Rahul Dravid Son / ଅଷ୍ଟ୍ରେଲିଆ ସିରିଜ୍ ପାଇଁ ଭାରତୀୟ U-19 ଟିମ୍ ଘୋଷଣା, ଦ୍ରାବିଡ଼-ସେହୱାଗଙ୍କ ପୁଅଙ୍କୁ ମିଳିଲା ସୁଯୋଗ
·27 mins ago·2 min read

Key Points
ଟିମ୍ ଇଣ୍ଡିଆରେ ଦ୍ରାବିଡ଼ ଓ ସେହୱାଗଙ୍କ ପୁଅ
ଅଷ୍ଟ୍ରେଲିଆ ସିରିଜ୍ ପାଇଁ ଦଳ ଘୋଷଣା
ବାପାଙ୍କ ପରେ ପୁଅଙ୍କ କମାଲ୍
ଅଷ୍ଟ୍ରେଲିଆ ସିରିଜ୍ ପାଇଁ ଦଳ ଘୋଷଣା
ବାପାଙ୍କ ପରେ ପୁଅଙ୍କ କମାଲ୍
ପୁଣି ଟିମ୍ ଇଣ୍ଡିଆରେ ଦ୍ରାବିଡ ଓ ସେହଓ୍ବାଗ । ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ପାଇଁ ଘୋଷଣା ହେଲା ଭାରତୀୟ ଅଣ୍ଡର-୧୯ ଟିମ୍ । ତେବେ ଦଳରେ ଦୁଇଟି ନାଁ ଏବେ ବେଶ୍ ଚର୍ଚ୍ଚାର ଅଛି । ଜଣେ ହେଉଛନ୍ତି ରାହୁଲ ଦ୍ରାବିଡଙ୍କ ପୁଅ ଅନଭ୍ୟ ଦ୍ରାବିଡ ଏବଂ ଆଉ ଜଣେ ହେଉଛନ୍ତି ବୀରେନ୍ଦ୍ର ସେହଓ୍ବାଗଙ୍କ ପୁଅ ଆର୍ଯ୍ୟବୀର ସେହଓ୍ବାଗ । ବାପାଙ୍କ ପରେ ଏବେ ପୁଅମାନେ ମଧ୍ୟ ଭାରତୀୟ କ୍ରିକେଟ୍ରେ ନିଜ ଛାପ ଛାଡ଼ିବାକୁ ପ୍ରସ୍ତୁତ ।
ଭାରତ ମାଟିରେ ଅଷ୍ଟ୍ରେଲିଆ ଅଣ୍ଡର-୧୯ ଦଳ ବିପକ୍ଷରେ ହେବ ଯୁବ କ୍ରିକେଟରଙ୍କ ଜୋରଦାର ଲଢ଼େଇ । ଦୁଇ ଦଳ ମଧ୍ୟରେ ୩ଟି ଦିନିକିଆ ଏବଂ ୨ଟି ମଲ୍ଟି-ଡେ ମ୍ୟାଚ୍ ଖେଳାଯିବ । ଏଥିପାଇଁ ଭାରତୀୟ ଅଣ୍ଡର-୧୯ ଦଳ ଘୋଷଣା କରାଯାଇଛି । ଦଳରେ ପୂର୍ବତନ ଭାରତୀୟ ଓପନର୍ ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀର ସେହୱାଗ ଏବଂ ପୂର୍ବତନ ଭାରତୀୟ ଅଧିନାୟକ ତଥା ହେଡ୍ କୋଚ୍ ରାହୁଲ ଦ୍ରାବିଡଙ୍କ ପୁଅ ଅନଭ୍ୟ ଦ୍ରାବିଡଙ୍କୁ ଦିନିକିଆ ଦଳରେ ସାମିଲ କରାଯାଇଛି । ୧୮ ବର୍ଷୀୟ ଆର୍ଯ୍ୟବୀର ଜଣେ ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଏବଂ ବର୍ତ୍ତମାନ ଦିଲ୍ଲୀ ପ୍ରିମିୟର ଲିଗ୍ରେ ଖେଳୁଛନ୍ତି । ଅନ୍ୟପଟେ ଅନଭ୍ୟ ମଧ୍ୟ ବାପା ରାହୁଲ ଦ୍ରାବିଡଙ୍କ ଭଳି ୱିକେଟକିପର୍-ବ୍ୟାଟ୍ସମ୍ୟାନ୍ ଭାବେ ନିଜ ପ୍ରତିଭା ଦେଖାଉଛନ୍ତି ।
ଦିନିକିଆ ଦଳରେ କାହାକୁ ମିଳିଛି ଦାୟିତ୍ୱ ?
