Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Team India Big Win / ନାମିବ୍ୟା ବିପକ୍ଷରେ ଟିମ୍‌ ଇଣ୍ଡିଆର ବଡ଼ ବିଜୟ, ଏବେ ପାକିସ୍ତାନର ପାଳି...

Santosh Kumar Sahoo
Browse all articles by Santosh Kumar Sahoo
·5 months ago·2 min read
ନାମିବ୍ୟା ବିପକ୍ଷରେ ଟିମ୍‌ ଇଣ୍ଡିଆର ବଡ଼ ବିଜୟ, ଏବେ ପାକିସ୍ତାନର ପାଳି...
Team India

Key Points

ନାମିବ୍ୟା ବିପକ୍ଷରେ ଭାରତର ବଡ଼ ବିଜୟ
କ୍ରମାଗତ ଦ୍ବିତୀୟ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ବିଜୟ
ନାମିବ୍ୟାକୁ ୯୩ ରନ୍‌ରେ ହରାଇଲା ଭାରତ
ଟି-୨୦ ବିଶ୍ବକପ୍‌ରେ ଟିମ୍‌ ଇଣ୍ଡିଆର ଲଗାତର ଦ୍ବିତୀୟ ବିଜୟ । ପ୍ରଥମେ ଆମେରିକା ଆଉ ଏବେ ନାମିବ୍ୟା ବିପକ୍ଷରେ ବଡ଼ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌କୁ ଭାରତ ୯୩ ରନ୍‌ରେ ବିଜୟ ହାସଲ କରିଛି । ଏହି ବିଜୟ ସହ ଚଳିତ ଟି-୨୦ ବିଶ୍ବକପ୍‌ରେ ଭାରତ ଲଗାତର ଦ୍ବିତୀୟ ବିଜୟ ହାସଲ କରିଛି ।

ଦିଲ୍ଲୀରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ନାମିବ୍ୟା । ପ୍ରଥମେ ବ୍ୟାଟିଂ କରି ଆରମ୍ଭରୁ ବିସ୍ଫୋରକ ଇନିଂସ ଖେଳିଥିଲେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ । ଦୁଇ ଓପନର ଇଶାନ କିଶାନ ଓ ସଞ୍ଜୁ ସାମସନ ଭଲ ଆରମ୍ଭ ଦେଇଥିଲେ । ସଞ୍ଜୁ ୨୨ ରନ୍‌ କରି ଆଉଟ୍‌ ହୋଇଥିଲେ । ଏହା ପରେ ତିଲକଙ୍କ ସହ ମିଶି ଇଶାନ ଟିମ୍‌ ଇଣ୍ଡିଆର ସ୍କୋରକୁ ଦ୍ରୁତ ଗତିରେ ଆଗକୁ ବଢ଼ାଇଥିଲେ । ସପ୍ତମ ଓଭରରେ ଭାରତର ସ୍କୋର ୧୦୦ରେ ପହଞ୍ଚିଥିଲା । ଇଶାନ କିଶାନ ୨୪ ବଲ୍‌ରେ ୬୧ ରନ୍‌ ଧୁଆଁଧାର ଇନିଂସ ଖେଳି ପ୍ୟାଭିଲିୟନ ଫେରିଥିଲେ । ଏହା ପରେ ହାର୍ଦ୍ଦିକ ପାଣ୍ଡ୍ୟା ଦ୍ରୁତଗତିରେ ୫୨ ରନ୍‌ କରି ଟିମ୍‌ ଇଣ୍ଡିଆର ସ୍କୋର ୨୦୯ ରନ୍‌ରେ ପହଞ୍ଚାଇଥିଲେ । ଭାରତ ପକ୍ଷରୁ ଇଶାନ କିଶାନ ୬୧ ରନ୍‌ କରିଥିବା ବେଳେ ହାର୍ଦ୍ଦିକ ୫୨, ତିଲକ ବର୍ମା ୨୫ ରନ୍‌ କରିଥିଲେ ।

୨୧୦ ରନ୍‌ର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିବା ନାମିବ୍ୟା ଭଲ ଆରମ୍ଭ କରିଥିଲା । ପାଓ୍ବାର ପ୍ଲେ'ରେ ୧ ଓ୍ବିକେଟ୍‌ ବିନିମୟରେ ୫୭ ରନ୍‌ କରିଥିଲା । କିନ୍ତୁ ବରୁଣ ଚକ୍ରବର୍ତ୍ତୀ ବୋଲିଂ କରିବା ପରେ ନାମିବ୍ୟା ବ୍ୟାଟ୍ସମ୍ୟାନ୍‌ କ୍ରିଜ୍‌ରେ ଅଧିକ ସମୟ ତିଷ୍ଠି ପାରିନଥିଲେ । ଲଗାତର ବ୍ୟବଧାନରେ ଗୋଟିଏ ପରେ ଗୋଟିଏ ଓ୍ବିକେଟ୍‌ ପଡ଼ିଥିଲା । ନାମିବ୍ୟା ୧୧୬ ରନ୍‌ରେ ଅଲଆଉଟ୍‌ ହୋଇଥିଲା । ଯାହାଫଳରେ ଭାରତ ଏହି ମ୍ୟାଚ୍‌କୁ ୯୩ ରନ୍‌ରେ ବିଜୟ ଲାଭ କରିଥିଲା । ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ସର୍ବାଧିକ ୩ଟି ଓ୍ବିକେଟ୍‌ ନେଇଥିବା ବେଳେ ଅକ୍ଷର ପଟେଲ ଓ ହାର୍ଦ୍ଦିକ ପାଣ୍ଡ୍ୟା ଦୁଇଟି ଓ୍ବିକେଟ୍‌ ଅକ୍ତିଆର କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India Thrash Namibia by 93 Runs in T20 World Cup; Pakistan Clash Next | Argus News