India Afghanistan T20 Series / ଶ୍ରୀଲଙ୍କା ପରେ ଏହି ଦେଶ ବିପକ୍ଷରେ ସିରିଜ୍ ଖେଳିବ ଭାରତ, ଆକ୍ସନରେ ରହିବେ ବୈଭବ ସୂର୍ଯ୍ୟବଂଶୀ
·1 hour ago·2 min read

Key Points
ଶ୍ରୀଲଙ୍କା ପରେ କାହା ପାଳି ?
ବୈଭବ ସୂର୍ଯ୍ୟବଂଶୀଙ୍କ ପରବର୍ତ୍ତୀ ମିଶନ୍
ଏହି ତାରିଖରୁ ଆରମ୍ଭ ହେବ ସିରିଜ୍
ବୈଭବ ସୂର୍ଯ୍ୟବଂଶୀଙ୍କ ପରବର୍ତ୍ତୀ ମିଶନ୍
ଏହି ତାରିଖରୁ ଆରମ୍ଭ ହେବ ସିରିଜ୍
ଭାରତୀୟ କ୍ରିକେଟ୍ ଫ୍ୟାନ୍ଙ୍କ ପାଇଁ ଆସିଲା ବଡ଼ ଖବର । ସେପ୍ଟେମ୍ବରରେ ଭାରତ ମାଟିରେ ହେବ ଭାରତ-ଆଫଗାନିସ୍ତାନ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ । ଏହି ସିରିଜ୍ର ବିଶେଷତା ହେଉଛି, ମ୍ୟାଚ୍ ଭାରତରେ ହେବା ସତ୍ତ୍ୱେ ଆଫଗାନିସ୍ତାନ ରହିବ ଘରୋଇ ଦଳ । ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ ଏହି ଐତିହାସିକ ସିରିଜ୍କୁ ନେଇ ଘୋଷଣା କରିଛି ।
ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍ରେ ତିନୋଟି ଟି-୨୦ ମ୍ୟାଚ୍ ଖେଳାଯିବ । ପ୍ରଥମ ମ୍ୟାଚ୍ ସେପ୍ଟେମ୍ବର ୧୩, ଦ୍ୱିତୀୟ ମ୍ୟାଚ୍ ସେପ୍ଟେମ୍ବର ୧୫ ଏବଂ ତୃତୀୟ ମ୍ୟାଚ୍ ସେପ୍ଟେମ୍ବର ୧୭ରେ ଖେଳାଯିବ । ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ ଅନୁସାରେ, ଏହି ତାରିଖ ଓ ଭେନ୍ୟୁକୁ ବିସିସିଆଇ ମଧ୍ୟ ସମ୍ମତି ଦେଇଛି ।
ଏହି ସିରିଜ୍ ଆଫଗାନିସ୍ତାନ ପାଇଁ ବେଶ୍ ଐତିହାସିକ । କାରଣ ଭାରତୀୟ ମାଟିରେ ଭାରତ ବିପକ୍ଷରେ କୌଣସି ଦ୍ୱିପାକ୍ଷିକ ସିରିଜ୍ରେ ପ୍ରଥମଥର ପାଇଁ ଆଫଗାନିସ୍ତାନ ଘରୋଇ ଦଳ ଭାବେ ଖେଳିବ । ଯଦିଓ ଆଫଗାନିସ୍ତାନ ପୂର୍ବରୁ ଭାରତର ଲକ୍ଷ୍ନୌ, ଡେରାଡୁନ୍ ଓ ଗ୍ରେଟର ନୋଏଡା ଭଳି ସହରକୁ ନିଜର ହୋମ୍ ଭେନ୍ୟୁ ଭାବେ ବ୍ୟବହାର କରି ଅନ୍ୟ ଦଳ ବିପକ୍ଷରେ ମ୍ୟାଚ୍ ଖେଳିଛି ।
ଆଫଗାନିସ୍ତାନରେ ସୁରକ୍ଷା ସମ୍ପର୍କିତ ପରିସ୍ଥିତି କାରଣରୁ ଦେଶରେ ଅନ୍ତର୍ଜାତୀୟ କ୍ରିକେଟ୍ ଆୟୋଜନ ସମ୍ଭବ ହୋଇନଥିବାରୁ ଦଳ ଭାରତ ଓ ୟୁଏଇ ଭଳି ସ୍ଥାନକୁ ହୋମ୍ ଭେନ୍ୟୁ ଭାବେ ବ୍ୟବହାର କରୁଛି । ଏଥର ମଧ୍ୟ ଭାରତକୁ ଆଫଗାନିସ୍ତାନ ନିଜର ହୋମ୍ ଭେନ୍ୟୁ ଭାବେ ବାଛିଛି ।
