India vs Australia / ଟସ୍ ଜିତିଲା ଭାରତ, ଚୁଡ଼ାନ୍ତ ଏକାଦଶରେ ୩ ପରିବର୍ତ୍ତନ
·8 months ago·2 min read

Key Points
ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟି-୨୦ । ଟସ୍ ଜିତିଲା ଭାରତ । ଚୁଡ଼ାନ୍ତ ଏକାଦଶରେ ୩ଟି ପରିବର୍ତ୍ତନ ।
ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟି-୨୦ ମ୍ୟାଚ୍ ଆଜି ଖେଳାଯାଉଛି । ଅଷ୍ଟ୍ରେଲିଆର ହୋବାର୍ଟରେ ଏହି ମ୍ୟାଚ୍ ଖେଳାଯାଉଛି । ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଟିମ୍ ଇଣ୍ଡିଆ । ତେବେ ତୃତୀୟ ଟି-୨୦ ମ୍ୟାଚ୍ରେ ଭାରତୀୟ ଦଳରେ ତିନୋଟି ପରିବର୍ତ୍ତନ କରାଯାଇଛି । ସଞ୍ଜୁ ସାମସନ୍, ହର୍ଷିତ ରାଣା ଓ କୁଲଦୀପ ଯାଦବଙ୍କ ବଦଳରେ ଜିତେଶ ଶର୍ମା, ଅର୍ଶଦୀପ ସିଂ ଓ ଓ୍ବାଶିଂଟନ୍ ସୁନ୍ଦରଙ୍କୁ ଚୁଡ଼ାନ୍ତ ଏକାଦଶରେ ସାମିଲ କରାଯାଇଛି । ସେହିପରି ଅଷ୍ଟ୍ରେଲିଆ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି । ଦ୍ରୁତ୍ ବୋଲର ଜଶ୍ ହେଜେଲଉଡ୍ଙ୍କ ସ୍ଥାନରେ ଅଲରାଉଣ୍ଡର ସେନ୍ ଆବଟ୍ଙ୍କୁ ସ୍ଥାନ ମିଳିଛି ।
୧୨୬ ରନ୍ର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ସହଜରେ ଏହି ମ୍ୟାଚ୍କୁ ନିଜ ନାଁରେ କରିନେଇଥିଲା । ତେବେ ଏହି ବିଜୟ ସହ ଅଷ୍ଟ୍ରେଲିଆ ଏହି ସିରିଜ୍ରେ ୧-୦ରେ ଆଗୁଆ ରହିଛି । ଏପରିସ୍ଥିତିରେ ଭାରତ ଏହି ମ୍ୟାଚ୍ରେ ଜିତି ୧-୧ ବରାବରା କରିବା ଲକ୍ଷ୍ୟରେ ରହିଛି ।
ଭାରତର ଚୁଡ଼ାନ୍ତ ଏକାଦଶ: ଅଭିଷେକ ଶର୍ମା, ଶୁବମନ୍ ଗିଲ୍, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଳକ ବର୍ମା, ଜିତେଶ ଶର୍ମା (ୱିକେଟ୍ ରକ୍ଷକ), ଶିବମ ଦୁବେ, ଅକ୍ଷର ପଟେଲ, ଓ୍ବାଶିଂଟନ ସୁନ୍ଦର, ଅର୍ଶଦୀପ ସିଂ, ବରୁଣ ଚକ୍ରବର୍ତ୍ତୀ, ଯଶପ୍ରୀତ୍ ବୁମ୍ରା
ଅଷ୍ଟ୍ରେଲିଆର ଚୁଡ଼ାନ୍ତ ଏକାଦଶ: ଟ୍ରାଭିସ୍ ହେଡ୍, ମିଚେଲ ମାର୍ସ (ଅଧିନାୟକ), ଜୋସ୍ ଇଂଗ୍ଲିସ୍ (ୱିକେଟ୍ରକ୍ଷକ), ଟିମ୍ ଡେଭିଡ୍, ମିଚ୍ ଓଏନ୍, ମାର୍କସ୍ ଷ୍ଟୋଇନିସ୍, ମାଥ୍ୟୁ ସର୍ଟ, ନାଥନ୍ ଏଲିସ୍, ଜାଭିୟର ବାର୍ଟଲେଟ୍, ମାଥ୍ୟୁ କୁହ୍ନେମାନ ଏବଂ ସେନ୍ ଆବଟ୍
