Videos
|
Sports

India Playing XI / ପ୍ରଥମ ODIରେ ଭାରତର ବଡ଼ ସରପ୍ରାଇଜ୍ ! ଦଳରେ ନାହାନ୍ତି ସିରାଜ୍, ଦେଖନ୍ତୁ ଦୁଇ ଦଳର ପ୍ଲେଇଂ XI

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ପ୍ରଥମ ODIରେ ଭାରତର ବଡ଼ ସରପ୍ରାଇଜ୍ ! ଦଳରେ ନାହାନ୍ତି ସିରାଜ୍, ଦେଖନ୍ତୁ ଦୁଇ ଦଳର ପ୍ଲେଇଂ XI
Team India

Key Points

ମହମ୍ମଦ ସିରାଜ୍ ଦଳରୁ ବାଦ୍ !
ପ୍ରଥମ ODIରେ ଟିମ୍ ଇଣ୍ଡିଆର ବଡ଼ ରିସ୍କ
ଦେଖନ୍ତୁ ପୂରା ପ୍ଲେଇଂ XI
ଟି-୨୦ ସିରିଜ୍‌ ଜିତିବା ପରେ ଏବେ ଟିମ୍ ଇଣ୍ଡିଆର ମିଶନ ODI । ନ୍ୟୁଜିଲାଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଆଜି ଅକଲାଣ୍ଡର ଇଡେନ ପାର୍କରେ ଖେଳାଯାଉଛି । ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଭାରତ । ଆଜିର ମ୍ୟାଚ୍‌ ସକାଳ ୭.୩୦ରେ ଆରମ୍ଭ ହେବାକୁ ଥିବା ବେଳେ ବର୍ଷା କାରଣରୁ ଏହା ୭.୪୦ରେ ଆରମ୍ଭ ହେବ ।

ଏହି ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ୪ ଜଣ ଦ୍ରୁତ ବୋଲର ଏବଂ ୨ ଜଣ ସ୍ପିନରଙ୍କ ସହ ମଇଦାନକୁ ଓହ୍ଲାଇଛି । ଅର୍ଥାତ୍ ଭାରତୀୟ ଦଳ ପାଖରେ ମୋଟ ୬ଟି ବୋଲିଂ ବିକଳ୍ପ ରହିଛି । ଏହି ମ୍ୟାଚ୍‌ରେ ନମନ ଧୀରଙ୍କ ପାଇଁ ମଧ୍ୟ ଏକ ବିଶେଷ ମୁହୂର୍ତ୍ତ। ସେ ନିଜ କ୍ରିକେଟ୍ କ୍ୟାରିୟରରେ ପ୍ରଥମ ଥର ପାଇଁ ନ୍ୟୁଜିଲାଣ୍ଡ ମାଟିରେ ODI ମ୍ୟାଚ୍ ଖେଳିବାକୁ ଯାଉଛନ୍ତି ।



ତେବେ ଏହି ମ୍ୟାଚ୍‌ର ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ହେଉଛି ଷ୍ଟାର୍ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିନାହିଁ । ସିରାଜଙ୍କ ଭଳି ଅଭିଜ୍ଞ ବୋଲରଙ୍କୁ ବାଦ୍ ଦେବା ଟିମ୍ ଇଣ୍ଡିଆର ଏକ ବଡ଼ ନିଷ୍ପତ୍ତି ବୋଲି କୁହାଯାଉଛି । ଏବେ ସମସ୍ତଙ୍କ ନଜର ଭାରତୀୟ ବୋଲରଙ୍କ ପ୍ରଦର୍ଶନ ଉପରେ ରହିଛି। ନ୍ୟୁଜିଲାଣ୍ଡ ବ୍ୟାଟରଙ୍କୁ ଭାରତ କେତେ ଶୀଘ୍ର ଅଟକାଇ ପାରୁଛି, ତାହା ଦେଖିବା ରୋଚକ ହେବ ।

ଏହି ସିରିଜରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିବ । ଶୁବମନ ଗିଲ୍ ପ୍ରଥମ ୩ଟି ଦିନିକିଆ ମ୍ୟାଚ୍ ପାଇଁ ଦଳର ନେତୃତ୍ୱ ନେଉଛନ୍ତି । ଗିଲ୍‌ଙ୍କ ଅଧିନାୟକତ୍ୱ ଏବଂ ରଣନୀତି ଉପରେ ଏବେ ସମସ୍ତଙ୍କ ନଜର ରହିଛି । ଇଡେନ ପାର୍କର ବାଉଣ୍ଡ୍ରି ଛୋଟ, ତେଣୁ ଏଠାରେ ଏକ ବଡ଼ ସ୍କୋର ଦେଖିବାକୁ ମିଳିପାରେ ।

ଟିମ୍‌ ଇଣ୍ଡିଆର ଚୁଡ଼ାନ୍ତ ଏକାଦଶ: ଶୁବମନ ଗିଲ୍‌, ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର, ଅକ୍ଷର ପଟେଲ, କେଏଲ ରାହୁଲ, ନମନ ଧୀର, ଅଂଶୁଲ କମ୍ବୋଜ, ଆକ୍ୟୁବ ନବୀ, ଗୁରନୁର ବ୍ରାର ଓ ଅର୍ଶଦୀପ ସିଂ
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: