Videos
|
Sports

India ODI Squad 2026 / ୨ ଅଧିନାୟକ, ୨ଟି ଟିମ୍… ନ୍ୟୁଜିଲାଣ୍ଡ ବିପକ୍ଷ ODI ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା

Ritu Das
Browse all articles by Ritu Das
·1 hour ago·2 min read
୨ ଅଧିନାୟକ, ୨ଟି ଟିମ୍… ନ୍ୟୁଜିଲାଣ୍ଡ ବିପକ୍ଷ ODI ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା
Cricket

Key Points

୨ ଅଧିନାୟକ, ୨ଟି ଦଳ: ପ୍ରଥମ ୩ଟି ODIରେ ଶୁଭମନ ଗିଲ୍ ଏବଂ ଶେଷ ୨ଟି ମ୍ୟାଚ୍‌ରେ ଶ୍ରେୟସ ଆୟର ନେବେ ଭାରତୀୟ ଦଳର ନେତୃତ୍ୱ
ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦିନିକିଆ (ODI) ସିରିଜ୍ ଆରମ୍ଭ ହେବାକୁ ଆଉ ମାତ୍ର ଦୁଇ ଦିନ ବାକି ଅଛି। T20I ସିରିଜ୍ ଜିତିସାରିବା ପରେ, ଭାରତୀୟ ଦଳ ଦିନିକିଆ ସିରିଜରେ ମଧ୍ୟ ସମାନ ପ୍ରଦର୍ଶନ ଦେବାକୁ ଲକ୍ଷ୍ୟ ରଖିବ। ଏହି ସିରିଜ୍ ମାଧ୍ୟମରେ ରୋହିତ ଶର୍ମା ଏବଂ ବିରାଟ କୋହଲି ପୁଣିଥରେ ମଇଦାନକୁ ଫେରିବେ। ଆଗାମୀ ଟେଷ୍ଟ ସିରିଜ୍ ପାଇଁ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି, ଭାରତୀୟ ଦଳ ଦୁଇଟି ପୃଥକ ଦଳ ଘୋଷଣା କରିଛି: ଗୋଟିଏ ପ୍ରଥମ ତିନୋଟି ମ୍ୟାଚ୍ ପାଇଁ ଏବଂ ଅନ୍ୟଟି ଶେଷ ଦୁଇଟି ମ୍ୟାଚ୍ ପାଇଁ।

ଏଥି ସହ ପଢନ୍ତୁ:  ପୁଣି ଆକ୍ସନକୁ ଆସିବେ ରୋହିତ-ବିରାଟ୍; ନଭେମ୍ବର ୪ରୁ ଦିନିକିଆ ମ୍ୟାଚ୍

ଦିନିକିଆ ସିରିଜ୍ ପାଇଁ ଟିମ୍ ଇଣ୍ଡିଆର ଦଳ କିପରି ରହିଛି?
ଶୁଭମନ ଗିଲ୍ ପ୍ରଥମ ତିନୋଟି ଦିନିକିଆ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆର ନେତୃତ୍ୱ ନେବେ ଏବଂ ଏହା ପରେ ସେ ଟେଷ୍ଟ ସିରିଜ୍ ପାଇଁ ପ୍ରସ୍ତୁତି କରିବାକୁ ଚାଲିଯିବେ। ତାଙ୍କ ଅନୁପସ୍ଥିତିରେ, ଶ୍ରେୟସ ଆୟର ଶେଷ ଦୁଇଟି ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଦଳର ଦାୟିତ୍ୱ ସମ୍ଭାଳିବେ। ଭାରତୀୟ ଦଳ ନିମ୍ନଲିଖିତ ଅଟେ

ପ୍ରଥମ ତିନୋଟି ଦିନିକିଆ ପାଇଁ ଟିମ୍ ଇଣ୍ଡିଆର ଦଳ: ଶୁଭମନ ଗିଲ (କ୍ୟାପଟେନ୍), ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ୍ ଆୟର୍ (ଉପ-କ୍ୟାପଟେନ୍), କେ.ଏଲ୍ ରାହୁଲ (ୱିକେଟ୍ କିପର), ନମନ୍ ଧୀର, ଅନସୁଲ କାମ୍ବୋଜ, ଇଶାନ କିଶନ (ୱିକେଟ୍ ରକ୍ଷକ), ମହମ୍ମଦ ସିରାଜ, ଅକ୍ଷରର ପଟେଲ, କୁଲଦୀପ ଯାଦବ , ଅର୍ଶଦୀପ ସିଂ, ନୀତୀଶ କୁମାର ରେଡ୍ଡୀ (କେବଳ ପ୍ରଥମ ଦିନିକିଆ ପାଇଁ), ଆକିବ ନବୀ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଚତୁର୍ଥ ତଥା ପଞ୍ଚମ ଦିନିକିଆ ପାଇଁ ଟିମ୍ ଇଣ୍ଡିଆର ଦଳ: ଶ୍ରେୟସ୍ ଆୟର୍ (କ୍ୟାପଟେନ୍), ରୋହିତ ଶର୍ମା, ବିରାଟ କୋହଲି, ତିଲକ ବର୍ମା, ଇଶାନ କିଶନ (ୱିକେଟ୍ କିପର ଏବଂ ଉପ-କ୍ୟାପଟେନ), ଗୁରୁନୁର ବ୍ରାର, ଋତୁରାଜ ଗାଇକୱାଡ, ଅର୍ଶଦୀପ ସିଂ, ଅକ୍ସର ପଟେଲ, ନମନ ଧୀର, ଆକିବ ନବୀ, ସିରାଜ, କୁଲଦୀପ ଯାଦବ।

ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦିନିକିଆ (ODI) ସିରିଜ୍‌ର କାର୍ଯ୍ୟସୂଚୀ
ପ୍ରଥମ ଦିନିକିଆ: ୪ ନଭେମ୍ବର ୨୦୨୬ – ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ (ଇଡେନ୍ ପାର୍କ, ଅକ୍ଲ୍ୟାଣ୍ଡ) [ସକାଳ ୭:୩୦]
ଦ୍ୱିତୀୟ ଦିନିକିଆ: ୭ ନଭେମ୍ବର ୨୦୨୬ – ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ (ସ୍କାଏ ଷ୍ଟାଡିୟମ୍, ୱେଲିଂଟନ୍) [ସକାଳ ୭:୩୦]
ତୃତୀୟ ଦିନିକିଆ: ୧୦ ନଭେମ୍ବର ୨୦୨୬ – ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ (ସେଡନ୍ ପାର୍କ, ହାମିଲଟନ୍) [ସକାଳ ୭:୩୦]
ଚତୁର୍ଥ ଦିନିକିଆ: ୧୩ ନଭେମ୍ବର ୨୦୨୬ – ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ (ବେ ଓଭାଲ୍, ମାଉଣ୍ଟ ମାଉଙ୍ଗାନୁଇ) [ସକାଳ ୭:୩୦]
ପଞ୍ଚମ ଦିନିକିଆ: ୧୫ ନଭେମ୍ବର ୨୦୨୬ – ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ (ବେ ଓଭାଲ୍, ମାଉଣ୍ଟ ମାଉଙ୍ଗାନୁଇ) [ସକାଳ ୭:୩୦]|