ଅଷ୍ଟ୍ରେଲିଆ ବିପକ୍ଷ ୩ଟି ଦିନିକିଆ ପାଇଁ ଲକ୍ଷ୍ୟ ରାୟଚନ୍ଦାନୀଙ୍କୁ ଅଧିନାୟକ ଏବଂ ୟଶବର୍ଦ୍ଧନ ଚୌହାନଙ୍କୁ ଉପଅଧିନାୟକ ଦାୟିତ୍ବ ମିଳିଛି । ତେବେ ଉଭୟ ଅନଭ୍ୟ ଦ୍ରାବିଡ ଓ ଆର୍ଯ୍ୟବୀର ସେହଓ୍ବାଗ ମଲ୍ଟି ଡେ' ମ୍ୟାଚ୍ ପାଇଁ ଘୋଷଣା ହୋଇଥିବା ଦଳରେ ନାହାନ୍ତି ।
ଘୋଷଣା ହୋଇଥିବା ଦିନିକିଆ ଦଳ
ଲକ୍ଷ୍ୟ ରାୟଚନ୍ଦାନୀ (ଅଧିନାୟକ), ୟଶବର୍ଦ୍ଧନ ଚୌହାନ(ଉପ-ଅଧିନାୟକ), ଭିକେ ବିନୀତ, କୁଶାଗ୍ର ଓଝା, ରଜତ ବଘେଲ, ଆର୍ଯ୍ୟବୀର ସେହୱାଗ, ଅର୍ଜୁନ ରାଜପୁତ, ମନାଲ ଚୌହାନ, ଅନଭ୍ୟ ଦ୍ରାବିଡ, ଭି ଯଶବୀର, ରୋହିତ ଯାଦବ, ଚିଗୁରୁପତି ଭେଙ୍କଟ, କାବ୍ୟା ପଟେଲ, ଶବିନ ବିନୋଦ ଏବଂ ମୋହିତ ଉଲ୍ୱା
କେବେ ହେବ ୩ଟି ଦିନିକିଆ ?
ଅଷ୍ଟ୍ରେଲିଆ ଅଣ୍ଡର-୧୯ ଦଳର ଭାରତ ଗସ୍ତ ୧୮ ସେପ୍ଟେମ୍ବରରୁ ଆରମ୍ଭ ହେବ।
ପ୍ରଥମ ଦିନିକିଆ: ୧୮ ସେପ୍ଟେମ୍ବର, ସକାଳ ୯ଟା — ରାଜକୋଟ
ଦ୍ୱିତୀୟ ଦିନିକିଆ: ୨୧ ସେପ୍ଟେମ୍ବର, ସକାଳ ୯ଟା — ରାଜକୋଟ
ତୃତୀୟ ଦିନିକିଆ: ୨୩ ସେପ୍ଟେମ୍ବର, ସକାଳ ୯ଟା — ରାଜକୋଟ
ମଲ୍ଟି-ଡେ ସିରିଜ୍ ପାଇଁ ଅଲଗା ଦଳ
ମଲ୍ଟି-ଡେ ସିରିଜ୍ ପାଇଁ ୟଶବର୍ଦ୍ଧନ ଚୌହାନଙ୍କୁ ଅଧିନାୟକ ଏବଂ ଲକ୍ଷ୍ୟ ରାୟଚନ୍ଦାନୀଙ୍କୁ ଉପଅଧିନାୟକ କରାଯାଇଛି । ଏହି ଦଳରେ ମନାଲ ଚୌହାନ, କୁଶ ପଟେଲ, ସାଗର ବିର୍କ, କୁଶାଗ୍ର ଓଝା, ମାନବ କୃଷ୍ଣ, ଆର୍ଯ୍ୟନ ଯାଦବ, ଈଶାନ ଓମ୍, ଅୟାନ ଅକ୍ରମ, ପ୍ରଣବ ରାଘବେନ୍ଦ୍ର, ପ୍ରିୟାଂଶୁ ସିଂହ, ମୋହିତ ଉଲ୍ୱା, ଅଭିପ୍ରାୟ ବିଶ୍ୱାସ ଏବଂ ରୋହିତ ଯାଦବ ରହିଛନ୍ତି ।

🚨 News 🚨
— BCCI (@BCCI) August 27, 2026
India U19 squad for Australia U19 Men’s Tour of India announced.
The tour consists of three One-Day matches and two Multi-Day fixtures.
