Videos
|
Sports

India NZ T20 Series / ଆଜି ଭାରତ-ନ୍ୟୁଜିଲାଣ୍ଡ ମହାମୁକାବିଲା ! ଦିନ ୧୨:୩୦ରେ ମ୍ୟାଚ୍, ମାଗଣାରେ ଦେଖନ୍ତୁ ଲାଇଭ୍

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ଆଜି ଭାରତ-ନ୍ୟୁଜିଲାଣ୍ଡ ମହାମୁକାବିଲା ! ଦିନ ୧୨:୩୦ରେ ମ୍ୟାଚ୍, ମାଗଣାରେ ଦେଖନ୍ତୁ ଲାଇଭ୍
India vs New Zealand

Key Points

ଆଜିଠାରୁ ଭାରତ-ନ୍ୟୁଜିଲାଣ୍ଡ T20 ସିରିଜ୍
ଜାଣନ୍ତୁ ମ୍ୟାଚ୍ ଟାଇମ୍, ଟିମ୍ ଓ ରେକର୍ଡ
ମାଗଣାରେ ଏମିତି ଦେଖନ୍ତୁ LIVE
ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଭାରତ ଓ ନ୍ୟୁଜିଲାଣ୍ଡ ଟି-୨୦ ସିରିଜ୍ । ୫ ମ୍ୟାଚ୍ ବିଶିଷ୍ଟ T20 ସିରିଜର ପ୍ରଥମ ମ୍ୟାଚ୍‌ ଆଜି ଦିନ ସାଢ଼େ ୧୨ରେ ଖେଳାଯିବ । ନ୍ୟୁଜିଲାଣ୍ଡର ଖ୍ରିଷ୍ଟଚର୍ଚ୍ଚ ଗ୍ରାଉଣ୍ଡରେ ଏହି ମ୍ୟାଚ୍‌ ଖେଳାଯିବ । ନ୍ୟୁଜିଲାଣ୍ଡ ମାଟିରେ ବିଜୟର ଧାରା ବଜାୟ ରଖିବାକୁ ମଇଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଭାରତୀୟ ଦଳର ବ୍ୟାଟିଂ ଲାଇନ୍‌ଅପ୍ ଶକ୍ତିଶାଳୀ ଥିବାବେଳେ ଭୁବନେଶ୍ୱର କୁମାରଙ୍କ ପ୍ରତ୍ୟାବର୍ତ୍ତନ ଦଳର ବୋଲିଂ ବିଭାଗକୁ ଆହୁରି ମଜଭୁତ କରିବ ବୋଲି ଆଶା କରାଯାଉଛି ।
ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ମାଟିରେ ଭଲ ପ୍ରଦର୍ଶନ କରିବା ଲକ୍ଷ୍ୟ ରଖିଛି । ଦୀର୍ଘ ବ୍ୟବଧାନ ପରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ଗସ୍ତ କରୁଥିବାରୁ ଏହି ସିରିଜ୍‌କୁ ନେଇ ପ୍ରଶଂସକଙ୍କ ଆଗ୍ରହ ଅଧିକ ରହିଛି ।

ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ମ୍ୟାଚ୍ କେବେ ଓ କେଉଁଠି ଦେଖିବେ?

ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍ ଭାରତୀୟ ସମୟ ଅନୁସାରେ ଦିନ ୧୨ଟା ୩୦ ମିନିଟ୍‌ରେ ଆରମ୍ଭ ହେବ । ମ୍ୟାଚ୍ ଆରମ୍ଭ ହେବାର ଅଧ ଘଣ୍ଟା ପୂର୍ବରୁ ଅର୍ଥାତ ଦିନ ୧୨ଟାରେ ଉଭୟ ଦଳର ଅଧିନାୟକ ଟସ୍ ପାଇଁ ପଡ଼ିଆକୁ ଆସିବେ ।


ଟିଭିରେ ଏହି ମ୍ୟାଚ୍‌କୁ ସୋନି ସ୍ପୋର୍ଟସ୍ ନେଟୱର୍କରେ ଦେଖିପାରିବେ । ସେହିପର ମୋବାଇଲ୍ କିମ୍ବା ଅନ୍ୟ ଡିଜିଟାଲ୍ ଡିଭାଇସ୍‌ରେ ଲାଇଭ୍ ଷ୍ଟ୍ରିମିଂ ପାଇଁ ସୋନିଲିଭ୍ ଆପ୍ ଓ ୱେବସାଇଟ୍ ବ୍ୟବହାର କରିପାରିବେ । ଏହା ସହିତ ଦର୍ଶକମାନେ ଡିଡି ସ୍ପୋର୍ଟସ୍‌ରେ ମଧ୍ୟ ମ୍ୟାଚ୍‌ର ସିଧା ପ୍ରସାରଣ ମାଗଣାରେ ଦେଖିପାରିବେ ।

ନ୍ୟୁଜିଲାଣ୍ଡ ମାଟିରେ ଭାରତର ରେକର୍ଡ କେମିତି ?

ନ୍ୟୁଜିଲାଣ୍ଡରେ ଭାରତୀୟ ଦଳର ଟି-୨୦ ରେକର୍ଡ ଉଲ୍ଲେଖନୀୟ ରହିଛି । ଭାରତ ନ୍ୟୁଜିଲାଣ୍ଡ ମାଟିରେ ମୋଟ ୧୨ଟି ଟି-୨୦ ମ୍ୟାଚ୍ ଖେଳି ୭ଟିରେ ବିଜୟ ହାସଲ କରିଛି । ୪ଟି ମ୍ୟାଚ୍‌ରେ ପରାଜୟ ବରଣ କରିଥିବାବେଳେ ଗୋଟିଏ ମ୍ୟାଚ୍ ଟାଇ ରହିଥିଲା । ଅନ୍ୟପଟେ, ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ମୋଟ ୩୧ଟି ଟି-୨୦ ମ୍ୟାଚ୍‌ରୁ ଭାରତ ୧୯ଟିରେ ବିଜୟୀ ହୋଇଛି ।

ଭାରତୀୟ ଦଳ:

ଶ୍ରେୟସ ଆୟର (ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ, ବୈଭବ ସୂର୍ଯ୍ୟବଂଶୀ, ଈଶାନ କିଶନ, ତିଲକ ବର୍ମା, ଅକ୍ଷର ପଟେଲ, ଶିବମ ଦୁବେ, ନୀତିଶ କୁମାର ରେଡ୍ଡୀ, ନମନ ଧୀର, ପ୍ରିନ୍ସ ଯାଦବ, ମୟଙ୍କ ଯାଦବ, ଅର୍ଶଦୀପ ସିଂହ, ଭୁବନେଶ୍ୱର କୁମାର, ବରୁଣ ଚକ୍ରବର୍ତ୍ତୀ ଓ କୁଲଦୀପ ଯାଦବ

ନ୍ୟୁଜିଲାଣ୍ଡ ଦଳ:

ଫିନ୍ ଆଲେନ୍, ଟିମ୍ ସିଫର୍ଟ (ୱିକେଟ୍‌କିପର), ଡେଭନ୍ କନୱେ, ଗ୍ଲେନ୍ ଫିଲିପ୍ସ, ଡାରିଲ୍ ମିଚେଲ୍, ମାଇକେଲ୍ ବ୍ରେସୱେଲ୍, ମିଚେଲ୍ ସାଣ୍ଟନର୍ (ଅଧିନାୟକ), ନାଥନ୍ ସ୍ମିଥ୍, କାଇଲ୍ ଜାମିସନ୍, ମ୍ୟାଟ୍ ହେନରୀ, ଲକି ଫର୍ଗୁସନ୍, ଜୋଶ୍ କ୍ଲାର୍କସନ୍, ଜାକବ୍ ଡଫି, ବେଭନ୍ ଜାକବ୍ସ, ଆଡାମ୍ ମିଲ୍ନେ ଓ ବ୍ଲେୟାର୍ ଟିକନର୍‌
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: