India vs Australia / ରୋ-କୋଙ୍କୁ ରୋକିପାରିଲାନି ଅଷ୍ଟ୍ରେଲିଆ, ସିଡନୀରେ ଟିମ୍ ଇଣ୍ଡିଆକୁ ଦେଲେ ବିଜୟ ଭେଟି
·8 months ago·2 min read

Key Points
ସିଡ୍ନୀରେ ରୋହିତ ଶର୍ମାଙ୍କ ଦମଦାର ଶତକ; ଭାରତ ବିଜୟୀ
୩ୟ ODIରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୯ ୱିକେଟରେ ବିଜୟୀ
ରୋହିତ ଅପରାଜିତ ୧୨୧, କୋହଲି ଅପରାଜିତ ୭୪

ସିଡନୀ ଦିନିକିଆରେ ଭାରତର ଦମଦାର ବିଜୟ । ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଦମଦାର ଇନିଂସ ବଳରେ ଭାରତ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ରେ ୯ ଓ୍ବିକେଟରେ ବିଜୟ ଲାଭ କରିଛି । ଶେଷ ଦିନିକିଆରେ ରୋହିତ ଶର୍ମା ଅପରାଜିତ ୧୨୧ ରନ୍ କରିଥିବା ବେଳେ ବିରାଟ କୋହଲି ଅପରାଜିତ ୭୪ ରନ୍ କରିଥିଲେ । ଶେଷ ମ୍ୟାଚ୍ରେ ଭାରତ ଜିତିଥିଲେ ମଧ୍ୟ ଏହି ସିରିଜ୍କୁ ୨-୧ରେ ପରାସ୍ତ ହୋଇଛି ।
ସୂଚନା ଅନୁସାରେ, ସିଡନୀରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ତଥା ଶେଷ ଦିନିକିଆ ମ୍ୟାଚ୍ରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ । ଆଉ ପ୍ରଥମେ ବ୍ୟାଟିଂ କରି ମାତ୍ର ୨୩୬ ରନ୍ କରି କଙ୍ଗାରୁ ଦଳ ଅଲଆଉଟ୍ ହୋଇଥିଲା । ଯାହାଫଳରେ ଭାରତକୁ ଏହି ମ୍ୟାଚ୍କୁ ଜିତିବାକୁ ୨୩୭ ରନ୍ର ଟାର୍ଗେଟ୍ ମିଳିଥିଲା ।
ସିଡନୀରେ ଖେଳାଯାଉଥିବା ତୃତୀୟ ଦିନିକିଆରେ ଭାରତୀୟ ବୋଲରମାନେ ଚମତ୍କାର ପ୍ରଦର୍ଶନ କରିଥିଲେ । ଶୁବମନ ଗିଲ୍ ଏହି ମ୍ୟାଚ୍ରେ ଅଷ୍ଟ୍ରେଲିଆ ବିପକ୍ଷରେ ଛଅ ଜଣ ବୋଲରଙ୍କୁ ବ୍ୟବହାର କରିଥିଲେ । ଆଉ ସମସ୍ତ ବୋଲର ମଧ୍ୟ ୱିକେଟ୍ ନେବାରେ ସଫଳ ହୋଇଥିଲେ । ବିଶେଷ କରି ଦ୍ରୁତ ବୋଲର ହର୍ଷିତ ରାଣାଙ୍କ ଚମତ୍କାର ବୋଲିଂ ବଳରେ ଅଷ୍ଟ୍ରେଲିଆ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା । ଟିମ୍ ଇଣ୍ଡିଆର ବୋଲରମାନେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନମାନଙ୍କୁ ୨୩୬ ରନ୍ରେ ସୀମିତ ରଖିଥିଲେ ।
ଭାରତ ପକ୍ଷରୁ ହର୍ଷିତ ରାଣା ସର୍ବାଧିକ ୪ଟି ଓ୍ବିକେଟ ନେଇଥିବା ବେଳେ ୱାଶିଂଟନ୍ ସୁନ୍ଦର ଦୁଇଟି ୱିକେଟ୍ ନେଇଥିଲେ। ସେହିପରି ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, କୁଲଦୀପ ଯାଦବ ଏବଂ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ମ୍ୟାଟ୍ ରେନସୋ ସର୍ବାଧିକ ୫୬ ରନ୍ କରିଥିବା ବେଳେ ଅଧିନାୟକ ମିଚେଲ ମାର୍ଶ ୪୧ ରନ୍ କରିଥିଲେ । ଏହି ମ୍ୟାଚ୍ରେ ବିଜୟୀ ହେବା ପାଇଁ ଭାରତକୁ ୨୩୭ ରନ୍ ଆବଶ୍ୟକ ।
୨୩୭ ରନ୍ ଟାର୍ଗେଟ ନେଇ ପଡ଼ିଆ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । ପ୍ରଥମରୁ ଦମଦାର ଆରମ୍ଭ କରିଥିଲେ ରୋହିତ ଶର୍ମା ଓ ଶୁବମନ ଗିଲ୍ । ଭାରତୀୟ ଅଧିନାୟକ ଗିଲ୍ ଆଉଟ ହେବା ପରେ ପାଳି ସମ୍ଭାଳି ରୋହିତ ଓ ବିରାଟ । ଆଉ ଟିମ୍ ଇଣ୍ଡିଆର ଏହି ଦୁଇ ଷ୍ଟାର ବ୍ୟାଟ୍ସମ୍ୟାନ୍ ସିଡନୀ ମ୍ୟାଚ୍ରେ ଭାରତକୁ ବିଜୟ ଭେଟି ଦେଇଥିଲେ । ଭାରତ ପକ୍ଷରୁ ରୋହିତ ଶର୍ମା ଅପରାଜିତ ୧୨୧ ରନ୍ କରିଥିବାବେଳେ ବିରାଟ କୋହଲି ଅପରାଜିତ ୭୪ ରନ୍ କରିଥିଲେ । ତେବେ ଭାରତ ଏହି ମ୍ୟାଚ୍ରେ ବିଜୟଲାଭ କରିଥିଲେ ମଧ୍ୟ ଏହି ସିରିଜ୍କୁ ୨-୧ରେ ହାରିଛି ।
A clinical bowling and fielding effort 👏
— BCCI (@BCCI) October 25, 2025
A magnificent partnership between 2️⃣ greats 🫡
📸 Moments to cherish from #TeamIndia's 9️⃣-wicket victory in Sydney!
