India vs NZ ODI series / ଆଜିଠୁ ଆରମ୍ଭ ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍, ରାଜୁତି କରିବେ ରୋ-କୋ
·6 months ago·2 min read

Key Points
ଆଜିଠୁ ଆରମ୍ଭ ଭାରତ–ନ୍ୟୁଜିଲାଣ୍ଡ ODI ସିରିଜ୍
ବରୋଦାରେ ପ୍ରଥମ ODI
ରୋହିତ–କୋହଲିଙ୍କ ଉପରେ ସମସ୍ତଙ୍କ ନଜର
ବରୋଦାରେ ପ୍ରଥମ ODI
ରୋହିତ–କୋହଲିଙ୍କ ଉପରେ ସମସ୍ତଙ୍କ ନଜର
ଆଜିଠୁ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେଉଛି । ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ର ପ୍ରଥମ ମ୍ୟାଚ୍ ଭଦୋଦରାର ବିସିଏ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ । ଟସ୍ ଅପରାହ୍ନ ୧:୦୦ ଟାରେ ହେବ । ଆଉ ମ୍ୟାଚ୍ ଅପରାହ୍ନ ୧:୩୦ଟାରେ ଆରମ୍ଭ ହେବ। ଏହା ପ୍ରଥମ ଥର ପାଇଁ ଭାରତୀୟ ଦଳ ଏହି ଗ୍ରାଉଣ୍ଡରେ ଖେଳିବ । ଏହି ଗ୍ରାଉଣ୍ଡ ପୂର୍ବରୁ ଭାରତ-ୱେଷ୍ଟଇଣ୍ଡିଜ୍ ମହିଳା ଦିନିକିଆ ସିରିଜ୍ ଆୟୋଜନ କରିଛି ।
ରୋ-କୋଙ୍କ ଉପରେ ସମସ୍ତଙ୍କ ନଜର
ସମସ୍ତଙ୍କ ନଜର ପୁଣି ଥରେ ଭାରତୀୟ ଦଳରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଉପରେ ରହିବ । ଉଭୟ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜରେ ଚମତ୍କାର ପ୍ରଦର୍ଶନ କରିଥିଲେ । କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ଦ୍ରୁତ ଗତିରେ ୧୦୦ ଶତକ ଆଡକୁ ଅଗ୍ରସର ହେଉଛନ୍ତି । ତେଣୁ ସେ ଏହି ସିରିଜରେ ମଧ୍ୟ ଅତି କମରେ ଦୁଇଟି ଶତକ କରିବାକୁ ଚାହିଁବେ । କିଙ୍ଗ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନୋଟି ମ୍ୟାଚ୍ରେ ଦୁଇଟି ଶତକ ହାସଲ କରିଛନ୍ତି ।
ମାଇକେଲ୍ ବ୍ରେସୱେଲ୍ ନ୍ୟୁଜିଲାଣ୍ଡ ଦଳର ଅଧିନାୟକ
ଅନେକ ପ୍ରମୁଖ ଖେଳାଳିଙ୍କ ଅନୁପସ୍ଥିତିରେ ମାଇକେଲ୍ ବ୍ରେସୱେଲ୍ ନ୍ୟୁଜିଲାଣ୍ଡ ଦଳର ନେତୃତ୍ୱ ନେବେ । ନିୟମିତ ଅଧିନାୟକ ମିଚେଲ ସାଣ୍ଟନର ଗ୍ରୋଇନ୍ ଆଘାତ ଯୋଗୁଁ ODI ସିରିଜରୁ ବାହାରେ ଅଛନ୍ତି । ସେହିପରି ଟମ୍ ଲାଥାମ ତାଙ୍କର ପ୍ରଥମ ସନ୍ତାନ ଜନ୍ମ ପାଇଁ ସ୍ୱଦେଶ ଫେରିଛନ୍ତି । ରାଚିନ୍ ରବିନ୍ଦ୍ର ଏବଂ ଦ୍ରୁତ ବୋଲର ଜାକବ୍ ଡଫିଙ୍କୁ ବିଶ୍ରାମ ଦିଆଯାଇଛି । ସେହିପରି ମ୍ୟାଟ୍ ହେନରୀ ଟି-୨୦ ବିଶ୍ୱକପକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଜାରି ରହିଛନ୍ତି । ଅଲରାଉଣ୍ଡର କାଇଲ୍ ଜାମିସନ୍ ଏବଂ ୨୩ ବର୍ଷୀୟ ଲେଗ୍-ସ୍ପିନର ଆଦିତ୍ୟ ଅଶୋକଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ । ସାଣ୍ଟନରଙ୍କ ବଦଳ ସ୍ୱରୂପ ଜାଡେନ୍ ଲେନକ୍ସଙ୍କୁ ଦଳରେ ସାମିଲ କରାଯାଇଛି ।
