Team India Big Win / ଟିମ୍ ଇଣ୍ଡିଆର ବଡ଼ ବିଜୟ, ନ୍ୟୁଜିଲାଣ୍ଡ ହାତରୁ ମ୍ୟାଚ୍ ଛଡ଼ାଇ ଆଣିଲେ ସୂର୍ଯ୍ୟ-ଇଶାନ
·5 months ago·2 min read

Key Points
ଭାରତ-ନ୍ୟୁଜିଲାଣ୍ଡ ଦ୍ବିତୀୟ ଟି-୨୦ ମ୍ୟାଚ୍
୭ ଓ୍ବିକେଟ୍ରେ ଜିତିଲା ଭାରତ
ସୂର୍ଯ୍ୟକୁମାର, ଇଶାନଙ୍କ ବିସ୍ଫୋରକ ବ୍ୟାଟିଂ
୭ ଓ୍ବିକେଟ୍ରେ ଜିତିଲା ଭାରତ
ସୂର୍ଯ୍ୟକୁମାର, ଇଶାନଙ୍କ ବିସ୍ଫୋରକ ବ୍ୟାଟିଂ
ରାୟପୁରରେ ସୂର୍ଯ୍ୟ-କିଶାନ ଝଡ଼ । ନ୍ୟୁଜିଲାଣ୍ଡ ହାତରୁ ମ୍ୟାଚ୍ ଛଡ଼ାଇ ଆଣିଲେ ଟିମ୍ ଇଣ୍ଡିଆର ଦୁଇ ବ୍ୟାଟ୍ସମ୍ୟାନ୍ । ଇଶାନ କିଶାନ ଓ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ବ୍ୟାଟିଂରେ ଧରାଶୟୀ କିଓ୍ବି ବୋଲର । ଦ୍ବିତୀୟ ଟି-୨୦ରେ ୭ ଓ୍ବିକେଟରେ ଜିତିଲା ଭାରତ । ରାୟପୁରରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି ଦ୍ବିତୀୟ ମ୍ୟାଚ୍ । ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଭାରତ । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୨୦୮ ରନ୍ କରିଥିଲା । ନ୍ୟୁଜିଲାଣ୍ଡ ପକ୍ଷରୁ ମିଚେଲ ସାଣ୍ଟେନର୍ ସର୍ବାଧିକ ୪୭ ରନ୍ କରିଥିଲେ ।
୨୦୯ ରନ୍ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା ଭାରତ । ତେବେ ଆରମ୍ଭରୁ ଦୁଇ ଓପନରଙ୍କୁ ଆଉଟ୍ କରି ଭାରତକୁ ବ୍ୟାକ୍ଫୁଟ୍ ନେବାକୁ ଚେଷ୍ଟା କରିଥିଲେ ନ୍ୟୁଜିଲାଣ୍ଡ ବୋଲର । କିନ୍ତୁ ଇଶାନ କିଶାନଙ୍କ କାଉଣ୍ଟର ଆଟାକ୍ ନ୍ୟୁଜିଲାଣ୍ଡ ଆଶାକୁ ନିରାଶ କରିଥିଲେ । ପ୍ରଥମେ ଇଶାନ କିଶାନଙ୍କ ବିସ୍ଫୋରକ ବ୍ୟାଟିଂ ତା'ପରେ ସୂର୍ଯ୍ୟକୁମାର ଯାଦବଙ୍କ ଧୁଆଁଧାର ବ୍ୟାଟିଂ ବଳରେ ଭାରତ ଏହି ମ୍ୟାଚ୍କୁ ନ୍ୟୁଜିଲାଣ୍ଡ ହାତରୁ ଛଡ଼ାଇ ଆଣିଥିଲା । ଭାରତ ପକ୍ଷରୁ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସର୍ବାଧିକ ୮୨ ରନ୍ କରିଥିବା ବେଳେ ଇଶାନ କିଶାନ ୩୨ ବଲ୍ରେ ୭୬ ରନ୍ କରିଛନ୍ତି ।
ସୂଚନା ଅନୁସାରେ, ଗତ ବୁଧବାର ଇନ୍ଦୋରରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍ ଖେଳାଯାଇଥିଲା । ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । ପ୍ରଥମେ ବ୍ୟାଟିଂ କରି ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ୨୩୮ ରନ୍ର ବିଶାଳ ସ୍କୋର କରିଥିଲା । ଭାରତ ପକ୍ଷରୁ ଅଭିଷେକ ଶର୍ମା ସର୍ବାଧିକ ୮୪ ରନ୍ କରିଥିବା ବେଳେ ରିଙ୍କୁ ସିଂ ୪୪ ରନ୍ କରିଥିଲେ ।
୨୩୯ ରନ୍ର ବିଶାଳ ସ୍କୋରକୁ ପିଛା କରି ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ୍ ହରାଇ ମାତ୍ର ୧୯୦ ରନ୍ କରିଥିଲା । ନ୍ୟୁଜିଲାଣ୍ଡ ପକ୍ଷରୁ ଗ୍ଲେନ୍ ଫିଲିପ୍ସ ସର୍ବାଧିକ ୭୮ ରନ୍ କରିଥିଲେ । ଭାରତ ପକ୍ଷରୁ ଶିବମ ଦୁବେ ଓ ବରୁଣ ଚକ୍ରବର୍ତ୍ତୀ ଦୁଇଟି ଲେଖାଏଁ ଓ୍ବିକେଟ୍ ନେଇଥିଲେ । ପ୍ରଥମ ଟି-୨୦ରେ ବିଜୟ ସହ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ରେ ୧-୦ରେ ଆଗୁଆ ରହିଛି ।

As breathtaking as it can get 💥#TeamIndia sail over the finish line with 7⃣ wickets to spare in Raipur ⛵️
— BCCI (@BCCI) January 23, 2026
With that, they lead the series 2⃣-0⃣ 👏
Updates ▶️ https://t.co/8G8p1tq1RC#INDvNZ | @IDFCFIRSTBank pic.twitter.com/UXOo96Qbup
ସୂଚନା ଅନୁସାରେ, ଗତ ବୁଧବାର ଇନ୍ଦୋରରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍ ଖେଳାଯାଇଥିଲା । ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । ପ୍ରଥମେ ବ୍ୟାଟିଂ କରି ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ୨୩୮ ରନ୍ର ବିଶାଳ ସ୍କୋର କରିଥିଲା । ଭାରତ ପକ୍ଷରୁ ଅଭିଷେକ ଶର୍ମା ସର୍ବାଧିକ ୮୪ ରନ୍ କରିଥିବା ବେଳେ ରିଙ୍କୁ ସିଂ ୪୪ ରନ୍ କରିଥିଲେ ।
୨୩୯ ରନ୍ର ବିଶାଳ ସ୍କୋରକୁ ପିଛା କରି ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ୍ ହରାଇ ମାତ୍ର ୧୯୦ ରନ୍ କରିଥିଲା । ନ୍ୟୁଜିଲାଣ୍ଡ ପକ୍ଷରୁ ଗ୍ଲେନ୍ ଫିଲିପ୍ସ ସର୍ବାଧିକ ୭୮ ରନ୍ କରିଥିଲେ । ଭାରତ ପକ୍ଷରୁ ଶିବମ ଦୁବେ ଓ ବରୁଣ ଚକ୍ରବର୍ତ୍ତୀ ଦୁଇଟି ଲେଖାଏଁ ଓ୍ବିକେଟ୍ ନେଇଥିଲେ । ପ୍ରଥମ ଟି-୨୦ରେ ବିଜୟ ସହ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ରେ ୧-୦ରେ ଆଗୁଆ ରହିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories