World Cup Final / ସଞ୍ଜୁ-ଇଶାନ ଓ ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ନ୍ୟୁଜିଲାଣ୍ଡ ଆଗରେ ୨୫୬ ରନ୍ର ଟାର୍ଗେଟ
·6 months ago·2 min read

Key Points
ଆରମ୍ଭରୁ ସଞ୍ଜୁ ସାମସନ, ଅଭିଷେକ ଶର୍ମା, ଇଶାନ କିଷନ ବିସ୍ଫୋରକ ବ୍ୟାଟିଂ କରିଛନ୍ତି । ୨୦ ଓଭରରେ ଭାରତ ୫ ୱିକେଟ ହରାଇ ୨୫୫ ରନ୍ କରିଛି । ନ୍ୟୁଜିଲାଣ୍ଡକୁ ଦେଇଛି ୨୫୬ ରନ୍ର ବିଜୟ ଲକ୍ଷ୍ୟ ।
ଅହମଦାବାଦ: ଟି-ଟ୍ଵେଣ୍ଟି ବିଶ୍ଵକପ୍ ଫାଇନାଲ୍ ମ୍ୟାଚ୍ରେ ଭାରତ-ନ୍ୟୁଜିଲାଣ୍ଡ ମୁହାଁମୁହିଁ ହୋଇଛନ୍ତି । ଟସ୍ ଜିତି ନ୍ୟୁଜିଲାଣ୍ଡ, ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅହମଦାବାଦରେ ବଡ଼ ସ୍କୋର୍ କରିଛି । ଆରମ୍ଭରୁ ସଞ୍ଜୁ ସାମସନ, ଅଭିଷେକ ଶର୍ମା, ଇଶାନ କିଷନ ବିସ୍ଫୋରକ ବ୍ୟାଟିଂ କରିଛନ୍ତି ।
୨୦ ଓଭରରେ ଭାରତ ୫ ୱିକେଟ ହରାଇ ୨୫୫ ରନ୍ କରିଛି । ନ୍ୟୁଜିଲାଣ୍ଡକୁ ଦେଇଛି ୨୫୬ ରନ୍ର ବିଜୟ ଲକ୍ଷ୍ୟ । ଭାରତ ୭ ଓଭର ସୁଦ୍ଧା କୌଣସି ୱିକେଟ୍ ନ ହରାଇ ୯୦ ରନ୍ ଅତିକ୍ରମ କରିଥିଲା । ଦଳୀୟ ସ୍କୋର୍ ୯୮ ହୋଇଥିବା ବେଳେ ୭.୧ ଓଭରରେ ଆଉଟ୍ ହୋଇଥିଲେ ଓପନର ଅଭିଷେକ ଶର୍ମା ।
ଏଥିସହ ପଢ଼ନ୍ତୁ: ସୃଷ୍ଟି ହେଲା ନୂଆ ବିଶ୍ୱ ରେକର୍ଡ: ଭାରତୀୟ ଓପନର ରଚିଲେ ଇତିହାସ, ଭାଙ୍ଗିଲା ପାକିସ୍ତାନର ରେକର୍ଡ
ଗୋଟିଏ ଓଭର୍ରେ ୩ ୱିକେଟ୍

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହାପରେ ୧୫ତମ ଓଭର୍ ପର୍ଯ୍ୟନ୍ତ ଜାରି ରହିଥିଲା ଭାରତର ଆଟାକିଂ ବ୍ଯାଟିଂ । ଏହାପରେ ଜେମ୍ସ ନସୀମ ବୋଲିଂ କରିଥିବା ବେଳେ ଗୋଟିଏ ଓଭରରେ ଖସିଥିଲା ଭାରତର ୩ଟି ୱିକେଟ୍ । ୧୫.୧ ଓଭରରେ ଦଳୀୟ ସ୍କୋର୍ ୨୦୩ ହୋଇଥିବା ବେଳେ ସଞ୍ଜୁ ସାମସନ ଆଉଟ୍ ହୋଇଥିଲେ । ଏହାପରେ ଇଶାନ କିଷନ ଓ ସୂର୍ଯ୍ୟକୁମାରଙ୍କ ୱିକେଟ୍ ଖସିଥିଲା । ୧୮.୨ ଓଭର୍ରେ ଦଳୀୟ ସ୍କୋର୍ ୨୨୬ ହୋଇଥିବା ବେଳେ ଆଉଟ୍ ହୋଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା ।
ଚଉକା, ଛକା ବର୍ଷା
ଭାରତ ପକ୍ଷରୁ ଓପନର୍ ସଞ୍ଜୁ ସାମସନ ସର୍ବାଧିକ ୮୯ ରନ୍ର ପାଳି ଖେଳିଛନ୍ତି । ୪୬ ବଲ୍ରେ ସଞ୍ଜୁ ୮ଟି ଛକା, ୫ଟି ଚଉକା ସହ ୮୯ ରନ୍ କରିଛନ୍ତି । ସେହିଭଳି ଅଭିଷେକ ଶର୍ମା ୨୧ ବଲ୍ରେ ୩ଟି ଛକା, ୬ଟି ଚଉକା ସହାୟତାରେ ୫୨ ରନ୍, ଇଶାନ କିଷନ ୨୫ ବଲ୍ରେ ୪ଟି ଛକା, ୪ଟା ଚଉକା ସହାୟତାରେ ୫୪ ରନ୍, ହାର୍ଦ୍ଦିକ ପାଣ୍ଡ୍ୟା ୧୩ ବଲ୍ରେ ୧୮ ରନ୍, ଶିବମ ଦୁବେ ୮ ବଲ୍ରେ ୨ ଛକା, ୩ ଚଉକା ସହାୟତାରେ ଅପରାଜିତ ୨୬ ରନ୍ କରିଛନ୍ତି ।
ଏଥିସହ ପଢ଼ନ୍ତୁ: ଆସୁ ଆସୁ ସଞ୍ଜୁ ଓ ଅଭିଷେକଙ୍କ ବ୍ୟାଟରୁ ଛକା, ଚଉକା ବର୍ଷା; ୪ ଓଭର୍ରେ ୫୦ ଟପିଲା ଭାରତ
ଭାରତୀୟ ଦଳ (ଚୂଡ଼ାନ୍ତ ଏକାଦଶ): ଅଭିଷେକ ଶର୍ମା, ସଞ୍ଜୁ ସାମସନ (ୱିକେଟ୍ ରକ୍ଷକ), ଇଶାନ କିଷନ, ସୂର୍ଯ୍ଯକୁମାର ଯାଦବ (ଅଧିନାୟକ), ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, ବଋଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂହ, ଜଶପ୍ରୀତ ବୁମ୍ରା ।
ନ୍ୟୁଜିଲାଣ୍ଡ (ଚୂଡ଼ାନ୍ତ ଏକାଦଶ): ଟିମ୍ ସିଫର୍ଟ (ୱିକେଟ୍ ରକ୍ଷକ), ଫିନ ଏଲନ, ରଚିନ ରବୀନ୍ଦ୍ର, ଗ୍ଲେନ୍ ଫିଲିପ୍ସ, ମାର୍କ ଚ୍ୟାପମ୍ୟାନ, ଡେରିଲ ମିଚେଲ, ଜେମ୍ସ ନିଶମ, ମିଚେଲ ସେଣ୍ଟନର (ଅଧିନାୟକ), ମ୍ୟାଟ ହେନରି, ଲକି କର୍ଗୁସନ, ଜ୍ୟାକବ ଡଫି ।

Related Topics
Explore more stories