Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

India vs England Semifinal / ଦ୍ବିତୀୟ ସେମିଫାଇନାଲ: ଟସ୍‌ ଜିତିଲା ଇଂଲଣ୍ଡ, ପ୍ରଥମେ ବ୍ୟାଟିଂ କରିବ ଟିମ୍‌ ଇଣ୍ଡିଆ

Santosh Kumar Sahoo
Browse all articles by Santosh Kumar Sahoo
·4 months ago·2 min read
ଦ୍ବିତୀୟ ସେମିଫାଇନାଲ: ଟସ୍‌ ଜିତିଲା ଇଂଲଣ୍ଡ, ପ୍ରଥମେ ବ୍ୟାଟିଂ କରିବ ଟିମ୍‌ ଇଣ୍ଡିଆ
India vs England

Key Points

ସେମିଫାଇନାଲରେ ଭାରତ-ଇଂଲଣ୍ଡ ମହାମୁକାବିଲା
ଟସ୍‌ ଜିତି ବୋଲିଂ ନେଲା ଇଂଲଣ୍ଡ
ପ୍ରଥମେ ବ୍ୟାଟିଂ କରିବ ଭାରତ
ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଛି ଚଳିତ ଟି-୨୦ ବିଶ୍ବକପ୍‌ର ଦ୍ବିତୀୟ ସେମିଫାଇନାଲ । ମୁହାଁମୁହିଁ ହେଉଛନ୍ତି ଭାରତ-ଇଂଲଣ୍ଡ । ଏହି ହାଇଭୋଲଟେଜ୍‌ ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଇଂଲଣ୍ଡ । ଅର୍ଥାତ ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିବ ଭାରତ । ଏହି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ଚୁଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରାଯାଇନାହିଁ ।



ସାଧାରଣତଃ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଟସ୍ ଜିତି ଦଳଗୁଡ଼ିକ ପ୍ରଥମେ ବୋଲିଂ ପସନ୍ଦ କରନ୍ତି । କିନ୍ତୁ ଚଳିତ ବିଶ୍ୱକପ୍‌ର ଧାରା କିଛି ଅଲଗା ରହିଛି । ଏଠାରେ ହୋଇଥିବା ୪ଟି ମ୍ୟାଚ୍ ମଧ୍ୟରୁ ୩ଟିରେ ପ୍ରଥମେ ବ୍ୟାଟିଂ କରିଥିବା ଦଳ ବିଜୟୀ ହୋଇଛନ୍ତି । ଏଠାକାର ନାଲି ମାଟି ପିଚ୍‌ରେ ଦ୍ରୁତ ବୋଲରଙ୍କୁ ଭଲ ବାଉନ୍ସ ମିଳୁଛି । ସେହିପରି ଡେଥ୍ ଓଭରରେ 'ରିଭର୍ସ ସୁଇଙ୍ଗ୍' ମଧ୍ୟ ଦେଖିବାକୁ ମିଳୁଛି । ୱାଙ୍ଖେଡେ ପିଚ୍‌ରେ କିଛି ଘାସ ଥିବାରୁ ଦ୍ରୁତ ବୋଲରଙ୍କୁ ପ୍ରାରମ୍ଭିକ ସଫଳତା ମିଳିପାରେ । ଭାରତ ଏଠାରେ ଆମେରିକା ବିରୋଧରେ କିଛି ସଂଘର୍ଷ କରିଥିଲା । କିନ୍ତୁ ଲୋ-ସ୍କୋରିଂ ମ୍ୟାଚ୍‌ରେ ସୂର୍ଯ୍ୟକୁମାରଙ୍କ ବ୍ୟାଟିଂ ବିଜୟୀ କରାଇଥିଲା । ଚଳିତ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ପିଚ୍ ମଧ୍ୟରେ ସ୍ପିନରଙ୍କ ପାଇଁ ଏହା ସବୁଠାରୁ ଫାଇଦାଜନକ ସ୍ଥାନ ।

ଏଥିସହ ଉଭୟ ଦଳ ସେମି ଫାଇନାଲରେ କ୍ରମାଗତ ତୃତୀୟ ଥର ପାଇଁ ସାମ୍ନା ସାମ୍ନି ହେବେ । ୨୦୨୨ ଓ ୨୦୨୪ ବିଶ୍ଵକପ ସେମି ଫାଇନାଲରେ ଉଭୟ ଦଳ ପରସ୍ପରକୁ ଲେଟି ସାରିଛନ୍ତି। ୨୦୨୨ ବିଶ୍ଵକପ୍ ସେମି ଫାଇନାଲରେ ଇଂଲଣ୍ଡ ୧୦ ୱିକେଟରେ ଭାରତକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା। ଫାଇନାଲରେ ପାକିସ୍ତାନକୁ ହରାଇ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଥିଲା । ସେହିପରି ୨୦୨୪ ଟି୨୦ ବିଶ୍ଵକପ୍ ସେମି ଫାଇନାଲରେ ଇଂଲଣ୍ଡକୁ ୬୮ ରନରେ ହରାଇ ରୋହିତ ଶର୍ମାଙ୍କ ଭାରତୀୟ ଦଳ ଫାଇନାଲରେ ପ୍ରବେଶ କରିଥିଲା। ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ଚମ୍ପିଅନ ହୋଇଥିଲା। ଟି-ଟ୍ବେଣ୍ଟି ବିଶ୍ୱକପ ଉଭୟ ଦଳ ପରସ୍ପରକୁ ୫ ଥର ଭେଟିଛନ୍ତି। ଏଥିରୁ ଭାରତ ୩ଟି ମ୍ୟାଚ ଜିତିଥିବାବେଳେ ଇଂଲଣ୍ଡ ୨ଟି ମ୍ୟାଚରେ ବିଜୟୀ ହୋଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
England Win Toss, Opt to Bowl First Against India in T20 World Cup Semi-Final | Argus News