Videos
|
Sports

Vaibhav Sooryavanshi / ଟସ୍‌ ଜିତି ବୋଲିଂ କରିବ ଭାରତ, ଦଳରେ ନାହାନ୍ତି ବୈଭବ ସୂର୍ଯ୍ୟବଂଶୀ...ଜାଣନ୍ତୁ ପ୍ଲେଇଂ ୧୧

Santosh Kumar Sahoo
Browse all articles by Santosh Kumar Sahoo
·1 month ago·1 min read
ଟସ୍‌ ଜିତି ବୋଲିଂ କରିବ ଭାରତ, ଦଳରେ ନାହାନ୍ତି ବୈଭବ ସୂର୍ଯ୍ୟବଂଶୀ...ଜାଣନ୍ତୁ ପ୍ଲେଇଂ ୧୧
Vaibhav Sooryavanshi

Key Points

ଟସ୍ ଜିତି ବୋଲିଂ କରିବ ଭାରତ
ଅଧିନାୟକ ଶ୍ରେୟସ ଆୟରଙ୍କ ବଡ଼ ନିଷ୍ପତ୍ତି
ପ୍ଲେଇଂ ୧୧ରେ ନାହାନ୍ତି ବୈଭବ ସୂର୍ଯ୍ୟବଂଶୀ
ଆଜିଠୁ ଭାରତ-ଆର୍ୟାଲାଣ୍ଡ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ ଆରମ୍ଭ ହେଉଛି । ସିରିଜ୍‌ର ପ୍ରଥମ ମ୍ୟାଚ୍‌ ବେଲଫାଷ୍ଟର ସିଭିଲ୍ ସର୍ଭିସ୍ କ୍ରିକେଟ୍ କ୍ଲବରେ ଖେଳାଯାଉଛି । ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ଟିମ୍ ଇଣ୍ଡିଆର ଅଧିନାୟକ ଶ୍ରେୟସ ଆୟର । ୨୦୨୬ ଟି-୨୦ ବିଶ୍ୱକପ୍ ଜିତିବା ପରେ ଭାରତୀୟ ଦଳ ପ୍ରଥମ ଥର ପାଇଁ ଟି-୨୦ ମ୍ୟାଚ୍‌ ଖେଳିବା ପାଇଁ ଆଜି ପଡ଼ିଆକୁ ଓହ୍ଲାଇବ । ଏହି ସିରିଜ୍ ଟି-୨୦ ଅଧିନାୟକ ଭାବରେ ଶ୍ରେୟସ ଆୟରଙ୍କ ନୂତନ ଯାତ୍ରାର ଆରମ୍ଭ ।

ତେବେ ଏହି ମ୍ୟାଚ୍‌ରେ ସମସ୍ତଙ୍କ ଧ୍ୟାନ ୧୫ ବର୍ଷୀୟ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ରହିଥିଲା । ଚର୍ଚ୍ଚା ହେଉଥିଲା କି ସୂର୍ଯ୍ୟବଂଶୀ ଆଜିର ମ୍ୟାଚ୍‌ରେ ଡେବ୍ୟୁ କରିବେ । କିନ୍ତୁ ଏମିତି କିଛି ହୋଇନାହିଁ । ଆଜିର ମ୍ୟାଚ୍‌ରେ ଡେବ୍ୟୁ କରିନାହାନ୍ତି ସୂର୍ଯ୍ୟବଂଶୀ । ଉଚିତ ସମୟ ଆସିଲେ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ ମିଳିବ ବୋଲି କହିଛନ୍ତି ଅଧିନାୟକ ଆୟର ।

ଟିମ୍ ଇଣ୍ଡିଆର ଚୁଡ଼ାନ୍ତ ଏକାଦଶ: ଅଭିଷେକ ଶର୍ମା, ସଞ୍ଜୁ ସାମସନ, ଇଶାନ କିଶାନ, ଶ୍ରେୟସ ଆୟର(ଅଧିନାୟକ), ତିଲକ ବର୍ମା, ଶିବମ ଦୁବେ, ଅକ୍ଷର ପଟେଲ, ଓ୍ବାଶିଂଟନ ସୁନ୍ଦର, ହର୍ଷିତ ରାଣା, ଅର୍ଶଦୀପ ସିଂ, ପ୍ରସିଦ୍ଧ କ୍ରିଷ୍ଣା
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
India vs Ireland: Shreyas Iyer Wins Toss, Vaibhav Sooryavanshi Not in Playing XI | Argus News