ଏକଦିବସୀୟ ସିରିଜ ପାଇଁ ଟିମ୍ ଇଣ୍ଡିଆ: ଶୁବମନ ଗିଲ୍ (ଅଧିନାୟକ), ଯଶସ୍ୱୀ ଜୟସ୍ବାଲ, ବିରାଟ କୋହଲି, ରୋହିତ ଶର୍ମା, କେ.ଏଲ୍ ରାହୁଲ (ୱିକେଟ୍ କିପର), ରବିନ୍ଦ୍ର ଜାଡେଜା, ନୀତୀଶ କୁମାର ରେଡ୍ଡୀ, ୱାଶିଂଟନ୍ ସୁନ୍ଦର, କୁଲଦୀପ ଯାଦବ, ଅର୍ଶଦୀପ ସିଂ, ପ୍ରସିଦ୍ଧ କ୍ରିଷ୍ଣା, ହର୍ଷିତ ରାଣା ଓ ମହମ୍ମଦ ସିରାଜ

𝗥𝗼𝗞𝗼 𝗥𝗲𝗹𝗼𝗮𝗱𝗲𝗱 🔁
— BCCI (@BCCI) January 10, 2026
Virat Kohli 🤝 Rohit Sharma ready for the #INDvNZ ODIs 💪#TeamIndia | @IDFCFIRSTBank | @imVkohli | @ImRo45 pic.twitter.com/8xWIo7CtBm
ମାଇକେଲ୍ ବ୍ରେସୱେଲ୍ ନ୍ୟୁଜିଲାଣ୍ଡ ଦଳର ଅଧିନାୟକ
ଅନେକ ପ୍ରମୁଖ ଖେଳାଳିଙ୍କ ଅନୁପସ୍ଥିତିରେ ମାଇକେଲ୍ ବ୍ରେସୱେଲ୍ ନ୍ୟୁଜିଲାଣ୍ଡ ଦଳର ନେତୃତ୍ୱ ନେବେ । ନିୟମିତ ଅଧିନାୟକ ମିଚେଲ ସାଣ୍ଟନର ଗ୍ରୋଇନ୍ ଆଘାତ ଯୋଗୁଁ ODI ସିରିଜରୁ ବାହାରେ ଅଛନ୍ତି । ସେହିପରି ଟମ୍ ଲାଥାମ ତାଙ୍କର ପ୍ରଥମ ସନ୍ତାନ ଜନ୍ମ ପାଇଁ ସ୍ୱଦେଶ ଫେରିଛନ୍ତି । ରାଚିନ୍ ରବିନ୍ଦ୍ର ଏବଂ ଦ୍ରୁତ ବୋଲର ଜାକବ୍ ଡଫିଙ୍କୁ ବିଶ୍ରାମ ଦିଆଯାଇଛି । ସେହିପରି ମ୍ୟାଟ୍ ହେନରୀ ଟି-୨୦ ବିଶ୍ୱକପକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଜାରି ରହିଛନ୍ତି । ଅଲରାଉଣ୍ଡର କାଇଲ୍ ଜାମିସନ୍ ଏବଂ ୨୩ ବର୍ଷୀୟ ଲେଗ୍-ସ୍ପିନର ଆଦିତ୍ୟ ଅଶୋକଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ । ସାଣ୍ଟନରଙ୍କ ବଦଳ ସ୍ୱରୂପ ଜାଡେନ୍ ଲେନକ୍ସଙ୍କୁ ଦଳରେ ସାମିଲ କରାଯାଇଛି ।
ଏକଦିବସୀୟ ସିରିଜ ପାଇଁ ଟିମ୍ ଇଣ୍ଡିଆ: ଶୁବମନ ଗିଲ୍ (ଅଧିନାୟକ), ଯଶସ୍ୱୀ ଜୟସ୍ବାଲ, ବିରାଟ କୋହଲି, ରୋହିତ ଶର୍ମା, କେ.ଏଲ୍ ରାହୁଲ (ୱିକେଟ୍ କିପର), ରବିନ୍ଦ୍ର ଜାଡେଜା, ନୀତୀଶ କୁମାର ରେଡ୍ଡୀ, ୱାଶିଂଟନ୍ ସୁନ୍ଦର, କୁଲଦୀପ ଯାଦବ, ଅର୍ଶଦୀପ ସିଂ, ପ୍ରସିଦ୍ଧ କ୍ରିଷ୍ଣା, ହର୍ଷିତ ରାଣା ଓ ମହମ୍ମଦ ସିରାଜ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories