India vs Netherlands / ଅହମ୍ମଦାବାଦରେ ଟିମ୍ ଇଣ୍ଡିଆର ପାୱାର ଶୋ’, ନେଦରଲାଣ୍ଡ୍ସକୁ ୧୭ ରନ୍ରେ ହରାଇଲା ଭାରତ
·1 month ago·2 min read

Key Points
ଦୁବେଙ୍କ ଧମାକା
ନେଦରଲାଣ୍ଡ୍ସକୁ ୧୭ ରନ୍ରେ ହରାଇଲା ଭାରତ
ଲିଗ୍ରେ ଅଜେୟ ଭାରତ, ସୁପର-୮ ପାଇଁ ପ୍ରସ୍ତୁତ
ନେଦରଲାଣ୍ଡ୍ସକୁ ୧୭ ରନ୍ରେ ହରାଇଲା ଭାରତ
ଲିଗ୍ରେ ଅଜେୟ ଭାରତ, ସୁପର-୮ ପାଇଁ ପ୍ରସ୍ତୁତ
୨୦୨୬ ଟି-୨୦ ବିଶ୍ବକପ୍ର ଶେଷ ଲିଗ୍ ମ୍ୟାଚ୍ରେ ଭାରତର ବଡ଼ ବିଜୟ । ନେଦରଲାଣ୍ଡ୍ସକୁ ୧୭ ରନ୍ରେ ହରାଇଲା ଟିମ୍ ଇଣ୍ଡିଆ । ୧୯୪ ରନ୍ର ଟାର୍ଗେଟ୍କୁ ପିଛା କରି ନେଦରଲାଣ୍ଡ୍ସ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ୍ ହରାଇ ୧୭୬ ରନ୍ରେ କରିଥିଲା । ଯାହାଫଳରେ ଭାରତ ଏହି ମ୍ୟାଚ୍କୁ ୧୭ ରନ୍ରେ ନିଜ ନାମରେ କରିଛି । ଏହି ବିଜୟ ସହ ଲିଗ୍ ପର୍ଯ୍ୟାୟରେ ସମସ୍ତ ମ୍ୟାଚ୍ ଜିତି ଗ୍ରୁପ୍ ପର୍ଯ୍ୟାୟରେ ଶୀର୍ଷରେ ରହିଛି ଭାରତ । ତେବେ ଫେବ୍ରୁଆରୀ ୧୫ରେ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍ରେ ବିଜୟଲାଭ କରି ଭାରତ ସୁପର-୮ରେ ନିଜ ସ୍ଥାନ ପକ୍କା କରିସାରିଛି ।
ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ନେଦରଲାଣ୍ଡସ ମଧ୍ୟରେ ଶେଷ ଲିଗ୍ ମ୍ୟାଚ୍ ଖେଳାଯାଇଥିଲା । ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ । ଆରମ୍ଭରୁ ଅଭିଷେକ ଶର୍ମା ଜିରୋ ଓ ଇଶାନ କିଶାନ ୧୮ ରନ୍ କରି ଆଉଟ୍ ହୋଇଥିଲେ । ଏହା ପରେ ତିଲକ ବର୍ମା ଓ ସୂର୍ଯ୍ୟକୁମାର ଯାଦବ ପାଳି ସମ୍ଭାଳିଥିଲେ । ଉଭୟେ ତୃତୀୟ ଓ୍ବିକେଟ୍ ପାଇଁ ୪୦ ରନ୍ର ପାର୍ଟନରସିପ୍ କରିଥିଲେ । ତିଲକ ୩୧ ରନ୍ କରି ଆଉଟ୍ ହେବା ପରେ ସୂର୍ଯ୍ୟକୁମାର ଯାଦବ ମଧ୍ୟ ୩୪ ରନ୍ କରି ଆଉଟ୍ ହୋଇଥିଲେ ।
ଆଉ ଏହା ପରେ ପାଳି ସମ୍ଭାଳିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଶିବମ୍ ଦୁବେ । ଉଭୟେ ପଞ୍ଚମ ଓ୍ବିକେଟ୍ ପାଇଁ ୭୬ ରନ୍ର ପାର୍ଟନରସିପ୍ କରିଥିଲେ । ଶିବମ୍ଙ୍କ ୬୬ ରନ୍ ଓ ପାଣ୍ଡ୍ୟାଙ୍କ ୩୦ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୧୯୩ କରିବାରେ ସଫଳ ହୋଇଥିଲା ।
