Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Team India Squad Announcement / ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ, ଦଳକୁ ଫେରିଲେ ରିଙ୍କୁ

Santosh Kumar Sahoo
Browse all articles by Santosh Kumar Sahoo
·6 months ago·2 min read
ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ, ଦଳକୁ ଫେରିଲେ ରିଙ୍କୁ
India Squad For NZ

Key Points

ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ
ଦଳକୁ ଫେରିଲେ ଇଶାନ କିଶାନ ଓ ରିଙ୍କୁ
ଅକ୍ଷର ପଟେଲଙ୍କୁ ଉପ-ଅଧିନାୟକ ଦାୟିତ୍ବ
ଫେବୃଆରୀ ୭ରୁ ଆରମ୍ଭ ହେବାକୁ ଯାଉଛି ଆଇସିସି ପୁରୁଷ ଟି-୨୦ ବିଶ୍ବକପ୍‌ । ଏଥିପାଇଁ ଶନିବାର ମୁମ୍ବାଇରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଦଳ ଘୋଷଣା କରାଯାଇଛି । ସେହିପରି ଜାନୁଆରୀରେ ଆରମ୍ଭ ହେବାକୁ ଥିବା ଭାରତ ଏବଂ ନ୍ୟୁଜିଲାଣ୍ଡ ଟି-୨୦ ସିରିଜ୍‌ ପାଇଁ ମଧ୍ୟ ଭାରତୀୟ ଦଳ ଘୋଷଣା କରାଯାଇଛି ।

ଟି-୨୦ ବିଶ୍ବକପ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଏକ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଖେଳିବ । ଏହା ପରେ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ଖେଳିବ । ଜାନୁଆରୀ ୧୧ ତାରିଖରୁ ଏକଦିବସୀୟ ସିରିଜ୍ ଆରମ୍ଭ ହେବ । ସେହିପରି ଜାନୁଆରୀ ୨୧ ତାରିଖରୁ ଟି-୨୦ ସିରିଜ୍‌ ଆରମ୍ଭ ହେବ । ଏହି ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ଭାରତ ପାଇଁ ବେଶ୍‌ ଗୁରୁତ୍ବପୂର୍ଣ୍ଣ । କାରଣ ଏହା ଟି-୨୦ ବିଶ୍ୱକପା ପ୍ରସ୍ତୁତି ପାଇଁ ଟିମ୍ ଇଣ୍ଡିଆର ଶେଷ ସୁଯୋଗ ହେବ । ଏହି ସିରିଜ୍ ପରେ ଟିମ୍ ଇଣ୍ଡିଆ ସିଧାସଳଖ ବିଶ୍ୱକପ୍ ଖେଳିବ ।



ନ୍ୟୁଜିଲାଣ୍ଡ ସିରିଜ୍ ଏବଂ ଟି-୨୦ ବିଶ୍ୱକପ୍ ପାଇଁ ୧୫ ଜଣିଆ ଭାରତୀୟ ଦଳ : ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଅକ୍ଷର ପଟେଲ (ଉପ-ଅଧିନାୟକ), ଅଭିଷେକ ଶର୍ମା, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ୍ ଦୁବେ, ସଞ୍ଜୁ ସାମସନ (ୱିକେଟକିପର), କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ଜସପ୍ରିତ ବୁମରାହ, ଅର୍ଶଦୀପ ସିଂହ, ରିଙ୍କୁ ସିଂହ, ହର୍ଷିତ ରାଣା, ୱାଶିଂଟନ ସୁନ୍ଦର ଏବଂ ଇଶାନ କିଷାନ (ୱିକେଟକିପର)

ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

ପ୍ରଥମ ଦିନିକିଆ ଜାନୁଆରୀ ୧୧ରେ ବରୋଦାରେ ଖେଳାଯିବ । ଦ୍ୱିତୀୟ ଦିନିକିଆ ଜାନୁଆରୀ ୧୪ରେ ରାଜକୋଟରେ ଏବଂ ତୃତୀୟ ଏବଂ ଶେଷ ଦିନିକିଆ ଜାନୁଆରୀ ୧୮ରେ ଇନ୍ଦୋରରେ ଖେଳାଯିବ । ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଜାନୁଆରୀ ୨୧ରେ ନାଗପୁରରେ, ଦ୍ୱିତୀୟ ଟି-୨୦ ରାୟପୁରରେ, ତୃତୀୟ ଟି-୨୦ ଜାନୁଆରୀ ୨୫ରେ ଗୌହାଟୀରେ, ଚତୁର୍ଥ ଟି-୨୦ ଜାନୁଆରୀ ୨୮ରେ ବିଶାଖାପାଟନମରେ ଏବଂ ଶେଷ ଟି-୨୦ ଜାନୁଆରୀ ୩୧ରେ କେରଳରେ ଖେଳାଯିବ ।

ଭାରତ ଏବଂ ଶ୍ରୀଲଙ୍କା ମିଳିତ ଭାବରେ ଟି-୨୦ ବିଶ୍ୱକପ୍ ଆୟୋଜନ କରିବାକୁ ଯାଉଛି । ଏହି ଟୁର୍ଣ୍ଣାମେଣ୍ଟ ଫେବୃଆରୀ ୭ ତାରିଖରେ ଆରମ୍ଭ ହେବ । ଫାଇନାଲ ମ୍ୟାଚ୍‌ ମାର୍ଚ୍ଚ ୨୦ରେ ଖେଳାଯିବ । ଡିଫେଣ୍ଡିଂ ଚାମ୍ପିଅନ୍ ଭାରତକୁ ଯୁକ୍ତରାଷ୍ଟ୍ର ଆମେରିକା (USA), ନାମିବିଆ, ନେଦରଲ୍ୟାଣ୍ଡସ୍ ଏବଂ ପାକିସ୍ତାନ ସହିତ ଗ୍ରୁପ୍ A ରେ ସାମିଲ କରାଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Team India Announced for New Zealand T20 Series, Rinku Singh Returns | Argus News