Jasprit Bumrah Fitness / ଆଫଗାନିସ୍ତାନ ବିପକ୍ଷ ସିରିଜ୍ ପୂର୍ବରୁ ବଢ଼ିଲା ଚିନ୍ତା, ବାଦ୍ ପଡ଼ିପାରନ୍ତି ବୁମରାହଙ୍କ ସମେତ ୪ ଖେଳାଳି
·32 mins ago·2 min read

Key Points
ଟିମ୍ ଇଣ୍ଡିଆକୁ ବଡ଼ ଝଟକା
ଆଫଗାନିସ୍ତାନ ବିପକ୍ଷ ସିରିଜ୍ରୁ ବାଦ ପଡ଼ିପାରନ୍ତି ୪ ଖେଳାଳି
ବୁମରାହଙ୍କ ଫିଟନେସ୍ ନେଇ ବଡ଼ ଚିନ୍ତା

ସେପ୍ଟେମ୍ବର ୧୩ରୁ ଭାରତ-ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ । ଏହି ସିରିଜ ପାଇଁ ମଙ୍ଗଳବାର ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ଶ୍ରେୟସ ଆୟରଙ୍କୁ ଦଳର ଅଧିନାୟକ ଏବଂ ତିଲକ ବର୍ମାଙ୍କୁ ଉପଅଧିନାୟକ ଦାୟିତ୍ୱ ଦିଆଯାଇଛି । ଏହି ୧୫ ଜଣିଆ ଦଳରେ ୧୫ ବର୍ଷୀୟ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ବୈଭବ ସୂର୍ଯ୍ୟବଂଶୀଙ୍କୁ ମଧ୍ୟ ସୁଯୋଗ ମିଳିଛି । ଏହା ସହ ଦ୍ରୁତ ବୋଲର ଜସପ୍ରୀତ ବୁମରାହଙ୍କ ସହ ୬ ଜଣ ଖେଳାଳି ଆଫଗାନିସ୍ତାନ ବିପକ୍ଷରେ କମ୍ବ୍ୟାକ୍ କରିଛନ୍ତି ।
ବୁମରାହଙ୍କ ସମେତ ୪ ଖେଳାଳିଙ୍କ ଫିଟନେସ୍ ଉପରେ ପ୍ରଶ୍ନ
ଦଳ ଘୋଷଣା ହୋଇଥିଲେ ମଧ୍ୟ ଭାରତୀୟ ଟିମ୍ ପାଇଁ ଚିନ୍ତା ବଢ଼ିଛି । ଦଳରେ ସାମିଲ ହୋଇଥିବା ଜସପ୍ରୀତ ବୁମରାହ, ନୀତୀଶ କୁମାର ରେଡ୍ଡୀ, ୱାଶିଂଟନ ସୁନ୍ଦର ଏବଂ ହର୍ଷିତ ରାଣାଙ୍କ ଫିଟନେସ୍ ଉପରେ ଏବେ ମଧ୍ୟ ପ୍ରଶ୍ନ ରହିଛି । ଚୟନକର୍ତ୍ତାମାନେ ଏହି ୪ ଖେଳାଳିଙ୍କୁ ସ୍କ୍ୱାଡ୍ରେ ସାମିଲ କରିଥିଲେ ମଧ୍ୟ ସେମାନଙ୍କ ଉପଲବ୍ଧତା ଫିଟନେସ୍ ଉପରେ ନିର୍ଭର କରିବ । ଯଦି ସମୟ ମଧ୍ୟରେ ସେମାନେ ଫିଟ୍ ନହୁଅନ୍ତି, ତେବେ ସମ୍ପୂର୍ଣ୍ଣ ସିରିଜରୁ ବାଦ ପଡ଼ିବାର ସମ୍ଭାବନା ରହିଛି ।
ଏହା ପୂର୍ବରୁ ମଧ୍ୟ ଫିଟନେସ୍ ସମସ୍ୟା କାରଣରୁ ଅନେକ ଖେଳାଳି ଦଳରୁ ବାହାରିଛନ୍ତି । ବୁମରାହଙ୍କ କ୍ଷେତ୍ରରେ ମଧ୍ୟ ଏଭଳି ପରିସ୍ଥିତି ଦେଖାଯାଇଛି । ଶ୍ରୀଲଙ୍କା ଗସ୍ତ ପାଇଁ ତାଙ୍କୁ ଦଳରେ ଚୟନ କରାଯାଇଥିଲେ ମଧ୍ୟ ଫିଟ୍ ନଥିବାରୁ ସେ ଖେଳିପାରିନଥିଲେ ।
ସେପ୍ଟେମ୍ବର ୧୩ରୁ ଆରମ୍ଭ ହେବ ସିରିଜ
ଭାରତ ଓ ଅଫଗାନିସ୍ତାନ ମଧ୍ୟରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ସେପ୍ଟେମ୍ବର ୧୩ରେ ଖେଳାଯିବ । ଦ୍ୱିତୀୟ ଟି-୨୦ ସେପ୍ଟେମ୍ବର ୧୫ରେ ଏବଂ ତୃତୀୟ ମ୍ୟାଚ୍ ସେପ୍ଟେମ୍ବର ୧୭ରେ ଅନୁଷ୍ଠିତ ହେବ । ସମସ୍ତ ମ୍ୟାଚ୍ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଘୋଷଣା ହୋଇଥିବା ଦଳ: ଶ୍ରେୟସ ଆୟର(ଅଧିନାୟକ), ଅଭିଷେକ ଶର୍ମା, ବୈଭବ ସୂର୍ଯ୍ୟବଂଶୀ, ସଞ୍ଜୁ ସାମସନ(ଓ୍ବିକେଟକିପର), ଈଶାନ କିଶାନ (ଓ୍ବିକେଟକିପର), ତିଲକ ବର୍ମା, ଶିବମ ଦୁବେ, ଓ୍ବାଶିଂଟନ ସୁନ୍ଦର*, ନୀତୀଶ କୁମାର ରେଡ୍ଡୀ*, ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ, ଜସପ୍ରୀତ ବୁମରାହ*, ଅର୍ଶଦୀପ ସିଂ, ହର୍ଷିତ ରାଣା*
Related Topics
Explore more stories