Updates ▶ https://t.co/omEdJjQOBf#AUSvIND | #3rdODI pic.twitter.com/uK7BJJeAUT
ସୂଚନା ଅନୁସାରେ, ସିଡନୀରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ତଥା ଶେଷ ଦିନିକିଆ ମ୍ୟାଚ୍ରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ । ଆଉ ପ୍ରଥମେ ବ୍ୟାଟିଂ କରି ମାତ୍ର ୨୩୬ ରନ୍ କରି କଙ୍ଗାରୁ ଦଳ ଅଲଆଉଟ୍ ହୋଇଥିଲା । ଯାହାଫଳରେ ଭାରତକୁ ଏହି ମ୍ୟାଚ୍କୁ ଜିତିବାକୁ ୨୩୭ ରନ୍ର ଟାର୍ଗେଟ୍ ମିଳିଥିଲା ।
ସିଡନୀରେ ଖେଳାଯାଉଥିବା ତୃତୀୟ ଦିନିକିଆରେ ଭାରତୀୟ ବୋଲରମାନେ ଚମତ୍କାର ପ୍ରଦର୍ଶନ କରିଥିଲେ । ଶୁବମନ ଗିଲ୍ ଏହି ମ୍ୟାଚ୍ରେ ଅଷ୍ଟ୍ରେଲିଆ ବିପକ୍ଷରେ ଛଅ ଜଣ ବୋଲରଙ୍କୁ ବ୍ୟବହାର କରିଥିଲେ । ଆଉ ସମସ୍ତ ବୋଲର ମଧ୍ୟ ୱିକେଟ୍ ନେବାରେ ସଫଳ ହୋଇଥିଲେ । ବିଶେଷ କରି ଦ୍ରୁତ ବୋଲର ହର୍ଷିତ ରାଣାଙ୍କ ଚମତ୍କାର ବୋଲିଂ ବଳରେ ଅଷ୍ଟ୍ରେଲିଆ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା । ଟିମ୍ ଇଣ୍ଡିଆର ବୋଲରମାନେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନମାନଙ୍କୁ ୨୩୬ ରନ୍ରେ ସୀମିତ ରଖିଥିଲେ ।
ଭାରତ ପକ୍ଷରୁ ହର୍ଷିତ ରାଣା ସର୍ବାଧିକ ୪ଟି ଓ୍ବିକେଟ ନେଇଥିବା ବେଳେ ୱାଶିଂଟନ୍ ସୁନ୍ଦର ଦୁଇଟି ୱିକେଟ୍ ନେଇଥିଲେ। ସେହିପରି ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, କୁଲଦୀପ ଯାଦବ ଏବଂ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ମ୍ୟାଟ୍ ରେନସୋ ସର୍ବାଧିକ ୫୬ ରନ୍ କରିଥିବା ବେଳେ ଅଧିନାୟକ ମିଚେଲ ମାର୍ଶ ୪୧ ରନ୍ କରିଥିଲେ । ଏହି ମ୍ୟାଚ୍ରେ ବିଜୟୀ ହେବା ପାଇଁ ଭାରତକୁ ୨୩୭ ରନ୍ ଆବଶ୍ୟକ ।
୨୩୭ ରନ୍ ଟାର୍ଗେଟ ନେଇ ପଡ଼ିଆ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । ପ୍ରଥମରୁ ଦମଦାର ଆରମ୍ଭ କରିଥିଲେ ରୋହିତ ଶର୍ମା ଓ ଶୁବମନ ଗିଲ୍ । ଭାରତୀୟ ଅଧିନାୟକ ଗିଲ୍ ଆଉଟ ହେବା ପରେ ପାଳି ସମ୍ଭାଳି ରୋହିତ ଓ ବିରାଟ । ଆଉ ଟିମ୍ ଇଣ୍ଡିଆର ଏହି ଦୁଇ ଷ୍ଟାର ବ୍ୟାଟ୍ସମ୍ୟାନ୍ ସିଡନୀ ମ୍ୟାଚ୍ରେ ଭାରତକୁ ବିଜୟ ଭେଟି ଦେଇଥିଲେ । ଭାରତ ପକ୍ଷରୁ ରୋହିତ ଶର୍ମା ଅପରାଜିତ ୧୨୧ ରନ୍ କରିଥିବାବେଳେ ବିରାଟ କୋହଲି ଅପରାଜିତ ୭୪ ରନ୍ କରିଥିଲେ । ତେବେ ଭାରତ ଏହି ମ୍ୟାଚ୍ରେ ବିଜୟଲାଭ କରିଥିଲେ ମଧ୍ୟ ଏହି ସିରିଜ୍କୁ ୨-୧ରେ ହାରିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories