Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Indian Cricketers Tribute / India VS Australia: ମେଲବର୍ଣ୍ଣ ଟି-୨୦ରେ କଳା ପଟି ପିନ୍ଧି ପଡ଼ିଆକୁ ଓହ୍ଲାଇଲେ ଟିମ ଇଣ୍ଡିଆ ଖେଳାଳି... କାହିଁକି?

Ritu Das
Browse all articles by Ritu Das
·8 months ago·2 min read
India VS Australia: ମେଲବର୍ଣ୍ଣ ଟି-୨୦ରେ କଳା ପଟି ପିନ୍ଧି ପଡ଼ିଆକୁ ଓହ୍ଲାଇଲେ ଟିମ ଇଣ୍ଡିଆ ଖେଳାଳି... କାହିଁକି?

Key Points

ଶୁକ୍ରବାର ଦିନ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଦ୍ୱିତୀୟ ଟି-୨୦ ପାଇଁ ଭାରତୀୟ ଏବଂ ଅଷ୍ଟ୍ରେଲୀୟ ଖେଳାଳିମାନେ କଳା ବ୍ୟାଚ ପିନ୍ଧିଥିଲେ। ତେବେ ଆଜିର ମ୍ୟାଚରେ ଖେଳାଳି ମାନଙ୍କୁ ବ୍ଲାକ ବ୍ୟାଚ ସହ ଦେଖିବାକୁ ମିଳିଥିଲା ତେବେ ଏଭଳି କରିବାର କାରଣ କଣ ?
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଉଛି। ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରୁଛି। ଶୁକ୍ରବାର ଦିନ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଦ୍ୱିତୀୟ ଟି-୨୦ ପାଇଁ ଭାରତୀୟ ଏବଂ ଅଷ୍ଟ୍ରେଲୀୟ ଖେଳାଳିମାନେ କଳା ବ୍ୟାଚ ପିନ୍ଧିଥିଲେ। ତେବେ ଆଜିର ମ୍ୟାଚରେ ଖେଳାଳି ମାନଙ୍କୁ ବ୍ଲାକ ବ୍ୟାଚ ସହ ଦେଖିବାକୁ ମିଳିଥିଲା ତେବେ ଏଭଳି କରିବାର କାରଣ କଣ ?



କଳା ପଟି କାହିଁକି :

ସୂଚନା ମୁତାବକ ଜଣେ ୧୭ ବର୍ଷୀୟ ଅଷ୍ଟ୍ରେଲୀୟ କ୍ରିକେଟରଙ୍କ ସ୍ମୃତିରେ ଖେଳାଳିମାନେ ଆଜି କଳା ପଟି ପରିଧାନ କରିଛନ୍ତି। ୧୭ ବର୍ଷୀୟ ବେନ ଅଷ୍ଟିନଙ୍କ ବେକରେ ବଲ ମାଡ଼ ହେବାକୁ ଯୋଗୁ ବୁଧବାର ମେଲବର୍ଣ୍ଣରେ ତାଙ୍କର ମୃତ୍ୟୁ ହୋଇଛି। କ୍ରିକେଟ ତାଲିମ ବେଳେ ଏପରି ଘଟଣା ଘଟିଥିଲା। ତାଙ୍କ ବିୟୋଗରେ ଉଭୟ ଭାରତୀୟ ଓ ଅଷ୍ଟ୍ରେଲୀୟ ଖେଳାଳି ଶୋକ ପ୍ରକାଶ କରିବା ସହ ଆଜି ହାତରେ କଳା ପଟି ପିନ୍ଧିଛନ୍ତି।
ଗୋଟିଏ ଟି-୨୦ ମ୍ୟାଚ୍‌ ପୂର୍ବରୁ ଅଷ୍ଟିନ ଅଭ୍ୟାସ କରୁଥଲେ। ସେ ଫ୍ରେନଟ୍ରି ଗଲୀରେ ଅଭ୍ୟାସ କରୁଥିବା ବେଳେ ଗୋଟିଏ ବଲ ଦ୍ରୁତଗତିରେ ଆସି ତାଙ୍କ ବେକ ମୁଣ୍ଡାରେ ମାଡ଼ ହୋଇଥିଲା।

ଏହାସହ ପଢ଼ନ୍ତୁ: ଦ୍ୱିତୀୟ ଟି-୨୦ରେ ଅଷ୍ଟ୍ରେଲିଆକୁ ୧୨୬ ରନ୍ ଟାର୍ଗେଟ୍ ଦେଲା ଭାରତ: କେବଳ ଅଭିଷେକଙ୍କ ଅର୍ଦ୍ଧଶତକୀୟ ପାଳି


ଥ୍ରୋ ଡାଉନ ଅଭ୍ୟାସ ସମୟରେ ଏପରି ଘଟଣା ଘଟିଥିଲା। ବଲଟି ସାଇଡ ଆର୍ମ ବା ୱାଙ୍ଗେରରୁ ପିଙ୍ଗା ଯାଇଥିଲା। ଏହା ଦ୍ରୁତଗତିରେ ଆସି ଅଷ୍ଟିନଙ୍କ ବେକରେ ମାଡ଼ ହେବାରୁ ସେ ସାଥୀ ଖେଳାଳିଙ୍କ ସାମ୍ନାରେ ହିଁ ଟଳି ପଡ଼ିଥିଲେ। ଥ୍ରୋ ଡାଉନର ମୁକାବିଲା କରୁଥିବା ଅଷ୍ଟିନ ବ୍ୟାଟିଂ ବେଳେ ହେଲମେଟ ପିନ୍ଧିଥିଲେ। ହେଲେ ବେକ ପାଖରେ ଥିବା ସୁରକ୍ଷା କବଚ ସେଥିରେ ନଥିଲା। ଏଥିଯୋଗୁ ବଲଟି ତାଙ୍କ ବେକ ମୁଣ୍ଡାରେ ମାଡ଼ ହୋଇଥିଲା। ଘଟଣା ପରେ ତୁରନ୍ତ ତାଙ୍କୁ ଅତ୍ୟାଧୁନିକ ଜୀବନ ରକ୍ଷାକାରୀ ମେସିନର ବ୍ୟବହାର କରି ହସ୍ପିଟାଲ ନିଆଯାଇଥିଲା।

ଏହାସହ ପଢ଼ନ୍ତୁ: ଭାରତୀୟ ମହିଳା ଟିମ୍‌ର ବିଜୟ ପରେ ଶୁଭେଚ୍ଛା ଜଣାଇଲେ କୋହଲି, ଲେଖିଲେ ହୃଦୟସ୍ପର୍ଶୀ ପୋଷ୍ଟ


ମଙ୍ଗଳବାର ଏପରି ଘଟଣା ଘଟିଥିବା ବେଳେ ଦିନ ତମାମ ଅଷ୍ଟିନ ଜୀବନ ମୃତ୍ୟୁ ସହ ସଂଘର୍ଷ କରିଥିଲେ। ଡାକ୍ତରମାନେ ଯୁବ କ୍ରିକେଟର ଅଷ୍ଟିନଙ୍କ ଜୀବନ ରକ୍ଷା କରିବାକୁ ସବୁ ପ୍ରକାରର ଉଦ୍ୟମ କରିଥିଲେ। କିନ୍ତୁ ବୁଧବାର ସେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି।
ଏହି ଘଟଣା ପୂରା କ୍ରିକେଟ ଜଗତରେ ଶୋକ ଖେଳାଇ ଦେଇଛି। ଏଥିପାଇଁ ଅଷ୍ଟିନଙ୍କ ସ୍ମୃତିରେ ଆଜି ଭାରତ ଓ ଅଷ୍ଟ୍ରେଲିଆର ଖେଳାଳିମାନେ ହାତରେ କଳା ପଟି ବାନ୍ଧି ମ୍ୟାଚ ଖେଳିଛନ୍ତି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India vs Australia: Team India Wears Black Armband in Melbourne T20 | Argus News