ଅନ୍ୟପଟେ, ଏହି ସିରିଜ୍ ନିଶ୍ଚିତ ହେବା ପରେ ଭାରତର ପ୍ରସ୍ତାବିତ ବାଂଲାଦେଶ ଗସ୍ତକୁ ନେଇ ମଧ୍ୟ ଅନିଶ୍ଚିତତା ବଢ଼ିଛି । ବାଂଲାଦେଶ ଗସ୍ତରେ ଭାରତର ଛଅଟି ସୀମିତ ଓଭର୍ ମ୍ୟାଚ୍ ଖେଳିବାର ଯୋଜନା ଥିଲା । କିନ୍ତୁ ସେପ୍ଟେମ୍ବରରେ ଆଫଗାନିସ୍ତାନ ବିପକ୍ଷ ସିରିଜ୍ର ହେବାରୁ ବାଂଲାଦେଶ ଗସ୍ତ ହେବାର ସମ୍ଭାବନା ଏବେ ବହୁତ କମ୍ ଦେଖାଯାଉଛି ।
ଏହି ତିନି ମ୍ୟାଚ୍ର ସିରିଜ୍ ଏସିଆନ୍ ଗେମ୍ସ ପୂର୍ବରୁ ଭାରତ ଓ ଆଫଗାନିସ୍ତାନ ପାଇଁ ମଧ୍ୟ ଭଲ ପ୍ରସ୍ତୁତିର ସୁଯୋଗ ଦେବ । ଦିଲ୍ଲୀରେ ଭାରତ ବିପକ୍ଷରେ ଆଫଗାନିସ୍ତାନ ‘ହୋମ୍ ଟିମ୍’ ଭାବେ ଖେଳିବାର ଏହି ଐତିହାସିକ ଦୃଶ୍ୟ କ୍ରିକେଟ୍ପ୍ରେମୀଙ୍କ ପାଇଁ ନିଶ୍ଚିତ ଭାବେ ରୋମାଞ୍ଚକର ହେବ ।

🚨 NEWS 🚨
— BCCI (@BCCI) August 12, 2026
Afghanistan to host India for three-match T20I series in Delhi.
Read more: https://t.co/qRaeB72pjG#TeamIndia | #AFGvIND | @ACBofficials pic.twitter.com/mxsR5YqLw9
ଆଫଗାନିସ୍ତାନରେ ସୁରକ୍ଷା ସମ୍ପର୍କିତ ପରିସ୍ଥିତି କାରଣରୁ ଦେଶରେ ଅନ୍ତର୍ଜାତୀୟ କ୍ରିକେଟ୍ ଆୟୋଜନ ସମ୍ଭବ ହୋଇନଥିବାରୁ ଦଳ ଭାରତ ଓ ୟୁଏଇ ଭଳି ସ୍ଥାନକୁ ହୋମ୍ ଭେନ୍ୟୁ ଭାବେ ବ୍ୟବହାର କରୁଛି । ଏଥର ମଧ୍ୟ ଭାରତକୁ ଆଫଗାନିସ୍ତାନ ନିଜର ହୋମ୍ ଭେନ୍ୟୁ ଭାବେ ବାଛିଛି ।
ଅନ୍ୟପଟେ, ଏହି ସିରିଜ୍ ନିଶ୍ଚିତ ହେବା ପରେ ଭାରତର ପ୍ରସ୍ତାବିତ ବାଂଲାଦେଶ ଗସ୍ତକୁ ନେଇ ମଧ୍ୟ ଅନିଶ୍ଚିତତା ବଢ଼ିଛି । ବାଂଲାଦେଶ ଗସ୍ତରେ ଭାରତର ଛଅଟି ସୀମିତ ଓଭର୍ ମ୍ୟାଚ୍ ଖେଳିବାର ଯୋଜନା ଥିଲା । କିନ୍ତୁ ସେପ୍ଟେମ୍ବରରେ ଆଫଗାନିସ୍ତାନ ବିପକ୍ଷ ସିରିଜ୍ର ହେବାରୁ ବାଂଲାଦେଶ ଗସ୍ତ ହେବାର ସମ୍ଭାବନା ଏବେ ବହୁତ କମ୍ ଦେଖାଯାଉଛି ।
ଏହି ତିନି ମ୍ୟାଚ୍ର ସିରିଜ୍ ଏସିଆନ୍ ଗେମ୍ସ ପୂର୍ବରୁ ଭାରତ ଓ ଆଫଗାନିସ୍ତାନ ପାଇଁ ମଧ୍ୟ ଭଲ ପ୍ରସ୍ତୁତିର ସୁଯୋଗ ଦେବ । ଦିଲ୍ଲୀରେ ଭାରତ ବିପକ୍ଷରେ ଆଫଗାନିସ୍ତାନ ‘ହୋମ୍ ଟିମ୍’ ଭାବେ ଖେଳିବାର ଏହି ଐତିହାସିକ ଦୃଶ୍ୟ କ୍ରିକେଟ୍ପ୍ରେମୀଙ୍କ ପାଇଁ ନିଶ୍ଚିତ ଭାବେ ରୋମାଞ୍ଚକର ହେବ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories