Asia Cup / ବାଂଲାଦେଶ ବିପକ୍ଷ ମ୍ୟାଚରେ ବଦଳିବ ଭାରତର ଚୁଡ଼ାନ୍ତ ଏକାଦଶ, ଏହି ଷ୍ଟାର ଖେଳାଳି ଦଳରୁ ପଡ଼ିବେ ବାଦ୍....

Key Points
ଏସିଆ କପରେ ଆଜି ଭାରତ-ବାଂଲାଦେଶ ମୁକାବିଲା । ଫାଇନାଲ୍ ଟିକେଟ୍ ଆଶାରେ ମଇଦାନଙ୍କୁ ଓହ୍ଲାଇବ ସୂର୍ଯ୍ୟ ସେନା । ସୁପର ଫୋରର ପ୍ରଥମ ମ୍ୟାଚରେ ଭାରତ-ପାକିସ୍ତାନକୁ ପରାସ୍ତ କରିଛି ।
ଏସିଆ କପର ସୁପର-୪ରେ ଆଜି ମୁହାଁମୁହିଁ ହେବେ ଭାରତ-ବାଂଲାଦେଶ । ଆଜି ଉଭୟ ଦଳ ଫାଇନାଲ ଟିକେଟ୍ ଆଶାରେ ଦୁଇ ଦଳ ପଡ଼ିଆକୁ ଓହ୍ଲାଇବେ । ସୁପର-୪ ପର୍ଯ୍ୟାୟର ପ୍ରଥମ ମ୍ୟାଚରେ ଭାରତ ପାକିସ୍ତାନକୁ ଏବଂ ବାଂଲାଦେଶ ଶ୍ରୀଲଙ୍କାକୁ ପରାସ୍ତ କରିଛି । ତେଣୁ ଆଜିର ମ୍ୟାଚରେ ଯେଉଁ ଦଳ ବିଜୟଲାଭ କରିବ ସେ ଫାଇନାଲରେ ପ୍ରବେଶ କରିବ । ଏହି ମ୍ୟାଚ୍ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ ।
ତେବେ ଆଜିର ମ୍ୟାଚରେ ଟିମ୍ ଇଣ୍ଡିଆ ଦ୍ରୁତ ବୋଲର ଜଶପ୍ରୀତ ବୁମରାହଙ୍କୁ ବିଶ୍ରାମ ଦେଇପାରେ । କାରଣ ଭାରତୀୟ ଦଳ ଆଗାମୀ ୬ ଦିନରେ ତିନୋଟି ବଡ଼ ମ୍ୟାଚ୍ ଖେଳିପାରେ । ସେପ୍ଟେମ୍ବର ୨୪ ପରେ ଭାରତ ତା'ର ପରବର୍ତ୍ତୀ ମ୍ୟାଚ୍ ୨୬ ସେପ୍ଟେମ୍ବରରେ ଖେଳିବ । ଆଉ ଯଦି ଫାଇନାଲରେ ପହଞ୍ଚେ ତେବେ ଫାଇନାଲ ୨୮ ତାରିଖରେ ହେବ । ତେଣୁ ଆଜିର ମ୍ୟାଚରେ ଟିମ୍ ମ୍ୟାନେଜମେଣ୍ଟ ବୁମରାହଙ୍କୁ ବିଶ୍ରାମ ଦେଇପାରେ ।
ସେହିପରି ସୁପର-୪ରେ ପାକିସ୍ତାନ ବିପକ୍ଷ ମ୍ୟାଚରେ ବୁମରାହ ବହୁତ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ସେ ତାଙ୍କ ୪ ଓଭରରେ ବିନା ଓ୍ବିକେଟରେ ୪୫ ରନ ଦେଇଥିଲେ । ଯଦି ଏସିଆ କପ୍ କଥା କହିବା ତାହାଲେ ଟିମ୍ ଇଣ୍ଡିଆର ଏହି ଷ୍ଟାର ବୋଲର ତାଙ୍କ ସର୍ବାତ୍ତମ ଫର୍ମରେ ନାହାନ୍ତି । ସେ ଏପର୍ଯ୍ୟନ୍ତ ୩ଟି ମ୍ୟାଚ୍ ଖେଳି ମାତ୍ର ୩ଟି ଓ୍ବିକେଟ ନେଇଛନ୍ତି ।
ଅଧିକ ପଢ଼ନ୍ତୁ: ବିବାଦ ଘେରରେ ଫରହାନଙ୍କ ଏକେ-୪୭ ସେଲିବ୍ରେସନ
📱 Get Argus News App
✨ସେପଟେ ଯଦି ବାଂଲାଦେଶ ବିପକ୍ଷ ମ୍ୟାଚରେ ଜଶପ୍ରୀତ ବୁମରାହ ଚୁଡ଼ାନ୍ତ ଏକାଦଶରେ ସାମିଲ ନହୁଅନ୍ତି ତେବେ ତାଙ୍କ ସ୍ଥାନରେ ଅର୍ଶଦୀପ ସିଂଙ୍କୁ ସ୍ଥାନ ମିଳିପାରେ । ଅର୍ଶଦୀପ ଏପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟରେ କେବଳ ଗୋଟିଏ ମ୍ୟାଚ୍ ଖେଳିଛନ୍ତି। ସେ ଓମାନ ବିପକ୍ଷ ଏକମାତ୍ର ମ୍ୟାଚରେ ଗୋଟିଏ ୱିକେଟ ନେଇଥିଲେ। ଅର୍ଶଦୀପ ସିଂହ ବାଂଲାଦେଶ ବିପକ୍ଷ ଶେଷ ଟି-୨୦ ସିରିଜର ଦୁଇଟି ମ୍ୟାଚରେ ୪ ୱିକେଟ ନେଇଥିଲେ । ତେବେ ବାଂଲାଦେଶ ବିପକ୍ଷ ମ୍ୟାଚରେ ବୁମରାହଙ୍କ ବ୍ୟତୀତ ଦଳରେ ଆଉ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ।
ଯଦି ଆମେ ଟି-୨୦ରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ହେଡ୍ ଟୁ ହେଡ୍ ରେକର୍ଡ ଦେଖିବା, ତେବେ ଉଭୟ ଦଳ ଏପର୍ଯ୍ୟନ୍ତ ୧୭ ଟି-୨୦ ଖେଳିଛନ୍ତି । ଟିମ୍ ଇଣ୍ଡିଆ ଏଥିମଧ୍ୟରୁ ୧୬ଟି ଜିତିଛି, ଯେତେବେଳେ ବାଂଲାଦେଶ ଥରେ ଜିତିଛି ।
ଭାରତର ସମ୍ଭାବ୍ୟ ୧୧: ଅଭିଷେକ ଶର୍ମା, ଶୁବମନ ଗିଲ୍, ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, ସଞ୍ଜୁ ସାମସନ, ଶିବମ୍ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ ଏବଂ ଅର୍ଶଦୀପ ସିଂହ
Related Topics
Explore more stories