World Cup Final / ଆଜି ବିଶ୍ବକପ୍ ଫାଇନାଲ, ଅହମ୍ମଦାବାଦରେ ଇତିହାସ ଲେଖିବେ ସୂର୍ଯ୍ୟ ବ୍ରିଗେଡ୍
·6 months ago·2 min read

Key Points
ଅହମ୍ମଦାବାଦରେ ମହାମୁକାବିଲା
ବିଶ୍ୱ ବିଜେତା ହେବାକୁ ପ୍ରସ୍ତୁତ ଟିମ୍ ଇଣ୍ଡିଆ
ଇତିହାସ ଲେଖିବେ ସୂର୍ଯ୍ୟ ବ୍ରିଗେଡ୍

ଆଜି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଫାଇନାଲ ମୁକାବିଲା । ଗୁଜରାଟ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ICC ଟି-୨୦ ବିଶ୍ବକପର ଚୂଡ଼ାନ୍ତ ଲଢ଼େଇ । ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ ଜୋରଦାର ଟକ୍କର । ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ, ଭାରତୀୟ ଟିମ୍ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ସମ୍ମୁଖରେ ଘରୋଇ ମାଟିରେ ଇତିହାସ ସୃଷ୍ଟି କରିବାର ଲକ୍ଷ୍ୟ ରଖିଛି । ସେହିପରି ପ୍ରଥମ ଥର ପାଇଁ ଟି-୨୦ ବିଶ୍ବକପ୍ ଟ୍ରଫି ଜିତିବା ଲକ୍ଷ୍ୟରେ ଆଜି ପଡ଼ିଆକୁ ଓହ୍ଲାଇବ ନ୍ୟୁଜିଲାଣ୍ଡ ।
ଅନ୍ୟପଟେ ଗତ ଅଢ଼େଇ ବର୍ଷ ମଧ୍ୟରେ ଆଇସିସି ଇଭେଣ୍ଟଗୁଡ଼ିକରେ ଅହମ୍ମଦାବାଦ ଗ୍ରାଉଣ୍ଡ ଟିମ୍ ଇଣ୍ଡିଆ ପାଇଁ ବିଶେଷ ଅନୁକୂଳ ହୋଇନାହିଁ । ୨୦୨୩ ବିଶ୍ୱକପ୍ ଠାରୁ ୨୦୨୬ ଟି-୨୦ ବିଶ୍ୱକପ୍ ପର୍ଯ୍ୟନ୍ତ । ୨୦୨୩ ଦିନିକିଆ ବିଶ୍ବକପ୍ ଫାଇନାଲ ଓ ଚଳିତ ଟି-୨୦ ବିଶ୍ବକପ୍ର ସୁପର-୮ ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକା ବିରୋଧରେ ମଧ୍ୟ ଏହି ଷ୍ଟାଡିୟମରେ ପରାଜୟ ବରଣ କରିଛି ଭାରତ ।
ତେବେ ଭାରତୀୟ ଦଳ ଆଇସିସିର ଗତ ଚାରୋଟି ଭିନ୍ନ ଭିନ୍ନ ଟୁର୍ଣ୍ଣାମେଣ୍ଟରେ ମୋଟ ୩୨ଟି ମ୍ୟାଚ୍ ଖେଳିଛି । ଆଉ ମାତ୍ର ଦୁଇଟି ମ୍ୟାଚ୍ରେ ହାରିଛି । ଏଥିମଧ୍ୟରୁ ଗୋଟିଏ ଥିଲା ୨୦୨୩ ଦିନିକିଆ ବିଶ୍ବକପ୍ ଫାଇନାଲ ଥିଲା ଏବଂ ଅନ୍ୟଟି ଚଳିତ ବିଶ୍ୱକପ୍ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସୁପର ୮ ମ୍ୟାଚ୍ ଥିଲା ।
ଭାରତ ଏବଂ ନ୍ୟୁଜିଲାଣ୍ଡ ଟି-୨୦ ବିଶ୍ୱକପ୍ ଇତିହାସରେ ତିନିଥର ମୁହାଁମୁହିଁ ହୋଇଛନ୍ତି ଏବଂ ନ୍ୟୁଜିଲାଣ୍ଡ ତିନିଥର ଜିତିଛି । ପ୍ରଥମେ ୨୦୦୭ ଟି-୨୦ ବିଶ୍ୱକପ୍ରେ ଭାରତକୁ ୧୦ ରନ୍ରେ ପରାସ୍ତ କରିଥିଲେ । ତା'ପରେ ୨୦୧୬ ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆ ୪୭ ରନ୍ରେ ହାରିଥିଲା । ୨୦୨୧ ବିଶ୍ୱକପ୍ରେ ନ୍ୟୁଜିଲାଣ୍ଡ ୮ ୱିକେଟ୍ରେ ଜିତିଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେପଟେ ମଇଦାନରେ ମୁକାବିଲା ପୂର୍ବରୁ ବାହାରେ କ୍ୟାପଟେନଙ୍କ ବାକ୍ ଯୁଦ୍ଧ । ନ୍ୟୁଜିଲାଣ୍ଡ କ୍ୟାପଟେନ ସେଣ୍ଟେନରଙ୍କ ଚେତାବନୀକୁ ଟିମ୍ ଇଣ୍ଡିଆ କ୍ୟାପଟେନ୍ ସୂର୍ଯ୍ୟକୁମାରଙ୍କ କଟାକ୍ଷ । ସୂର୍ଯ୍ୟକୁମାର କହିଛନ୍ତି ବଡ଼ ମ୍ୟାଚ୍ ପୂର୍ବରୁ ସମସ୍ତେ ଏହି କଥା କୁହନ୍ତି, ଖେଳାଳି ଏବେ କିଛି ନୂଆ କଥା କହିବା ଉଚିତ ।
ବଡ଼ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ପୂର୍ବରୁ ଏମିତି ବାକ୍ ଯୁଦ୍ଧ କିଛି ନୂଆ କଥା ନୁହେଁ । ଏହି ଟି-ଟ୍ବେଣ୍ଟି ବିଶ୍ବକପ୍ର ସେମିଫାଇନାଲ୍ ପୂର୍ବରୁ ମଧ୍ୟ ଏମିତି କିଛି କହିଥିଲେ ଇଂଲଣ୍ଡର ଅଲରାଉଣ୍ଡର ସାମ୍ କରନ୍ । ଭାରତ ବିପକ୍ଷରେ ସେମିଫାଇନାଲ୍ ଖେଳିଥିଲା ଇଂଲଣ୍ଡ । ସାମ୍ କରନ୍ କହିଥିଲେ ଭାରତୀୟ ଦର୍ଶକଙ୍କୁ ଚୁପ୍ କରାଇ ଦେବେ । କିନ୍ତୁ ଏହି ମ୍ୟାଚରେ ଇଂଲଣ୍ଡ ପରାଜିତ ହେବା ସହ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଥିଲା ।

Related Topics
Explore more stories