Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Washington Sundar Injury / ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ତୃତୀୟ ଦିନିକିଆରୁ ବାଦ୍‌ ପଡ଼ିପାରନ୍ତି ଷ୍ଟାର ଅଲରାଉଣ୍ଡର

Santosh Kumar Sahoo
Browse all articles by Santosh Kumar Sahoo
·2 hours ago·2 min read
ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ତୃତୀୟ ଦିନିକିଆରୁ ବାଦ୍‌ ପଡ଼ିପାରନ୍ତି ଷ୍ଟାର ଅଲରାଉଣ୍ଡର
Washington Sundar Injury

Key Points

ଟିମ୍ ଇଣ୍ଡିଆର ଚିନ୍ତା ବଢ଼ିଲା
ନିର୍ଣ୍ଣାୟକ ମ୍ୟାଚ୍ ପୂର୍ବରୁ ଭାରତକୁ ବଡ଼ ଝଟକା
ସୁନ୍ଦରଙ୍କ ଫିଟନେସ୍‌କୁ ନେଇ ସସପେନ୍ସ
ରବିବାର ଲର୍ଡସରେ ହେବ ମହାମୁକାବିଲା । କିନ୍ତୁ ତା' ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ବଡ଼ ଝଟକା । ସିରିଜ୍ ୧-୧ରେ ବରାବର ଥିବା ବେଳେ ନିର୍ଣ୍ଣାୟକ ତୃତୀୟ ଦିନିକିଆ ପୂର୍ବରୁ ଆହତ ହୋଇଛନ୍ତି ଟିମ୍ ଇଣ୍ଡିଆର ଷ୍ଟାର୍ ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦର । ଶେଷ ମ୍ୟାଚ୍‌ରେ ସେ ଖେଳିବେ କି ନାହିଁ, ତାହାକୁ ନେଇ ବଢ଼ିଛି ସସପେନ୍ସ ।

ଲର୍ଡସରେ ଖେଳାଯିବାକୁ ଥିବା ତୃତୀୟ ଦିନିକିଆ ମ୍ୟାଚ୍‌ ଭାରତ-ଇଂଲଣ୍ଡ ଦିନିକିଆ ସିରିଜର ଭାଗ୍ୟ ନିର୍ଣ୍ଣୟ କରିବ । ଦୁଇ ଦଳ ମଧ୍ୟରେ ସିରିଜ ବର୍ତ୍ତମାନ ୧-୧ରେ ବରାବର ଥିବାବେଳେ, ନିର୍ଣ୍ଣାୟକ ମୁକାବିଲା ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ବଡ଼ ଝଟକା। ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦରଙ୍କ ଆଘାତ ଦଳର ଚିନ୍ତା ବଢ଼ାଇ ଦେଇଛି । ରିପୋର୍ଟ ଅନୁସାରେ ସେ ନିର୍ଣ୍ଣାୟକ ତୃତୀୟ ଦିନିକିଆରୁ ବାଦ୍‌ ପଡ଼ିପାରନ୍ତି ।

ପ୍ରଥମ ଦିନିକିଆରେ ଅର୍ଦ୍ଧଶତକ ହାସଲ କରି ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ ୱାଶିଂଟନ୍ ସୁନ୍ଦର । କିନ୍ତୁ ଦ୍ୱିତୀୟ ମ୍ୟାଚ୍‌ରେ ସେ ଆହତ ହୋଇଥିଲେ । ଏପରିକି ସେହି ମ୍ୟାଚ୍‌ରେ ସେ ବୋଲିଂ ମଧ୍ୟ କରିନଥିଲେ । ତାଙ୍କ ଅନୁପସ୍ଥିତିର ପ୍ରଭାବ ଦଳର ପ୍ରଦର୍ଶନ ଉପରେ ସ୍ପଷ୍ଟ ଭାବେ ପଡ଼ିଥିଲା ।

ଭାରତ ପାଇଁ ଚିନ୍ତାର ବିଷୟ ହେଉଛି, ପୂର୍ବରୁ ଦଳର ଦୁଇ ପ୍ରମୁଖ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନୀତୀଶ କୁମାର ରେଡ୍ଡୀ ଆହତ ହୋଇ ଦଳରୁ ବାହାରେ ଅଛନ୍ତି । IPL ୨୦୨୬ ସମୟରେ ହାର୍ଦ୍ଦିକ ଆହତ ହୋଇଥିବା ବେଳେ, ଆଫଗାନିସ୍ତାନ ବିପକ୍ଷ ସିରିଜ ପୂର୍ବରୁ ଅଭ୍ୟାସ ବେଳେ ନୀତୀଶ ଆହତ ହୋଇଥିଲେ । ଏହି କାରଣରୁ ସେ ଇଂଲଣ୍ଡ ଗସ୍ତରୁ ମଧ୍ୟ ବାଦ୍‌ ପଡ଼ିଥିଲେ ।

ଅଧିକ ପଢ଼ନ୍ତୁ: ଲର୍ଡସରେ ଶେଷ ମ୍ୟାଚ୍ ଖେଳିବେ ରୋହିତ? ପିଲାଦିନର କୋଚ ଦେଲେ ବଡ଼ ଅପଡେଟ୍…


ଏବେ ସମସ୍ତଙ୍କ ନଜର ରହିଛି ୱାଶିଂଟନ୍ ସୁନ୍ଦରଙ୍କ ଫିଟନେସ୍ ରିପୋର୍ଟ ଉପରେ ରହିଛି । ସେ ଯଦି ଦଳରେ ନ ରୁହନ୍ତି, ତେବେ ନିର୍ଣ୍ଣାୟକ ମ୍ୟାଚ୍‌ରେ ଭାରତର ସନ୍ତୁଳନ ଉପରେ ଏହାର ବଡ଼ ପ୍ରଭାବ ପଡ଼ିପାରେ ।

ଭାରତ ବନାମ ଇଂଲଣ୍ଡ ତୃତୀୟ ଦିନିକିଆ ଲାଇଭ୍ କେଉଁଠି ଦେଖିବେ ?

ତୃତୀୟ ଦିନିକିଆ ଲର୍ଡ୍ସ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ । ଭାରତୀୟ ସମୟ ଅନୁଯାୟୀ ଅପରାହ୍ନ ୩ଟାରେ ଟସ୍ ହେବ ଏବଂ ୩ଟା ୩୦ରେ ମ୍ୟାଚ୍ ଆରମ୍ଭ ହେବ । ମ୍ୟାଚ୍‌ର ସିଧାପ୍ରସାରଣ ସୋନି ସ୍ପୋର୍ଟ୍ସ ନେଟୱର୍କରେ ଦେଖିବାକୁ ମିଳିବ। ସେହିପରି ଜିଓହଟ୍‌ଷ୍ଟାର ଆପ୍ ଏବଂ ୱେବସାଇଟ୍‌ରେ ଲାଇଭ୍ ଷ୍ଟ୍ରିମିଂ ଉପଲବ୍ଧ ରହିବ ।

ଭାରତୀୟ ଦଳ:

ଶୁବମନ ଗିଲ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, କେଏଲ ରାହୁଲ (ୱିକେଟକିପର), ଇଶାନ କିଶାନ (ୱିକେଟକିପର), ଶ୍ରେୟସ ଆୟର, ପ୍ରସିଦ୍ଧ କ୍ରିଷ୍ଣା, ୱାଶିଂଟନ ସୁନ୍ଦର, ଶିବମ ଦୁବେ, ପ୍ରିନ୍ସ ଯାଦବ, ଅକ୍ଷର ପଟେଲ, କୁଲଦୀପ ଯାଦବ, ଜସପ୍ରିତ ବୁମରାହ, ଅର୍ଶଦୀପ ସିଂହ, ଗୁରନୁର ବ୍ରାର
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored