India Thrilling Win / ରୋମାଞ୍ଚକର ମ୍ୟାଚ୍ରେ ନ୍ୟୁଜିଲାଣ୍ଡକୁ ହରାଇଲା ଭାରତ, ତିଲକ ବର୍ମା ପାଲଟିଲେ ଗେମ୍ ଚେଞ୍ଜର୍
·1 hour ago·2 min read

Key Points
ହାରୁଥିବା ମ୍ୟାଚ୍କୁ ଜିତିଲା ଟିମ୍ ଇଣ୍ଡିଆ
ତିଲକଙ୍କ ବ୍ୟାଟିଂରେ ଚମତ୍କାର
ଶେଷ ମୁହୂର୍ତ୍ତରେ ବାଜି ମାରିଲା ଭାରତ
ତିଲକଙ୍କ ବ୍ୟାଟିଂରେ ଚମତ୍କାର
ଶେଷ ମୁହୂର୍ତ୍ତରେ ବାଜି ମାରିଲା ଭାରତ
ଶନିବାର ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ବିତୀୟ ଟି-୨୦ ମ୍ୟାଚ୍ ଖେଳାଯାଇଥିଲା । ଏହି ରୋମାଞ୍ଚକର ମ୍ୟାଚରେ ଭାରତ ଗୋଟିଏ ବଲ ବାକି ଥାଇ ବିଜୟଲାଭ କରିଛି । ତିଲକ ବର୍ମା ଏବଂ ନୀତିଶ ରେଡ୍ଡୀ ସପ୍ତମ ୱିକେଟ ପାଇଁ ୩୦ ବଲରେ ଅପରାଜିତ ୬୯ ରନର ପାର୍ଟନରସିପ୍ କରି ଟିମ୍ ଇଣ୍ଡିଆକୁ ବିଜୟ ଭେଟି ଦେଇଛନ୍ତି ।
ଶନିବାର କ୍ରାଏଷ୍ଟଚର୍ଚ୍ଚରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଭାରତ । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ ବିନିମୟରେ ୧୮୦ ରନ୍ କରିଥିଲା । ନ୍ୟୁଜିଲାଣ୍ଡ ପକ୍ଷରୁ ଗ୍ଲେନ୍ ଫିଲିପ୍ସ ସର୍ବାଧିକ ୭୦ ରନ୍ କରିଥିବା ବେଳେ ବେଭନ ଜାକବ୍ସ ୫୮ ରନ କରିଥିଲେ । ଭାରତ ପକ୍ଷରୁ ଅର୍ଶଦୀପ ସିଂ ଦୁଇଟି ଓ୍ବିକେଟ୍ ଅକ୍ତିଆର କରିଥିଲେ ।
୧୮୧ ରନ୍ର ଟାର୍ଗେଟ୍ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତ ଆରମ୍ଭରୁ ଭଲ ପ୍ରଦର୍ଶନ କରିନଥିଲା । ମାତ୍ର ୭୦ ରନ୍ରେ ୫ଟି ଓ୍ବିକେଟ୍ ହରାଇଥିଲା ଭାରତ । ପରେ ନମନ ଧୀର ଓ ତିଲକ ବର୍ମାଙ୍କ ଷଷ୍ଠ ଓ୍ବିକେଟ ପାଇଁ ୨୪ ବଲ୍ରେ ୪୨ ରନ୍ର ପାର୍ଟନରସିପ୍ କରିଥିଲେ । ନମନ ଧୀର ଆଉଟ ହେବା ପରେ ତିଲକଙ୍କ ସାଥ୍ ଦେବାକୁ ପଡ଼ିଆକୁ ଆସିଥିଲେ ନୀତୀଶ ରେଡ୍ଡୀ । ଆଉ ଉଭୟ ୩୦ ବଲରେ ୬୯ ରନ୍ କରି ଭାରତକୁ ଏକ ରୋମାଞ୍ଚକର ବିଜୟ ଭେଟି ଦେଇଥିଲେ । ଭାରତ ପକ୍ଷରୁ ତିଲକ ବର୍ମା ସର୍ବାଧିକ ୫୧ ରନ୍ କରିଥିବା ବେଳେ ନମନ ଧୀର ୩୧ ରନ୍ କରିଥିଲେ ।
ଏହି ବିଜୟ ସହ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ରେ ଭାରତ ୨-୦ରେ ଆଗୁଆ ରହିଛି । ଏହି ସିରିଜ ତୃତୀୟ ମ୍ୟାଚ୍ ଅକ୍ଟୋବର ୨୭ରେ ଓ୍ବିଲିଂଟନ୍ରେ ଖେଳାଯିବ ।

46 off 18? No problem for these two 🔥 Scorecard ▶️ https://t.co/FZtUFIFWS2 #TeamIndia | #NZvIND https://t.co/eBaIQuhwil
— BCCI (@BCCI) October 24, 2026
୧୮୧ ରନ୍ର ଟାର୍ଗେଟ୍ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତ ଆରମ୍ଭରୁ ଭଲ ପ୍ରଦର୍ଶନ କରିନଥିଲା । ମାତ୍ର ୭୦ ରନ୍ରେ ୫ଟି ଓ୍ବିକେଟ୍ ହରାଇଥିଲା ଭାରତ । ପରେ ନମନ ଧୀର ଓ ତିଲକ ବର୍ମାଙ୍କ ଷଷ୍ଠ ଓ୍ବିକେଟ ପାଇଁ ୨୪ ବଲ୍ରେ ୪୨ ରନ୍ର ପାର୍ଟନରସିପ୍ କରିଥିଲେ । ନମନ ଧୀର ଆଉଟ ହେବା ପରେ ତିଲକଙ୍କ ସାଥ୍ ଦେବାକୁ ପଡ଼ିଆକୁ ଆସିଥିଲେ ନୀତୀଶ ରେଡ୍ଡୀ । ଆଉ ଉଭୟ ୩୦ ବଲରେ ୬୯ ରନ୍ କରି ଭାରତକୁ ଏକ ରୋମାଞ୍ଚକର ବିଜୟ ଭେଟି ଦେଇଥିଲେ । ଭାରତ ପକ୍ଷରୁ ତିଲକ ବର୍ମା ସର୍ବାଧିକ ୫୧ ରନ୍ କରିଥିବା ବେଳେ ନମନ ଧୀର ୩୧ ରନ୍ କରିଥିଲେ ।
ଏହି ବିଜୟ ସହ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ରେ ଭାରତ ୨-୦ରେ ଆଗୁଆ ରହିଛି । ଏହି ସିରିଜ ତୃତୀୟ ମ୍ୟାଚ୍ ଅକ୍ଟୋବର ୨୭ରେ ଓ୍ବିଲିଂଟନ୍ରେ ଖେଳାଯିବ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories