Videos
|
Sports

IND vs NZ ODI / ପୁଣି ଆକ୍ସନକୁ ଆସିବେ ରୋହିତ-ବିରାଟ୍; ନଭେମ୍ବର ୪ରୁ ଦିନିକିଆ ମ୍ୟାଚ୍

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ପୁଣି ଆକ୍ସନକୁ ଆସିବେ ରୋହିତ-ବିରାଟ୍; ନଭେମ୍ବର ୪ରୁ ଦିନିକିଆ ମ୍ୟାଚ୍
IND vs NZ ODI Match

Key Points

ଭାରତ ବନାମ ନ୍ୟୁଜିଲାଣ୍ଡର ସରିଲା ଟି୨୦ ସିରିଜ୍
ନଭେମ୍ବର ୪ ତାରିଖରୁ ଆରମ୍ଭ ହେବ ଦିନିକିଆ ମ୍ୟାଚ୍
ପୁଣି ମୈଦାନରେ ଗର୍ଜିବ ରୋହିତ-ବିରାଟଙ୍କ ବ୍ୟାଟ୍
 
ନୂଆଦିଲ୍ଲୀ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ଆଜି ଶେଷ ହୋଇଛି । ଏହି ସିରିଜ୍‌କୁ ୩-୨ରେ ଜିତିବା ପରେ ଏବେ ଟିମ୍ ଇଣ୍ଡିଆର ନଜର ଦିନିକିଆ ସିରିଜ୍‌ ଉପରେ ରହିଛି । ନଭେମ୍ବର ୪ ତାରିଖରୁ ଉଭୟ ଦଳ ମଧ୍ୟରେ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଆରମ୍ଭ ହେବ । ଏହି ସିରିଜ୍‌ରେ ପୁଣିଥରେ ଭାରତୀୟ ଜର୍ସିରେ ନଜର ଆସିବେ ଦୁଇ ଅଭିଜ୍ଞ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମା ।

ସିରିଜ୍‌ର ପ୍ରଥମ ତିନୋଟି ମ୍ୟାଚ୍‌ରେ ଶୁଭମନ ଗିଲ୍ ଭାରତୀୟ ଦଳର ନେତୃତ୍ୱ ନେବେ । ଅନ୍ୟପକ୍ଷରେ ଶେଷ ଦୁଇଟି ମ୍ୟାଚ୍‌ରେ ଶ୍ରେୟସ ଆୟର ଅଧିନାୟକ ଦାୟିତ୍ୱ ସମ୍ଭାଳିବେ । ଏହି ସିରିଜ୍‌କୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି ।

  • ନଭେମ୍ବର ୪ରୁ ଆରମ୍ଭ ହେବ ଦିନିକିଆ ସିରିଜ୍‌
ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ନଭେମ୍ବର ୪ ତାରିଖରେ ଅକଲାଣ୍ଡରେ ଖେଳାଯିବ । ଏହାପରେ ଦ୍ୱିତୀୟ ମ୍ୟାଚ୍‌ ନଭେମ୍ବର ୭ରେ ୱେଲିଂଟନ୍‌ରେ ଏବଂ ତୃତୀୟ ମ୍ୟାଚ୍‌ ନଭେମ୍ବର ୧୦ରେ ହାମିଲଟନ୍‌ରେ ଅନୁଷ୍ଠିତ ହେବ । ସେହିପରି ଚତୁର୍ଥ ଓ ପଞ୍ଚମ ଦିନିକିଆ ଯଥାକ୍ରମେ ନଭେମ୍ବର ୧୩ ଓ ୧୫ ତାରିଖରେ ମାଉଣ୍ଟ ମାଉଙ୍ଗାନୁଇର ବେ ଓଭାଲ୍‌ ଷ୍ଟାଡିୟମ୍‌ରେ ଖେଳାଯିବ।

  • ରୋହିତ-ବିରାଟଙ୍କ ଉପରେ ରହିବ ନଜର
ଏହି ସିରିଜ୍‌ର ସବୁଠାରୁ ବଡ଼ ଆକର୍ଷଣ ହେବେ ରୋହିତ ଶର୍ମା ଓ ବିରାଟ କୋହଲି । ଉଭୟ ଖେଳାଳି ଶେଷଥର ପାଇଁ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦିନିକିଆ ସିରିଜ୍‌ରେ ଖେଳୁଥିବା ନଜର ଆସିଥିଲେ । ସେଠାରେ ଉଭୟଙ୍କ ବ୍ୟାଟ୍‌ରୁ ଚମତ୍କାର ଇନିଂସ ଦେଖିବାକୁ ମିଳିଥିଲା । ଏବେ ନ୍ୟୁଜିଲାଣ୍ଡ ବିପକ୍ଷରେ ମଧ୍ୟ ଏହି ଦୁଇ ତାରକାଙ୍କଠାରୁ ବଡ଼ ଇନିଂସ ଆଶା ରଖିଛନ୍ତି ପ୍ରଶଂସକ । ୨୦୨୭ ମସିହାରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍‌ ଦୃଷ୍ଟିରୁ ମଧ୍ୟ ଏହି ସିରିଜ୍‌ ଉଭୟ ଖେଳାଳିଙ୍କ ପାଇଁ ଗୁରୁତ୍ୱ ବହନ କରୁଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ନମନ ଧୀରଙ୍କ ଗୋଟିଏ ଭୁଲ୍ ପାଇଁ ହାରିଲା ଟିମ୍ ଇଣ୍ଡିଆ; ଶେଷ ଟି୨୦ ଜିତିଲା ନ୍ୟୁଜିଲାଣ୍ଡ

  • ସକାଳ ୭ଟା ୩୦ରୁ ଆରମ୍ଭ ହେବ ମ୍ୟାଚ୍‌
ଟି-୨୦ ସିରିଜ୍‌ର ମ୍ୟାଚ୍‌ଗୁଡ଼ିକ ଭାରତୀୟ ସମୟ ଅନୁସାରେ ଦିନ ୧୨ଟା ୩୦ରୁ ଆରମ୍ଭ ହେଉଥିଲା । କିନ୍ତୁ ଦିନିକିଆ ସିରିଜ୍‌ ଦେଖିବା ପାଇଁ ଦର୍ଶକଙ୍କୁ ସକାଳୁ ଉଠିବାକୁ ପଡ଼ିବ । ସମସ୍ତ ପାଞ୍ଚଟି ମ୍ୟାଚ୍‌ ଭାରତୀୟ ସମୟ ଅନୁସାରେ ସକାଳ ୭ଟା ୩୦ରେ ଆରମ୍ଭ ହେବ । ଟସ୍‌ ମ୍ୟାଚ୍‌ ଆରମ୍ଭ ହେବାର ଅଧ ଘଣ୍ଟା ପୂର୍ବରୁ ଅର୍ଥାତ୍ ସକାଳ ୭ଟାରେ ହେବ ।

  • ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌ର ପୂରା କାର୍ଯ୍ୟସୂଚୀ
ମ୍ୟାଚ୍‌ ତାରିଖ                              ସମୟ (ଭାରତୀୟ ସମୟ) ଷ୍ଟାଡିୟମ୍‌
ପ୍ରଥମ ଦିନିକିଆ ୪ ନଭେମ୍ବର             ସକାଳ ୭:୩୦ ଇଡେନ୍ ପାର୍କ, ଅକଲାଣ୍ଡ
ଦ୍ୱିତୀୟ ଦିନିକିଆ ୭ ନଭେମ୍ବର            ସକାଳ ୭:୩୦ ହେନ୍ରି ଷ୍ଟାଡିୟମ୍‌, ୱେଲିଂଟନ୍‌
ତୃତୀୟ ଦିନିକିଆ ୧୦ ନଭେମ୍ବର          ସକାଳ ୭:୩୦ ସେଡନ୍ ପାର୍କ, ହାମିଲଟନ୍‌
ଚତୁର୍ଥ ଦିନିକିଆ ୧୩ ନଭେମ୍ବର           ସକାଳ ୭:୩୦ ବେ ଓଭାଲ୍‌, ମାଉଣ୍ଟ ମାଉଙ୍ଗାନୁଇ
ପଞ୍ଚମ ଦିନିକିଆ ୧୫ ନଭେମ୍ବର          ସକାଳ ୭:୩୦ ବେ ଓଭାଲ୍‌, ମାଉଣ୍ଟ ମାଉଙ୍ଗାନୁଇ