Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - 50ତମ ଶତକକୁ ବର୍ଣ୍ଣନା କରିବା କଷ୍ଟକର -କୋହଲି

Sports

50ତମ ଶତକକୁ ବର୍ଣ୍ଣନା କରିବା କଷ୍ଟକର -କୋହଲି

Smruti Parija
Browse all articles by Smruti Parija
·2 years ago·2 min read
50ତମ ଶତକକୁ ବର୍ଣ୍ଣନା କରିବା କଷ୍ଟକର -କୋହଲି

ଅର୍ଗସ ବ୍ୟୁରୋ:  12 ବର୍ଷ ପରେ ବିଶ୍ୱକପ ଫାଇନାଲରେ ଭାରତ । କାଲିର ଦମଦାର୍ ମ୍ୟାଚ୍ ପରେ ସବୁଠି ଉତ୍ସାହ । ବାଣ ଫୁଟାଇ କେକ୍ କାଟି ଟିମ୍ ଇଣ୍ଡିଆକୁ ଚିୟର କରୁଛନ୍ତି କ୍ରିକେଟ୍ ପ୍ରେମୀ ।  ଗତକାଲି 50ତମ ଶତକ ସହ ସଚିନଙ୍କ ରେକର୍ଡ କାଟିଥିଲେ ବିରାଟ୍ । ସେହି ମୁହୂର୍ତ୍ତ ବେଶ ରୋମାଞ୍ଚକର ଥିଲା । ଫ୍ୟାନ୍ସମାନେ ନାଚି ଗାଇ କୋହଲିଙ୍କୁ ବଧାଇ ଦେଉଥିବାବେଳେ ପତ୍ନୀ ଅନୁଷ୍କା ବି ସ୍ୱାମୀଙ୍କ ଏହି ରେକର୍ଡକୁ ପାଖରୁ ଦେଖିଥିଲେ । ଖୁବ ଗର୍ବ ଅନୁଭବ କରିବା ସହ ସ୍ୱାମୀଙ୍କୁ ଗ୍ୟାଲେରିରୁ ଫ୍ଲାଇଂ କିସ୍ କରି ବଧାଇ ଜଣାଇଥିଲେ । ଆଉ ବିରାଟ୍ ମଧ୍ୟ ସମାନ ଢଙ୍ଗରେ ଅନୁଷ୍କାଙ୍କୁ ଫ୍ଲାଇଂ କିସ୍ କରିଥିଲେ । ଏହି ସୁନ୍ଦର ମୁହୂର୍ତ୍ତର ଫଟୋ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଉଭୟଙ୍କୁ ଭୁରି ଭୁରି ପ୍ରଶଂସା କରୁଛନ୍ତି ଦର୍ଶକ । 

ସେପଟେ ବିରାଟ ସଚିନଙ୍କ ରେକର୍ଡ ଭାଙ୍ଗିବା ପରେ ସଚିନ ମଧ୍ୟ ଅନୁଷ୍କାଙ୍କୁ ଗ୍ୟାଲେରିରେ ଶୁଭେଚ୍ଛା ଜଣାଇବା ସହ ଏକ ଭାବବିହ୍ୱଳ ପୋଷ୍ଟ କରିଥିଲେ । କେହି ଭାରତୀୟ ମୋ ରେକର୍ଡ ଭାଙ୍ଗିଥିବାରୁ ଖୁବ୍ ଖୁସି ବୋଲି କହିଥିଲେ ସଚିନ । ଦେଶ ପାଇଁ ଗୌରବ ଆଣିଥିବାରୁ ମୁଁ ବହୁତ ଗର୍ବିତ ବୋଲି କହିଛନ୍ତି ସଚିନ । 

ଅନ୍ୟପଟେ ବିରାଟ ଏହି କୀର୍ତ୍ତିମାନ ହାସଲ କରିବା ପରେ କହିଛନ୍ତି ମୋ ପାଇଁ ଏସବୁ ଗୋଟେ ସ୍ୱପ୍ନ । ଅନୁଷ୍କା ଓ ସଚିନଙ୍କ ସାମ୍ନାରେ 50 ତମ ଶତକକୁ ବର୍ଣ୍ଣନା କରିବା ମୋ ପାଇଁ କଷ୍ଟକର ବୋଲି କହିଛନ୍ତି । ମୋ ଜୀବନସାଥୀ ଯାହାକୁ ମୁଁ ବହୁତ ଭଲପାଏ ଓ ମୋ ହିରୋ ଉଭୟ ଉପସ୍ଥିତ ଥିଲେ । ୱାଙ୍ଖଡେରେ ଏତେମାତ୍ରାରେ ଦର୍ଶକଙ୍କ ସମ୍ମୁଖରେ ମୁଁ 50 ତମ ଶତକ ଅର୍ଜନ କରିପାରିଲି । ଏଭଳି ଐତିହାସିକ ସ୍ଥାନରେ ରେକର୍ଡ କରିବା ମୋ ପାଇଁ ବହୁତ ଗର୍ବର କଥା ବୋଲି କହିଛନ୍ତି କୋହଲି ।   

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସୂଚନାଯୋଗ୍ୟ, ଦିନିକିଆ କ୍ରିକେଟରେ ସର୍ବାଧିକ ଶତକର ରେକର୍ଡ ନିଜ ନାଁରେ କରିଛନ୍ତି ବିରାଟ କୋହଲି। ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଖେଳାଯାଇଥିବା ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚରେ ପୁଣି ଥରେ ଚମକିଛି ବିରାଟ କୋହଲିଙ୍କ ବ୍ୟାଟ୍ । 113ଟି ବଲରେ 2ଟି ଛକା ଏବଂ 9ଟି ଚୌକା ସହ 117 ରନ୍ ସ୍କୋର କରିଛନ୍ତି ବିରାଟ। ସବୁଠାରୁ ବଡ଼ କଥା କେବଳ 279ଟି ଇନିଂସରେ 50ଟି ଶତକ ହାସଲ କରିଛନ୍ତି କିଙ୍ଗ କୋହଲି। ତେବେ ସଚିନଙ୍କ ସାମ୍ନାରେ ହିଁ ସଚିନଙ୍କ ରେକର୍ଡ ଭାଙ୍ଗି ଦିନିକିଆ କ୍ରିକେଟରେ ଏକ ନୂଆ ଇତିହାସ ଲେଖିଛନ୍ତି କିଙ୍ଗ୍। 2003 ବିଶ୍ବକପରେ ସଚିନ ସର୍ବାଧିକ 673 ରନ କରିଥିଲେ। ହେଲେ ଗତକାଲି 50ତମ ଶତକ ସହ ଏହି ରେକର୍ଡକୁ ମଧ୍ୟ ଭାଙ୍ଗିଛନ୍ତି ବିରାଟ କୋହଲି। 

ଫାଇନାଲରେ ଭାରତ, 2019ର ବଦଲା 2023ରେ ନେଲା ଟିମ ଇଣ୍ଡିଆ
 

Sponsored
india-vs-new-zealand-anushka-sharma-blows-flying-kiss-as-virat-kohli-scores-another-century | Argus News