ଭାରତ-ଅଷ୍ଟ୍ରେଲିଆ ମଧ୍ୟ ଚାଲିଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ର ପ୍ରଥମ ମ୍ୟାଚ୍ କାନବେରାରେ ଖେଳାଯାଇଥିଲା । ଏହି ମ୍ୟାଚ୍ ବର୍ଷା କାରଣରୁ ମାତ୍ର ୯ ଓଭର ଖେଳାଯାଇଥିଲା । ବର୍ଷା କାରଣରୁ ଏହି ମ୍ୟାଚ୍ ବାତିଲ ହୋଇଥିଲା । ସେହିପରି ସିରିଜର ଦ୍ବିତୀୟ ମ୍ୟାଚ୍ ମେଲବର୍ଣ୍ଣରେ ଖେଳାଯାଇଥିଲା । ଏହି ମ୍ୟାଚ୍ରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା । ଅଭିଷେକ ଶର୍ମା ଓ ହର୍ଷିତ ରାଣାଙ୍କ ବ୍ୟତୀତ ଅନ୍ୟ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ଛୁଇଁପାରି ନଥିଲେ । ଯାହାଫଳରେ ଭାରତ ମାତ୍ର ୧୨୫ ରନ୍ କରି ଅଲଆଉଟ ହୋଇଥିଲା । ଭାରତ ପକ୍ଷରୁ ଏହି ମ୍ୟାଚ୍ରେ ଅଭିଷେକ ଶାର୍ମ ସର୍ବାଧିକ ୬୮ ରନ୍ କରିଥିଲେ ।A look at #TeamIndia’s Playing XI ahead of the 3️⃣rd T20I 🙌
— BCCI (@BCCI) November 2, 2025
Updates ▶️ https://t.co/X5xeZ0LEfC#AUSvIND pic.twitter.com/acjQQyLcAA
୧୨୬ ରନ୍ର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ସହଜରେ ଏହି ମ୍ୟାଚ୍କୁ ନିଜ ନାଁରେ କରିନେଇଥିଲା । ତେବେ ଏହି ବିଜୟ ସହ ଅଷ୍ଟ୍ରେଲିଆ ଏହି ସିରିଜ୍ରେ ୧-୦ରେ ଆଗୁଆ ରହିଛି । ଏପରିସ୍ଥିତିରେ ଭାରତ ଏହି ମ୍ୟାଚ୍ରେ ଜିତି ୧-୧ ବରାବରା କରିବା ଲକ୍ଷ୍ୟରେ ରହିଛି ।
ଭାରତର ଚୁଡ଼ାନ୍ତ ଏକାଦଶ: ଅଭିଷେକ ଶର୍ମା, ଶୁବମନ୍ ଗିଲ୍, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଳକ ବର୍ମା, ଜିତେଶ ଶର୍ମା (ୱିକେଟ୍ ରକ୍ଷକ), ଶିବମ ଦୁବେ, ଅକ୍ଷର ପଟେଲ, ଓ୍ବାଶିଂଟନ ସୁନ୍ଦର, ଅର୍ଶଦୀପ ସିଂ, ବରୁଣ ଚକ୍ରବର୍ତ୍ତୀ, ଯଶପ୍ରୀତ୍ ବୁମ୍ରା
ଅଷ୍ଟ୍ରେଲିଆର ଚୁଡ଼ାନ୍ତ ଏକାଦଶ: ଟ୍ରାଭିସ୍ ହେଡ୍, ମିଚେଲ ମାର୍ସ (ଅଧିନାୟକ), ଜୋସ୍ ଇଂଗ୍ଲିସ୍ (ୱିକେଟ୍ରକ୍ଷକ), ଟିମ୍ ଡେଭିଡ୍, ମିଚ୍ ଓଏନ୍, ମାର୍କସ୍ ଷ୍ଟୋଇନିସ୍, ମାଥ୍ୟୁ ସର୍ଟ, ନାଥନ୍ ଏଲିସ୍, ଜାଭିୟର ବାର୍ଟଲେଟ୍, ମାଥ୍ୟୁ କୁହ୍ନେମାନ ଏବଂ ସେନ୍ ଆବଟ୍
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories