Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

India vs Australia / ଭାରତ ୧୩୬ ରନ୍‌ କଲା, କିନ୍ତୁ ଅଷ୍ଟ୍ରେଲିଆକୁ କାହିଁକି ମିଳିଲା ୧୩୧ ରନ୍‌ର ଟାର୍ଗେଟ ?

Santosh Kumar Sahoo
Browse all articles by Santosh Kumar Sahoo
·8 months ago·2 min read
ଭାରତ ୧୩୬ ରନ୍‌ କଲା, କିନ୍ତୁ ଅଷ୍ଟ୍ରେଲିଆକୁ କାହିଁକି ମିଳିଲା ୧୩୧ ରନ୍‌ର ଟାର୍ଗେଟ ?

Key Points

ଆଜିଠୁ ଆରମ୍ଭ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍ । ପ୍ରଥମେ ବ୍ୟାଟିଂ କରି ଭାରତ କଲା ୧୩୬ ରନ୍ । କିନ୍ତୁ କାହିଁକି ଅଷ୍ଟ୍ରେଲିଆକୁ ମିଳିଲା ୧୩୧ ରନ୍ ଟାର୍ଗେଟ୍ ।
ଆଜିଠୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହୋଇଛି ଦିନିକିଆ ସିରିଜ୍ । ତିନି ଟିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ପର୍ଥରେ ଖେଳାଯାଉଛି । ତେବେ ପ୍ରଥମ ଦିନିକିଆରେ ଭାରତୀୟ ଦଳ କେବଳ ୧୩୬ ରନ୍ କରିପାରିଥିଲା । କିନ୍ତୁ ଅଷ୍ଟ୍ରେଲିଆକୁ ମାତ୍ର ୧୩୧ ରନ୍‌ର ଟାର୍ଗେଟ ଦିଆଯାଇଥିଲା । ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୨୬ ଓଭରରେ ୧୩୬ ରନ୍‌ କରିବା ପାଇଁ ବେଶ୍‌ ସଂଘର୍ଷ କରିଥିଲେ । ଭାରତ ପକ୍ଷରୁ କେଏଲ ରାହୁଲ ସର୍ବାଧିକ ୩୮ ରନ୍‌ କରିଥିଲେ । ସେହିପରି ଅକ୍ଷର ପଟେଲ ୩୧ ରନ୍‌ ଏବଂ ଡେବ୍ୟୁଟାଣ୍ଟ ନୀତିଶ କୁମାର ରେଡ୍ଡୀ ଅପରାଜିତ ୧୯ ରନ୍‌ କରିଥିଲେ । କିନ୍ତୁ ଏହା କେମିତି ହେଲା ଯେ ଭାରତ ୧୩୬ ରନ୍ କରିଥିଲା, କିନ୍ତୁ ଅଷ୍ଟ୍ରେଲିଆକୁ ତା'ଠାରୁ ୫ ରନର କମ୍ ଟାର୍ଗେଟ ଦିଆଯାଇଥିଲା ?

ଅଷ୍ଟ୍ରେଲିଆକୁ କାହିଁକି କମ୍ ଟାର୍ଗେଟ ଦିଆଯାଇଥିଲା?

ପର୍ଥରେ ଖେଳାଯାଉଥିବା ମ୍ୟାଚ୍‌ର ପ୍ରଥମ ଇନିଂସରେ ବର୍ଷା ବାଧା ସୃଷ୍ଟି କରିଥିଲା । ବର୍ଷା ଯୋଗୁଁ ପ୍ରଥମ ଇନିଂସରେ ବାରମ୍ବାର ମ୍ୟାଚ୍‌କୁ ରୋକିବାକୁ ପଡ଼ୁଥିଲା । ଯାହାଫଳରେ ୫୦ ଓଭର ପରିବର୍ତ୍ତେ ପ୍ରତି ଇନିଂସରେ ଓଭରକୁ ହ୍ରାସ କରାଯାଇ ୨୬ ଓଭର ହୋଇଥିଲା । ତେବେ ପ୍ରଥମ ଇନିଂସରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା । ରୋହିତ ଶର୍ମା, ବିରାଟ କୋହଲି ଏବଂ ଅଧିନାୟକ ଶୁଭମନ ଗିଲ୍ ମଧ୍ୟ ବଡ଼ ସ୍କୋର କରିପାରି ନଥିଲେ ।
ଭାରତ ନିର୍ଦ୍ଧାରିତ ୨୬ ଓଭରରେ ୯ ଓ୍ବିକେଟ ହରାଇ ୧୩୬ ରନ୍‌ କରିଥିଲା । କିନ୍ତୁ କିନ୍ତୁ ଡକୱର୍ଥ-ଲୁଇସ୍ ପଦ୍ଧତି ଯୋଗୁଁ ଅଷ୍ଟ୍ରେଲିଆକୁ ୧୩୧ ରନ୍‌ର ଟାର୍ଗେଟ ଦିଆଯାଇଥିଲା । DLS ନିୟମ ବାକି ଥିବା ଓଭର ଏବଂ ବାକି ଥିବା ୱିକେଟ୍ ସଂଖ୍ୟା ଉପରେ ମଧ୍ୟ ନିର୍ଭର କରେ ।

ଅଧିକ ପଢ଼ନ୍ତୁ: ପର୍ଥରେ ହେଲା ଅନର୍ଥ, ପ୍ରଥମ ଦିନିକିଆରେ ଫେଲ୍‌ ମାରିଲେ ରୋ-କୋ


DLS ବ୍ୟବହାର କରି ଏକ ନୂତନ ଲକ୍ଷ୍ୟ କିପରି ନିର୍ଣ୍ଣୟ କରାଯାଏ?

ଡକୱର୍ଥ-ଲୁଇସ୍ ପଦ୍ଧତି ଉପରେ ଆଧାରିତ ସଂଶୋଧିତ ଲକ୍ଷ୍ୟ ଅନେକ କାରଣ ଉପରେ ଆଧାରିତ । ବାକି ଥିବା ଓଭର ସଂଖ୍ୟା, ବାକି ଥିବା ୱିକେଟ୍ ସଂଖ୍ୟା, ପ୍ରଥମେ ବ୍ୟାଟିଂ କରୁଥିବା ଦଳ ଦ୍ୱାରା ସ୍କୋର୍ କରାଯାଇଥିବା ରନ୍ ସଂଖ୍ୟା ଏବଂ କେଉଁ ସମୟରେ ମ୍ୟାଚ୍‌କୁ ରୋକିବାକୁ ପଡ଼ିଥିଲା ତାହା ଉପରେ ନିର୍ଭର କରିଥାଏ । ଅନ୍ୟ ଦଳ ପାଇଁ ଲକ୍ଷ୍ୟ ସ୍ଥିର କରିବା ସମୟରେ ଏହି କାରଣଗୁଡ଼ିକୁ ବିଚାରକୁ ନିଆଯାଇଥାଏ ।

ଯେହେତୁ ଭାରତୀୟ ଦଳ ତା'ର ଇନିଂସରେ ନଅଟି ୱିକେଟ୍ ହରାଇଥିଲା ତେଣୁ ଅଷ୍ଟ୍ରେଲିଆକୁ କମ୍‌ ରନ୍‌ର ଟାର୍ଗେଟ ଦିଆଯାଇଥିଲା । ଯଦି ଭାରତୀୟ ଦଳ ନିର୍ଦ୍ଧାରିତ ୨୬ ଓଭର ପୂର୍ବରୁ ଅଲଆଉଟ୍ ହୋଇଥାନ୍ତା ତେବେ ଅଷ୍ଟ୍ରେଲିଆକୁ ୧୩୧ ରନରୁ ମଧ୍ୟ କମ୍ ଟାର୍ଗେଟ ଦିଆଯାଇଥାନ୍ତା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Why Australia Got a Lower Target Despite India Scoring 136 in Perth ODI | Argus News