୧୯୪ ରନ୍ର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିବା ନେଦରଲାଣ୍ଡସ ଆରମ୍ଭରୁ ରକ୍ଷଣାତ୍ମକ ଢଙ୍ଗରେ ବ୍ୟାଟିଂ କରିଥିଲେ । କିନ୍ତୁ ଭାରତୀୟ ବୋଲରଙ୍କ ଆକ୍ରମଣାତ୍ମକ ବୋଲିଂ ସାମ୍ନାରେ ଅଧିକ ସମୟ ନେଦରଲାଣ୍ଡ୍ସ ବ୍ୟାଟ୍ସମ୍ୟାନ୍ ତିଷ୍ଠି ପାରିନଥିଲେ । ଯାହାଫଳରେ ନେଦରଲାଣ୍ଡସ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ୍ ହରାଇ ୧୭ ରନ୍ କରିଥିଲା । ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ସର୍ବାଧିକ ୩ଟି ଓ ଶିବମ୍ ଦୁବେ ୨ ଓ୍ବିକେଟ୍ ଅକ୍ତିଆର କରିଛନ୍ତି । ତେବେ ଭାରତ ତା'ର ପରବର୍ତ୍ତୀ ମ୍ୟାଚ୍ ସୁପର-୮ ପର୍ଯ୍ୟାୟରେ ଖେଳିବ ।

India hold firm to extend their unbeaten run at the #T20WorldCup despite a strong Netherlands fight 👊
— ICC (@ICC) February 18, 2026
📝: https://t.co/tLZL1cWXwl pic.twitter.com/YOn1U5p7lI
ଆଉ ଏହା ପରେ ପାଳି ସମ୍ଭାଳିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଶିବମ୍ ଦୁବେ । ଉଭୟେ ପଞ୍ଚମ ଓ୍ବିକେଟ୍ ପାଇଁ ୭୬ ରନ୍ର ପାର୍ଟନରସିପ୍ କରିଥିଲେ । ଶିବମ୍ଙ୍କ ୬୬ ରନ୍ ଓ ପାଣ୍ଡ୍ୟାଙ୍କ ୩୦ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୧୯୩ କରିବାରେ ସଫଳ ହୋଇଥିଲା ।
୧୯୪ ରନ୍ର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିବା ନେଦରଲାଣ୍ଡସ ଆରମ୍ଭରୁ ରକ୍ଷଣାତ୍ମକ ଢଙ୍ଗରେ ବ୍ୟାଟିଂ କରିଥିଲେ । କିନ୍ତୁ ଭାରତୀୟ ବୋଲରଙ୍କ ଆକ୍ରମଣାତ୍ମକ ବୋଲିଂ ସାମ୍ନାରେ ଅଧିକ ସମୟ ନେଦରଲାଣ୍ଡ୍ସ ବ୍ୟାଟ୍ସମ୍ୟାନ୍ ତିଷ୍ଠି ପାରିନଥିଲେ । ଯାହାଫଳରେ ନେଦରଲାଣ୍ଡସ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ୍ ହରାଇ ୧୭ ରନ୍ କରିଥିଲା । ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ସର୍ବାଧିକ ୩ଟି ଓ ଶିବମ୍ ଦୁବେ ୨ ଓ୍ବିକେଟ୍ ଅକ୍ତିଆର କରିଛନ୍ତି । ତେବେ ଭାରତ ତା'ର ପରବର୍ତ୍ତୀ ମ୍ୟାଚ୍ ସୁପର-୮ ପର୍ଯ୍ୟାୟରେ ଖେଳିବ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories