Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

India vs Australia / ବର୍ଷାରେ ଧୋଇଗଲା ଅନ୍ତିମ ମ୍ୟାଚ୍‌, ୨-୧ରେ ସିରିଜ୍‌ ଜିତିଲା ଟିମ୍ ଇଣ୍ଡିଆ

Santosh Kumar Sahoo
Browse all articles by Santosh Kumar Sahoo
·8 months ago·2 min read
ବର୍ଷାରେ ଧୋଇଗଲା ଅନ୍ତିମ ମ୍ୟାଚ୍‌, ୨-୧ରେ ସିରିଜ୍‌ ଜିତିଲା ଟିମ୍ ଇଣ୍ଡିଆ

Key Points

ବର୍ଷା କାରଣରୁ ଅଧାରୁ ବାତିଲ ହେଲା ସିରିଜର ଅନ୍ତିମ ମ୍ୟାଚ୍‌
୨-୧ରେ ସିରିଜ୍‌ କବ୍‌ଜା କଲା ଡିଫେଣ୍ଡିଂ ଟି-୨୦ ଚାମ୍ପିଅନ୍‌
ODI ସିରିଜ୍‌ ପରାଜୟର ବଦ୍‌ଲା ଟି-୨୦ରେ ନେଲା
ବର୍ଷା ଯୋଗୁଁ ବାତିଲ ହେଲା ଭାରତ-ଅଷ୍ଟ୍ରେଲିଆ ପଞ୍ଚମ ତଥା ଅନ୍ତିମ ଟି-୨୦ ମ୍ୟାଚ୍ । ଶେଷ ଟି-୨୦ ମ୍ୟାଚ୍‌ରେ ମାତ୍ର ୪.୫ ଓଭର ଖେଳାଯାଇଥିଲା । ଯେଉଁଥିରେ ଟିମ୍ ଇଣ୍ଡିଆ ୫୨ ରନ୍ କରିଥିଲା । ଏହା ପରେ ବର୍ଷା କାରଣରୁ ମ୍ୟାଚ୍ ପୁଣି ଆରମ୍ଭ ହୋଇପାରିଲା ନାହିଁ । ଯାହାଫଳରେ ଭାରତୀୟ ଦଳ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ୍ ୨-୧ରେ ଜିତିଛି ।
ବ୍ରିସବେନର ଐତିହାସିକ ଗାବାରେ ଖେଳାଯାଇଥିବା ପଞ୍ଚମ ଟି-୨୦ ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଶୁବମନ ଗିଲ୍ ଏବଂ ଅଭିଷେକ ଶର୍ମା ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ । ତେବେ ୪.୫ ଓଭରରେ ଖେଳ ହେବା ପରେ ପ୍ରବଳ ବର୍ଷା ଯୋଗୁଁ ଖେଳ ବନ୍ଦ ହୋଇଯାଇଥିଲା । ପ୍ରାୟ ୨ ଘଣ୍ଟା ୧୫ ମିନିଟ୍ ପର୍ଯ୍ୟନ୍ତ ବର୍ଷା ନ କମିବାରୁ ଏହି ମ୍ୟାଚ୍‌କୁ ବାତିଲ କରାଯାଇଥିଲା । ପୂର୍ବରୁ, ସିରିଜର ପ୍ରଥମ ମ୍ୟାଚ୍ ମଧ୍ୟ ବର୍ଷା ଯୋଗୁଁ ଧୋଇ ଯାଇଥିଲା ।

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୫ ଟିକିଆ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଅକ୍ଟୋବର ୨୯ରେ କାନବେରାରେ ଖେଳାଯାଇଥିଲା । ଏହି ମ୍ୟାଚ୍‌ ବର୍ଷା କାରଣରୁ ବାତିଲ ହୋଇଥିଲା । ତେବେ ଦ୍ବିତୀୟ ମ୍ୟାଚ୍‌ ଅକ୍ଟୋବର ୩୧ରେ ମେଲବର୍ଣ୍ଣରେ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୨୫ ରନ୍‌ କରିଥିଲା । ଜବାବରେ ଅଷ୍ଟ୍ରେଲିଆ ୪ ଓ୍ବିକେଟରେ ଏହି ମ୍ୟାଚକୁ ନିଜ ନାମରେ କରିଥିଲା ।

ସେହିପରି ତୃତୀୟ ଟି-୨୦ ମ୍ୟାଚ୍‌ ହୋବାର୍ଟରେ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ ଭାରତ ୫ ଓ୍ବିକେଟରେ ବିଜୟଲାଭ କରି ସିରିଜ୍‌କୁ ୧-୧ରେ ବରାବର କରିଥିଲା । ଏହାପରେ ଚତୁଥ ଟି-୨୦ ମ୍ୟାଚ୍‌ରେ ଭାରତ ଅଷ୍ଟ୍ରେଲିଆକୁ ୪୮ ରନ୍‌ରେ ପରାସ୍ତ କରିଥିଲା । ଏହି ବିଜୟ ସହ ସିରିଜ୍‌ରେ ୨-୧ରେ ଆଗୁଆ ରହିଥିଲା ଟିମ୍ ଇଣ୍ଡିଆ । ତେବେ ଶେଷ ମ୍ୟାଚ୍‌ ବର୍ଷା କାରଣରୁ ବାତିଲ ହେବା ପରେ ଏହି ସିରିଜ୍‌କୁ ଭାରତ ୨-୧ରେ ନିଜ ନାମରେ କରିଥିଲା । ଏହି ଟି-୨୦ ସିରିଜ୍‌ରେ ଦମଦାର ବ୍ୟାଟିଂ ପାଇଁ ଅଭିଷେକ ଶର୍ମାଙ୍କୁ ପ୍ଲେୟାର ଅଫ୍‌ ଦି ସିରିଜ୍‌ ପୁରସ୍କାର ମିଳିଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Rain Washes Out Final T20, India Win Series 2-1 | Argus News