଜାରେ ଟ୍ରଫିରେ ଅରୁଣାଚଳ ପ୍ରଦେଶ ବିପକ୍ଷରେ ୩୬ କରିଥିଲେ ୧୦୦ ରନ୍ ।
ଏସିଆ କପ୍ରେ ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଥିଲା । ଏହା ପୂର୍ବରୁ ଆଇପିଏଲ୍ରେ ତୁଫାନି ଶତକ ମାରି ଚର୍ଚ୍ଚା ରହିଥିଲେ । ମାତ୍ର ୧୪ ବର୍ଷ ବୟସରେ ବୈଭବ ସୂର୍ଯ୍ୟବଂଶୀ କ୍ରିକେଟ ଜଗତରେ ଏକ ନୂଆ ପରିଚୟ ସୃଷ୍ଟି କରିଛନ୍ତି ।
ଏଥିସହ ପଢ଼ନ୍ତୁ: ICC ଦେଲା ଶକ୍ତ ଝଟକା: ମ୍ୟାଚ୍ ଖେଳିବାର ଅଛି ତ ଭାରତ ଆସ
ଭାରତ ପକ୍ଷରୁ ଓପନର୍ ଆରୋନ୍ ୧୦୬ ବଲ୍ରେ ୧୧୮ ରନ୍ କରିଥିବା ବେଳେ ବେଦାନ୍ତ ୪୨ ରନ୍ରେ ୩୪ ରନ୍ କରି ଆଉଟ୍ ହୋଇଛନ୍ତି । ୪୦ ଓଭର୍ ସୁଦ୍ଧା ଭାରତ ୪ ୱିକେଟ୍ ହରାଇ ୩୦୯ ରନ୍ କରିଛି ।
ଏହା ପୂର୍ବରୁ ୧୯ ବର୍ଷରୁ କମ୍ (U19) ଏସିଆ କପ୍ର ଓପନିଂ ମ୍ୟାଚ୍ରେ ସେଞ୍ଚୁରୀ ମାରିଥିଲେ ବୈଭବ ସୂର୍ଯ୍ୟବଂଶୀ । ୫୬ ବଲ୍ରେ ୯ ଛକା, ୫ ଚଉକା ସହାୟତାରେ ପୂରଣ କରିଛନ୍ତି ଶହେ ରନ୍ । ବୈଭବ ସୂର୍ଯ୍ୟବଂଶୀ ତାଙ୍କ ପୁରୁଣା ଶୈଳୀରେ ଦମଦାର ବ୍ୟାଟିଂ ଜାରି ରଖିଛନ୍ତି ।
୫୬ ବଲ୍ରେ ଶତକମାତ୍ର ୫୬ଟି ବଲ୍ରେ ବୈଭବ ସୂର୍ଯ୍ୟବଂଶୀ ଶତକ ହାସଲ କରିଛନ୍ତି । ଯେଉଁଥିରେ ୫ଟି ଚଉକା ସହ ରହିଛି ୯ଟି ଛକା । ଭାରତୀୟ ଦଳର ବ୍ୟାଟିଂର ୨୧ ଓଭରରେ ବୈଭବ ଶତକ ପୂରଣ କରିଛନ୍ତି । ଅଣ୍ଡର-୧୯ ଦିନିକିଆ କ୍ରିକେଟ୍ରେ ଏହା ହେଉଛି ବୈଭବଙ୍କ ଦ୍ଵିତୀୟ ଶତକ । ଏହା ପୂର୍ବରୁ ବୈଭବ ଇଂଲଣ୍ଡ ବିରୋଧରେ ସେଞ୍ଚୁରୀ ମାରିଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories