Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ପାକିସ୍ତାନକୁ ହରାଇ ଫାଇନାଲରେ ପ୍ରବେଶ କଲା ଅଷ୍ଟ୍ରେଲିଆ

Jitendra Dash
Browse all articles by Jitendra Dash
·2 years ago
ପାକିସ୍ତାନକୁ ହରାଇ ଫାଇନାଲରେ ପ୍ରବେଶ କଲା ଅଷ୍ଟ୍ରେଲିଆ

ଅର୍ଗସ ବ୍ୟୁରୋ : ଆସନ୍ତା ଫେବୃଆରୀ ୧୧ ତାରିଖରେ ଅଣ୍ଡର ୧୯ ବିଶ୍ବକପରେ ଫାଇନାଲ । ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ଆଜି ପାକିସ୍ତାନକୁ ହରାଇ ଫାଇନାଲରେ ପ୍ରବେଶ କରିଛି ଅଷ୍ଟ୍ରେଲିଆ । ଦିନିକିଆ କ୍ରିକେଟର ବିଶ୍ୱକପ ଫାଇନାଲ ମ୍ୟାଚରେ ଉଭୟ ଦଳ ମଧ୍ୟରେ ଲଢେଇ କ୍ରିକେଟ ପ୍ରେମିଙ୍କ ମନରେ ଆହୁରି ଉତ୍ସାହ ଭରି ଦେଇଛି ।

ଅଧିକ ପଢନ୍ତୁ ଖେଳ ଖବର

ଆଜି ପାକିସ୍ତାନ ବିପକ୍ଷ ସେମି ଫାଇନାଲକୁ ଅଷ୍ଟ୍ରେଲିଆ ବେଶ ରୋମାଞ୍ଚକର ଢଙ୍ଗରେ ଜିତି ଫାଇନାଲ ଟିକେଟ ହାତେଇଛି । ଦିନକ ପୂର୍ବରୁ ଭାରତ ୨ ୱିକେଟରେ ଦକ୍ଷିଣ ଆଫ୍ରିକାକୁ ହରାଇ ୯ମ ଥର ଫାଇନାଲରେ ପ୍ରବେଶ କରିଥିଲା । ତେବେ ଏହି ଅଣ୍ଡର-୧୯ ବିଶ୍ୱକପର ଫାଇନାଲ ମ୍ୟାଚ ଫେବୃଆରୀ ୧୦ ତାରିଖରେ ଖେଳାଯିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India vs Australia final | Argus News