Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

India vs New Zealand / ପ୍ରଥମ ଟି-୨୦: ଟସ୍‌ ଜିତିଲା ନ୍ୟୁଜିଲାଣ୍ଡ, ଟିମ୍‌ ଇଣ୍ଡିଆକୁ ଫେରିଲେ ଇଶାନ କିଶାନ

Santosh Kumar Sahoo
Browse all articles by Santosh Kumar Sahoo
·5 months ago·2 min read
ପ୍ରଥମ ଟି-୨୦: ଟସ୍‌ ଜିତିଲା ନ୍ୟୁଜିଲାଣ୍ଡ, ଟିମ୍‌ ଇଣ୍ଡିଆକୁ ଫେରିଲେ ଇଶାନ କିଶାନ
India vs New Zealand

Key Points

ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦
ଟସ୍‌ ଜିତିଲା ନ୍ୟୁଜିଲାଣ୍ଡ
ପ୍ରଥମେ ବ୍ୟାଟିଂ କରିବ ଭାରତ
ଟି-୨୦ ବିଶ୍ବକପ ପୂର୍ବରୁ ନ୍ୟୁଜିଲାଣ୍ଡ ସହ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ଖେଳିବ ଟିମ୍‌ ଇଣ୍ଡିଆ । ବୁଧବାର ଏହି ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ନାଗପୁରରେ ଖେଳାଯାଉଛି । କିୱି ଅଧିନାୟକ ମିଚେଲ ସାଣ୍ଟନର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଭାରତୀୟ ଦଳର ପ୍ଲେଇଂ ଇଲେଭେନରେ ଅନେକ ପରିବର୍ତ୍ତନ କରାଯାଇଛି।


ଦୀର୍ଘ ଦିନ ପରେ ଇଶାନ କିଶାନ ଦଳକୁ ଫେରିଛନ୍ତି । ସେହିପରି ରିଙ୍କୁ ସିଂହଙ୍କୁ ମଧ୍ୟ ସୁଯୋଗ ଦିଆଯାଇଛି । ତଥାପି କୁଲଦୀପ ଯାଦବ ଏବଂ ଶ୍ରେୟସ ଆୟରଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇ ନାହିଁ। ଜସପ୍ରିତ ବୁମରାହ ଏବଂ ଅର୍ଶଦୀପ ସିଂହ ଦ୍ରୁତ ବୋଲିଂ ଆକ୍ରମଣର ନେତୃତ୍ୱ ନେଉଥିବା ଦେଖିବାକୁ ମିଳିବେ । ସେହିପରି ସ୍ପିନ ବୋଲିଂରେ ବରୁଣ ଚକ୍ରବର୍ତ୍ତୀ ଓ ଅକ୍ଷର ପଟେଲ ନଜର ଆସିବେ ।

୨୦୨୩ ମସିହାରେ ଶେଷ ଥର ପାଇଁ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ଇଶାନ କିଷାନ ଦୀର୍ଘ ସମୟ ପରେ ଦଳକୁ ଫେରିଛନ୍ତି । ଏହି ସିରିଜରେ ଦମଦାର ପ୍ରଦର୍ଶନ ସହିତ ଇଶାନ ଟି-୨୦ ବିଶ୍ୱକପ୍ ପ୍ଲେଇଂ ଇଲେଭେନରେ ନିଜ ସ୍ଥାନକୁ ସୁଦୃଢ଼ ​​କରିବାକୁ ଚେଷ୍ଟା କରିବେ । ତାଙ୍କୁ ତୃତୀୟ ନମ୍ବରରେ ଖେଳୁଥିବାର ନଜର ଆସିବେ । ରିଙ୍କୁ ସିଂହଙ୍କୁ ମଧ୍ୟ ଚୁଡ଼ାନ୍ତ ଏକାଦଶରେ ସାମିଲ କରାଯାଇଛି । ତଥାପି ରିଙ୍କୁ କେଉଁ ସ୍ଥାନରେ ବ୍ୟାଟିଂ କରିବେ ତାହା ଦେଖିବା ଆକର୍ଷଣୀୟ ହେବ । ଶିବମ୍ ଦୁବେ ଏବଂ ଅକ୍ଷର ପଟେଲ ଉଭୟଙ୍କୁ ପ୍ଲେଇଂ ଇଲେଭେନରେ ସାମିଲ କରାଯାଇଛି ।

ତଥାପି ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟି-୨୦ ଅନ୍ତର୍ଜାତୀୟ ପାଇଁ ଶ୍ରେୟସ ଆୟରଙ୍କୁ ପ୍ଲେଇଂ ଇଲେଭେନରୁ ବାଦ ଦିଆଯାଇଛି । ତିଲକ ବର୍ମାଙ୍କ ବଦଳ ସ୍ୱରୂପ ଆୟରଙ୍କୁ ଦଳରେ ସାମିଲ କରାଯାଇଥିଲା । କିନ୍ତୁ ଚୁଡ଼ାନ୍ତ ଏକାଦଶରେ ଆୟରଙ୍କୁ ସୁଯୋଗ ମିଳିନି । ସେହିପରି କୁଲଦୀପ ଯାଦବଙ୍କୁ ମଧ୍ୟ ଚୂଡ଼ାନ୍ତ ଏକାଦଶରୁ ବାଦ ଦିଆଯାଇଛି । ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସ୍ପିନ୍ ଯୋଡ଼ି ବରୁଣ ଚକ୍ରବର୍ତ୍ତୀ ଏବଂ ଅକ୍ଷର ପଟେଲଙ୍କ ଉପରେ ନିର୍ଭର କରିଛନ୍ତି।

ଭାରତର ଚୁଡ଼ାନ୍ତ ଏକାଦଶ: ସଞ୍ଜୁ ସାମସନ୍‌, ଅଭିଷେକ ଶର୍ମା, ଇଶାନ କିଶାନ, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂ, ଶିବମ ଦୁବେ, ଅକ୍ଷର ପଟେଲ, ଯଶପ୍ରୀତ ବୁମ୍ରା, ଅର୍ଶଦୀପ ସିଂହ ଓ ବରୁଣ ଚକ୍ରବର୍ତ୍ତୀ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
1st T20I: New Zealand Win Toss, Ishan Kishan Returns as India Bat First | Argus News