Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

India vs Australia ODI Series / ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଜିକ୍ ଦେଖାଇବେ ରୋକୋ, ସମସ୍ତଙ୍କର ରହିଛି ନଜର

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·2 min read
ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଜିକ୍ ଦେଖାଇବେ ରୋକୋ, ସମସ୍ତଙ୍କର ରହିଛି ନଜର

Key Points

ରୋକୋ ଅଷ୍ଟ୍ରେଲିଆରେ ଭାରତ ପକ୍ଷରୁ ସର୍ବାଧିକ ରନ୍ କରିଛନ୍ତି।
ସେଥିପାଇଁ ପ୍ରଶଂସକ ସେମାନଙ୍କଠାରୁ ବଡ଼ ପାଳି ଆଶାରେ ରହିଛନ୍ତି।

୨୨୪ ଦିନର ପ୍ରତୀକ୍ଷାର ହେବ ଅନ୍ତ । ଆଜି ପର୍ଥରେ ମୁହଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ପର୍ଥର ଓପ୍ଟସ ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜିଠୁ ଖେଳାଯିବ ତିନି ମ୍ୟାଚ ବିଶିଷ୍ଟ ୱାନ ଡେ ସିରିଜ । ଏହି ମୁକାବିଲାରେ ପ୍ରଥମ ଥର ପାଇଁ ଯୁବ ଖେଳାଳି ଶୁଭମନ ଗିଲ୍‌ଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ ଭାରତୀୟ ଦଳ ।

ସେପଟେ ମିଚେଲ ମାର୍ଶଙ୍କ ନେତୃତ୍ବରେ ଅଷ୍ଟ୍ରେଲିଆ ଦଳ ଖେଳିବ । ୨୨୪ ଦିନ ପରେ ରୋହିତ ଏବଂ କୋହଲି ଯୋଡ଼ି ପୁଣିଥରେ ଭାରତ ପାଇଁ ପଡ଼ିଆକୁ ଓହ୍ଲାଇବେ । ଯାହାକୁ ନେଇ ଫ୍ୟାନସ ମାନଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳିଛି । ଦୁଇ ଖେଳାଳି ଶେଷଥର ପାଇଁ ଚଳିତ ବର୍ଷ ମାର୍ଚ୍ଚ ମାସରେ ICC ଚାମ୍ପିଅନ୍ସ ଟ୍ରଫିରେ ଭାରତ ପାଇଁ ଖେଳିଥିଲେ ।

ଏହାସହ ପଢ଼ନ୍ତୁ:- ଡାକ୍ତର ନା ରୋଡ୍ ସାଇଡ୍ ରୋମିଓ, କ୍ଲିନିକ୍‌ରେ ଯୁବତୀଙ୍କୁ ଏକା ପାଇ...

ଏହି ଶୃଙ୍ଖଳାକୁ‌ ନେଇ ଯେତିକି ଚର୍ଚ୍ଚା ହେଉନି, ତା’ଠାରୁ ଅଧିକ ଚର୍ଚ୍ଚା ହେଉଛି ଗିଲ୍‌ଙ୍କ ଅଧୀନରେ ରୋହିତ, କୋହଲି ଖେଳିବା। ‘ରୋକୋ’ ଭାବେ ପରିଚିତ ଏହି ଦୁଇ କିଂବଦନ୍ତି ତାରକା ୭ମାସ ପରେ କ୍ରିକେଟ୍‌କୁ ଫେରୁଥିଲା ବେଳେ ସେମାନଙ୍କୁ ନେଇ ହେଉଥିବା ଚର୍ଚ୍ଚା ବିଷୟରେ ଭଲ ଭାବରେ ଅବଗତ। ପୁଣି ଏହି ଶୃଙ୍ଖଳା ମଧ୍ୟ ସେମାନଙ୍କ ଅନ୍ତର୍ଜାତୀୟ କ୍ରିକେଟ୍ ଭବିଷ୍ୟତକୁ ନିର୍ଦ୍ଧାରଣ କରିବାକୁ ଯାଉଛି। ‌ଉଭୟ କିନ୍ତୁ ଅଷ୍ଟ୍ରେଲିଆରେ ଭାରତ ପକ୍ଷରୁ ସର୍ବାଧିକ ରନ୍ କରିଛନ୍ତି। ସେଥିପାଇଁ ପ୍ରଶଂସକ ସେମାନଙ୍କଠାରୁ ବଡ଼ ପାଳି ଆଶାରେ ରହିଛନ୍ତି।

କୋହଲି, ରୋହିତ ମଧ୍ୟ ନିଜ ନିଜ ଶ୍ରେଷ୍ଠତ୍ବ ପ୍ରତିପାଦନ କରିବାକୁ ବ୍ୟଗ୍ର ଥିବା ନିଜ ଶାରୀରିକ ଭାଷା ଏବଂ ଜୋରଦାର ପ୍ରସ୍ତୁତିରୁ ଆଭାସ ଦେଇଛନ୍ତି। ସେହିଭଳି ଟେଷ୍ଟ୍ କ୍ରିକେଟ୍‌ରେ ବଳିଷ୍ଠ ନେତୃତ୍ବର ପରିଚୟ ଦେଇଥିବା ଗିଲ୍‌ଙ୍କ ପାଇଁ ଏହି ଶୃଙ୍ଖଳା ମଧ୍ୟ ନୂଆ ପରୀକ୍ଷା ନେଇ ଆସିଛି। ସୀମିତ ଓଭର କ୍ରିକେଟ୍‌ର ଆଗଧାଡ଼ିରେ ରହି ଭାରତୀୟ ଦଳରେ ଥିବା ଏକାଧିକ ତାରକାଙ୍କୁ ସେ କିଭଳି ପରିଚାଳନା କରୁଛନ୍ତି? ତାହା ମଧ୍ୟ ଲକ୍ଷେ ଟଙ୍କାର ପ୍ରଶ୍ନ ହୋଇଛି।

ସେହିଭଳି ଅଷ୍ଟ୍ରେଲିଆ ମଧ୍ୟ ଏହି ଶୃଙ୍ଖଳାକୁ ୨୦୨୭ ବିଶ୍ବକପ୍ ଲାଗି ପ୍ରସ୍ତୁତି ପର୍ବର ପ୍ରଥମ ଅଧ୍ୟାୟ ଭାବେ ନେବ ବୋଲି ସଙ୍କେତ ଦେଇଛି। ଦଳରେ କିଛି ନବାଗତ ଓ ଅଣଅନ୍ତର୍ଜାତୀୟ‌ ଖେଳାଳି ନେଇ ଭବିଷ୍ୟତ ଯୋଜନାକୁ ସଫଳ ରୂପାୟନ ଓ ଆକାର ଦେବାକୁ ଲକ୍ଷ୍ୟ ରଖିଛି। ଆହତ କମିନ୍ସଙ୍କ ଅନୁପସ୍ଥିତି, ଜୋସ୍ ଇଂଗ୍ଲିସ୍ ପୂରା ଶୃଙ୍ଖଳାରୁ ବାଦ୍ ପଡ଼ିବା, ସ୍ପିନର୍ ଆଡାମ ଜାମ୍ପା ନିଜ ପ୍ରଥମ ସନ୍ତାନର ଜନ୍ମ ପାଇଁ ପ୍ରଥମ ଦୁଇ ଦିନିକିଆରୁ ଦୂରେଇ ରହିବା ଏବଂ ଆଲେକ୍ସ କ୍ୟାରି ପ୍ରଥମ ଦିନିକିଆରେ ଖେଳିବା ନେଇ ଲାଗି ରହିଥିବା ଦ୍ବନ୍ଦ୍ବ ପାଇଁ ଏହି ଶୃଙ୍ଖଳା ମଧ୍ୟ ଘରୋଇ ଅଷ୍ଟ୍ରେଲିଆ ପାଇଁ ନୂଆ ଆହ୍ବାନ ନେଇ ଆସିବ।

ଏହାସହ ପଢ଼ନ୍ତୁ:- ଧର୍ମ ସଂକଟରେ ଦଳ, RJD ନେତା କରିବେ ଲଣ୍ଠନ ଚିହ୍ନ ବିରୋଧରେ ପ୍ରଚାର..!

ପୂରା ଦିନିକିଆ ଶୃଙ୍ଖଳା ସହ ଭାରତ-ଅଷ୍ଟ୍ରେଲିଆ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ଲାଗି ଟିକେଟ୍ ବିକ୍ରି ପ୍ରାୟ ସରିଛି। ଅପଟ୍‌ସ ଷ୍ଟାଡିୟମ୍‌ରେ ରବିବାର ୫୦,୦୦୦ରୁ ଅଧିକ ଦର୍ଶକ ଉପସ୍ଥିତ ରହିବା ସମ୍ଭାବନା ରହିଛି। ଏହି ନବନିର୍ମିତ ଷ୍ଟାଡିୟମ୍‌ର ଛୋଟିଆ ଇତିହାସରେ ମାତ୍ର ଦୁଇ ଥର ଦର୍ଶକ ସଂଖ୍ୟା ୫୦,୦୦୦ ଛୁଇଁଥିବାରୁ ରବିବାର ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
India vs Australia ODI Series | India vs Australia ODIs 2025 | Argus News