Venues 🏟️: Rajkot and Ahmedabad
More Details ▶️ https://t.co/o2pF8bj3RJ
#INDU19vAUSU19 pic.twitter.com/Ud0tvcqaBe
ଦିନିକିଆ ଦଳରେ କାହାକୁ ମିଳିଛି ଦାୟିତ୍ୱ ?
ଅଷ୍ଟ୍ରେଲିଆ ବିପକ୍ଷ ୩ଟି ଦିନିକିଆ ପାଇଁ ଲକ୍ଷ୍ୟ ରାୟଚନ୍ଦାନୀଙ୍କୁ ଅଧିନାୟକ ଏବଂ ୟଶବର୍ଦ୍ଧନ ଚୌହାନଙ୍କୁ ଉପଅଧିନାୟକ ଦାୟିତ୍ବ ମିଳିଛି । ତେବେ ଉଭୟ ଅନଭ୍ୟ ଦ୍ରାବିଡ ଓ ଆର୍ଯ୍ୟବୀର ସେହଓ୍ବାଗ ମଲ୍ଟି ଡେ' ମ୍ୟାଚ୍ ପାଇଁ ଘୋଷଣା ହୋଇଥିବା ଦଳରେ ନାହାନ୍ତି ।
ଘୋଷଣା ହୋଇଥିବା ଦିନିକିଆ ଦଳ
ଲକ୍ଷ୍ୟ ରାୟଚନ୍ଦାନୀ (ଅଧିନାୟକ), ୟଶବର୍ଦ୍ଧନ ଚୌହାନ(ଉପ-ଅଧିନାୟକ), ଭିକେ ବିନୀତ, କୁଶାଗ୍ର ଓଝା, ରଜତ ବଘେଲ, ଆର୍ଯ୍ୟବୀର ସେହୱାଗ, ଅର୍ଜୁନ ରାଜପୁତ, ମନାଲ ଚୌହାନ, ଅନଭ୍ୟ ଦ୍ରାବିଡ, ଭି ଯଶବୀର, ରୋହିତ ଯାଦବ, ଚିଗୁରୁପତି ଭେଙ୍କଟ, କାବ୍ୟା ପଟେଲ, ଶବିନ ବିନୋଦ ଏବଂ ମୋହିତ ଉଲ୍ୱା
କେବେ ହେବ ୩ଟି ଦିନିକିଆ ?
ଅଷ୍ଟ୍ରେଲିଆ ଅଣ୍ଡର-୧୯ ଦଳର ଭାରତ ଗସ୍ତ ୧୮ ସେପ୍ଟେମ୍ବରରୁ ଆରମ୍ଭ ହେବ।
ପ୍ରଥମ ଦିନିକିଆ: ୧୮ ସେପ୍ଟେମ୍ବର, ସକାଳ ୯ଟା — ରାଜକୋଟ
ଦ୍ୱିତୀୟ ଦିନିକିଆ: ୨୧ ସେପ୍ଟେମ୍ବର, ସକାଳ ୯ଟା — ରାଜକୋଟ
ତୃତୀୟ ଦିନିକିଆ: ୨୩ ସେପ୍ଟେମ୍ବର, ସକାଳ ୯ଟା — ରାଜକୋଟ
ମଲ୍ଟି-ଡେ ସିରିଜ୍ ପାଇଁ ଅଲଗା ଦଳ
ମଲ୍ଟି-ଡେ ସିରିଜ୍ ପାଇଁ ୟଶବର୍ଦ୍ଧନ ଚୌହାନଙ୍କୁ ଅଧିନାୟକ ଏବଂ ଲକ୍ଷ୍ୟ ରାୟଚନ୍ଦାନୀଙ୍କୁ ଉପଅଧିନାୟକ କରାଯାଇଛି । ଏହି ଦଳରେ ମନାଲ ଚୌହାନ, କୁଶ ପଟେଲ, ସାଗର ବିର୍କ, କୁଶାଗ୍ର ଓଝା, ମାନବ କୃଷ୍ଣ, ଆର୍ଯ୍ୟନ ଯାଦବ, ଈଶାନ ଓମ୍, ଅୟାନ ଅକ୍ରମ, ପ୍ରଣବ ରାଘବେନ୍ଦ୍ର, ପ୍ରିୟାଂଶୁ ସିଂହ, ମୋହିତ ଉଲ୍ୱା, ଅଭିପ୍ରାୟ ବିଶ୍ୱାସ ଏବଂ ରୋହିତ ଯାଦବ ରହିଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories