India vs NZ / ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଟି-୨୦, ସିରିଜ ହାତେଇବାକୁ ଓହ୍ଲାଇବ ଟିମ୍ ଇଣ୍ଡିଆ
·5 months ago·2 min read

Key Points
ଭାରତ–ନ୍ୟୁଜିଲାଣ୍ଡ ତୃତୀୟ ଟି-୨୦
ଗୌହାଟୀରେ ସିରିଜ୍ ଜିତିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
କର ବା ମର ମ୍ୟାଚ୍ରେ ନ୍ୟୁଜିଲାଣ୍ଡ

ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ର ତୃତୀୟ ମ୍ୟାଚ୍ ରବିବାର ଖେଳାଯିବ । ଗୌହାଟୀର ବରସାପାରା କ୍ରିକେଟ୍ ଷ୍ଟାଡିୟମରେ ଦୁଇ ଦଳ ମୁହାଁମୁହିଁ ହେବେ । ରବିବାର ଖେଳାଯିବାକୁ ଥିବା ମ୍ୟାଚ୍ରେ ବିଜୟ ଲାଭ କରି ସିରିଜ୍ ହାତେଇବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ । ସେପଟେ ଏହି ତୃତୀୟ ମ୍ୟାଚ୍ରେ ବିଜୟ ଲାଭ କରି ସିରିଜ୍କୁ ଫେରିବାକୁ ଚେଷ୍ଟା କରିବ ନ୍ୟୁଜିଲାଣ୍ଡ ।
ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ର ପ୍ରଥମ ମ୍ୟାଚ୍ ନାଗପୁରରେ ଖେଳାଯାଇଥିଲା । ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ୨୩୮ ରନ୍ କରିଥିଲା । ଆଉ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ୍ ହରାଇ ମାତ୍ର ୧୯୦ ରନ୍ କରିପାରିଥିଲା । ସେହିପରି ଦ୍ବିତୀୟ ଟି-୨୦ ମ୍ୟାଚ୍ ରାୟପୁରରେ ଖେଳାଯାଇଥିଲା । ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ୨୦୮ ରନ୍ କରିଥିଲା । ୨୦୯ ରନ୍ର ବିଜୟ ଲକ୍ଷ୍ୟକୁ ଭାରତ ମାତ୍ର ୧୫ ଓଭରରେ ହାସଲ କରି ନେଇଥିଲା । ସୂର୍ଯ୍ୟକୁମାର ଯାଦବ ଓ ଇଶାନ କିଶାନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ଏହି ମ୍ୟାଚ୍କୁ ବିଜୟଲାଭ କରିଥିଲା । ଏହି ବିଜୟ ସହ ଭାରତ ସିରିଜ୍ରେ ୨-୦ରେ ଆଗୁଆ ରହିଛି ।
ସେପଟେ ନ୍ୟୁଜିଲାଣ୍ଡ ପାଇଁ ତୃତୀୟ ମ୍ୟାଚ୍ କର ବା ମର ସ୍ଥିତି ଉପଜିଛି । ତୃତୀୟ ଟି-୨୦ ଜିତି ଭ୍ରମଣକାରୀ ଦଳ ସିରିଜକୁ ଫେରିବାକୁ ପ୍ରୟାସ କରିବ। ଗୌହାଟୀରେ ମଧ୍ୟ ଭାରତ ଦମଦାର ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି। ସବୁଠୁ ଭଲ ଖବର ହେଲା କି ଏବେ ଅକ୍ଷର ପଟେଲ ଫିଟ୍ ଅଛନ୍ତି । ସେ ତୃତୀୟ ଟି-୨୦ ଖେଳିପାରନ୍ତି । ତାଙ୍କ ବ୍ୟତୀତ ଜସପ୍ରୀତ ବୁମରାହ ମଧ୍ୟ ଖେଳିବା ନେଇ ସମ୍ଭାବନା ରହିଛି ।

Fearless intent 💪
— BCCI (@BCCI) January 24, 2026
Clarity of mind 😇
Flawless execution 👌
Reflecting on a commanding partnership ft. Captain Surya Kumar Yadav & Ishan Kishan 🤝 - By @RajalArora #TeamIndia | #INDvNZ | @IDFCFIRSTBank | @surya_14kumar | @ishankishan51 https://t.co/UkajUNlFHG
ସେପଟେ ନ୍ୟୁଜିଲାଣ୍ଡ ପାଇଁ ତୃତୀୟ ମ୍ୟାଚ୍ କର ବା ମର ସ୍ଥିତି ଉପଜିଛି । ତୃତୀୟ ଟି-୨୦ ଜିତି ଭ୍ରମଣକାରୀ ଦଳ ସିରିଜକୁ ଫେରିବାକୁ ପ୍ରୟାସ କରିବ। ଗୌହାଟୀରେ ମଧ୍ୟ ଭାରତ ଦମଦାର ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି। ସବୁଠୁ ଭଲ ଖବର ହେଲା କି ଏବେ ଅକ୍ଷର ପଟେଲ ଫିଟ୍ ଅଛନ୍ତି । ସେ ତୃତୀୟ ଟି-୨୦ ଖେଳିପାରନ୍ତି । ତାଙ୍କ ବ୍ୟତୀତ ଜସପ୍ରୀତ ବୁମରାହ ମଧ୍ୟ ଖେଳିବା ନେଇ ସମ୍ଭାବନା ରହିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories