India New Zealand Tickets / ଭାରତ-ନ୍ୟୁଜିଲାଣ୍ଡ ଚତୁର୍ଥ ଟି-୨୦ ହାଉସଫୁଲ୍, ବିକ୍ରି ହୋଇଗଲା ସବୁ ଟିକେଟ୍; ମ୍ୟାଚ୍ ଦେଖିବେ ୪୦ ହଜାର ଦର୍ଶକ
·1 hour ago·2 min read

Key Points
ଚତୁର୍ଥ ଟି-୨୦ ପାଇଁ କ୍ରେଜ୍
ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍ର ସବୁ ଟିକେଟ୍ ଶେଷ
ମ୍ୟାଚ୍ ଦେଖିବାକୁ ଆସିବେ ୪୦ ହଜାର ଦର୍ଶକ
ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍ର ସବୁ ଟିକେଟ୍ ଶେଷ
ମ୍ୟାଚ୍ ଦେଖିବାକୁ ଆସିବେ ୪୦ ହଜାର ଦର୍ଶକ
ଭାରତ-ନ୍ୟୁଜିଲାଣ୍ଡ ଜାରି ରହିଛି ଟି-୨୦ ସିରିଜ୍ । ୫ ମ୍ୟାଚ୍ ବିଶିଷ୍ଟ ଏହି ସିରିଜର ପ୍ରଥମ ୩ଟି ମ୍ୟାଚ୍ରେ ବିଜୟ ଲାଭ କରିସାରିଛି ଭାରତ । ଅର୍ଥାତ ସିରିଜ୍କୁ ଆଗୁଆ କବଜା କରିନେଇଛି ଟିମ୍ ଇଣ୍ଡିଆ । ଆଉ ସିରିଜ୍ର ଚତୁର୍ଥ ମ୍ୟାଚ୍କୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି । ଆସନ୍ତା ଶୁକ୍ରବାର ଅକଲାଣ୍ଡର ଇଡେନ୍ ପାର୍କରେ ଏହି ମ୍ୟାଚ୍ ଖେଳାଯିବ। ମ୍ୟାଚ୍ର ସମସ୍ତ ଟିକେଟ୍ ବିକ୍ରି ହୋଇସାରିଥିବା ନ୍ୟୁଜିଲାଣ୍ଡ କ୍ରିକେଟ୍ ବୋର୍ଡ ପକ୍ଷରୁ ସୂଚନା ମିଳିଛି । ଏହି ମ୍ୟାଚ୍ ଦେଖିବା ପାଇଁ ପ୍ରାୟ ୪୦ ହଜାର ଦର୍ଶକ ଷ୍ଟାଡିୟମ୍ରେ ଉପସ୍ଥିତ ରହିବେ ।
ସିରିଜ୍ରେ ଭାରତର ଦବ୍ଦବା, ଚତୁର୍ଥ ମ୍ୟାଚ୍କୁ ନେଇ ଉତ୍ସାହ
ପ୍ରଥମ ତିନୋଟି ମ୍ୟାଚ୍ରେ ବିଜୟ ହାସଲ କରି ଭାରତୀୟ ଦଳ ସିରିଜ୍ରେ ଅପରାଜେୟ ରହିଛି । ଗତ ମଙ୍ଗଳବାର ୱେଲିଂଟନ୍ରେ ଖେଳାଯାଇଥିବା ତୃତୀୟ ଟି-୨୦ରେ ଭାରତୀୟ ବ୍ୟାଟ୍ସମ୍ୟାନ୍ଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଦେଖିବାକୁ ମିଳିଥିଲା । ରନ୍ ଚେଜ୍ କରି ଭାରତ ମାତ୍ର ୧୩.୨ ଓଭରରେ ୧୯୯ ରନ୍ କରି ବିଜୟ ହାସଲ କରିଥିଲା ।
ଏହି ମ୍ୟାଚ୍ରେ ଅଭିଷେକ ଶର୍ମା ଓ ବୈଭବ ସୂର୍ଯ୍ୟବଂଶୀଙ୍କ ଚମତ୍କାର ବ୍ୟାଟିଂ ଦର୍ଶକଙ୍କୁ ଆକର୍ଷିତ କରିଥିଲା । ଏହା ପରେ ଚତୁର୍ଥ ମ୍ୟାଚ୍କୁ ନେଇ ପ୍ରଶଂସକଙ୍କ ଉତ୍ସାହ ଆହୁରି ବଢ଼ିଛି ।
୪୦ ହଜାର ଦର୍ଶକଙ୍କ ଉପସ୍ଥିତି, ଭାଙ୍ଗିପାରେ ରେକର୍ଡ
ନ୍ୟୁଜିଲାଣ୍ଡ କ୍ରିକେଟ୍ ବୋର୍ଡ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ଚତୁର୍ଥ ଟି-୨୦ର ସମସ୍ତ ଟିକେଟ୍ ବିକ୍ରି ହୋଇଥିବା ଘୋଷଣା କରିଛି । ବିଜ୍ଞପ୍ତି ଅନୁସାରେ, ଶୁକ୍ରବାର ରାତିରେ ଇଡେନ୍ ପାର୍କରେ ପ୍ରାୟ ୪୦ ହଜାର ଦର୍ଶକ ମ୍ୟାଚ୍ ଦେଖିବାକୁ ପହଞ୍ଚିବେ ।
ନ୍ୟୁଜିଲାଣ୍ଡର ଦ୍ୱିପାକ୍ଷିକ ସିରିଜ୍ର ମ୍ୟାଚ୍ଗୁଡ଼ିକ ମଧ୍ୟରେ ଦର୍ଶକ ଉପସ୍ଥିତିର ପୂର୍ବ ରେକର୍ଡ ୩୬,୫୨୩ ଥିଲା । ତେବେ ଶୁକ୍ରବାର ହେବାକୁ ଥିବା ମ୍ୟାଚ୍ରେ ଏହି ରେକର୍ଡ ଭାଙ୍ଗିବାର ସମ୍ଭାବନା ରହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଇଡେନ୍ ପାର୍କରେ ଏହା ପୂର୍ବରୁ ଦୁଇଥର ଜମିଥିଲା ବଡ଼ ଭିଡ଼
ନ୍ୟୁଜିଲାଣ୍ଡ କ୍ରିକେଟ୍ ବୋର୍ଡର ସୂଚନା ଅନୁସାରେ, ଏହା ପୂର୍ବରୁ ଇଡେନ୍ ପାର୍କରେ କେବଳ ଦୁଇଥର ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ପାଇଁ ଏହାଠାରୁ ଅଧିକ ଦର୍ଶକ ଏକାଠି ହୋଇଥିଲେ ।
ପ୍ରଥମ ଘଟଣା ୧୯୮୨ ମସିହାର। ସେହି ସମୟରେ ପ୍ରାୟ ୪୨ ହଜାର ଦର୍ଶକ ଷ୍ଟାଡିୟମ୍ରେ ଉପସ୍ଥିତ ରହି ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ମ୍ୟାଚ୍ ଦେଖିଥିଲେ । ଦ୍ୱିତୀୟ ଘଟଣା ୨୦୧୫ ପୁରୁଷ ଟି-୨୦ ବିଶ୍ୱକପ୍ ସମୟର। ଏହି ମ୍ୟାଚ୍ରେ ଗ୍ରାଣ୍ଟ ଏଲିଅଟ୍ଙ୍କ ପ୍ରସିଦ୍ଧ ଛକା ସହାୟତାରେ ନ୍ୟୁଜିଲାଣ୍ଡ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ବିଶ୍ୱକପ୍ ଫାଇନାଲ୍ରେ ସ୍ଥାନ ପକ୍କା କରିଥିଲା । ସେହି ଐତିହାସିକ ମ୍ୟାଚ୍କୁ ପ୍ରାୟ ୪୧ ହଜାର ଦର୍ଶକ ଉପଭୋଗ କରିଥିଲେ ।
ପଞ୍ଚମ ମ୍ୟାଚ୍ ପାଇଁ ମଧ୍ୟ ରହିଛି ଉତ୍ସାହ
ଚତୁର୍ଥ ଟି-୨୦ ପରେ ଆସନ୍ତା ରବିବାର ସେଡନ୍ ପାର୍କରେ ସିରିଜ୍ର ପଞ୍ଚମ ତଥା ଶେଷ ମ୍ୟାଚ୍ ଖେଳାଯିବ । ଭାରତ ପ୍ରଥମ ତିନୋଟି ମ୍ୟାଚ୍ ଜିତି ସିରିଜ୍ରେ ଆଗୁଆ ଥିବାରୁ ଚତୁର୍ଥ ମ୍ୟାଚ୍ରେ ମଧ୍ୟ ଦଳର ପ୍ରଦର୍ଶନ ଉପରେ କ୍ରିକେଟ୍ ପ୍ରେମୀଙ୍କ ନଜର ରହିବ ।

Related Topics
Explore more stories