Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ସୁପର୍‌ ଓଭରରେ ଭାରତର ସୁପର୍‌ ବିଜୟ

Jitendra Dash
Browse all articles by Jitendra Dash
·2 years ago·1 min read
ସୁପର୍‌ ଓଭରରେ ଭାରତର ସୁପର୍‌ ବିଜୟ

ଅର୍ଗସ ବ୍ୟୁରୋ : ଭାରତ-ଆଫଗାନିସ୍ତାନ ତୃତୀୟ ଟି-୨୦ । ରୋମାଞ୍ଚକ ସୁପର୍‌ ଓଭରରେ ଭାରତର ସୁପର୍‌ ବିଜୟ । ୩-0ରେ ଶୃଙ୍ଖଳା ମୂଳପୋଛ କଲା ରୋହିତ ବାହିନୀ । ଏହି ମ୍ୟାଚରେ ଆଫଗାନିସ୍ତାନ ଆଗରେ ବିଜୟ ପାଇଁ ୨୧୩ ରନର ଲକ୍ଷ୍ୟ ରଖିଥିଲା ଭାରତ । କିନ୍ତୁ ଆଫଗାନିସ୍ତାନର ବ୍ୟାଟ୍ସମ୍ୟାନମାନେ ଲଢୁଆ ବ୍ୟାଟିଂ କରି ମ୍ୟାଚକୁ ଟାଇ କରିଦେଇଥିଲେ । ଫଳରେ ସୁପର ଓଭର ଖେଳାଯାଇଥିଲା । 

ସୁପର ଓଭରରେ ଆଫଗାନ ଦଳ ପ୍ରଥମେ ବ୍ୟାଟିଂ କରି ୧୬ ରନ କରିଥିଲା ଓ ଭାରତ ଆଗରେ ୧୭ ରନର ଲକ୍ଷ୍ୟ ରଖିଥିଲା । ଏହାର ଜବାବରେ ଭାରତ ମଧ୍ୟ ୧୬ ରନ କରିବାରୁ ମ୍ୟାଚ ପୁଣି ଥରେ ଟାଇ ହୋଇଥିଲା । ଏହା ପରେ ଆଉ ଥରେ ସୁପର ଓଭର ଖେଳ ହୋଇଥିଲା । ଏଥିରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୧ ରନ କରିଥିଲା । ଏହାର ଜବାବରେ ଆଫଗାନିସ୍ତାନ ମାତ୍ର ୧ ରନ କରିପାରିଥିଲା ଓ ଭାରତ ୧୦ ରନରେ ବିଜୟୀ ହୋଇଥିଲା । 

ଅଧିକ ପଢନ୍ତୁ ଖେଳ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମ୍ୟାଚରେ ଅଧିକନାୟକ ରୋହିତ ଶର୍ମା ୬୯ଟି ବଲରୁ ୧୨୧ ରନ୍‌ର ଶତକୀୟ ପାରି ଓ ରିଙ୍କୁ ସିଂକଙ୍କ ୬୯ ରନ୍ କରିଥିଲେ । ରବି ବିଷ୍ଣୋଇ ୩ ବଲ୍‌ରେ ୨ ୱିକେଟ୍‌ ନେଇ ଭାରତକୁ ଜିତାଇବାରୁ ସୁପର ଓଭରର ହିରୋ ପାଲଟି ଯାଇଥିଲେ ।

Sponsored
India vs Afghanistan 3rd T20I Highlights: IND beat AFG in 2nd Super Over | Argus News