World Cup Final / ଆସୁ ଆସୁ ସଞ୍ଜୁ ଓ ଅଭିଷେକଙ୍କ ବ୍ୟାଟରୁ ଛକା, ଚଉକା ବର୍ଷା; ୪ ଓଭର୍ରେ ୫୦ ଟପିଲା ଭାରତ
·4 months ago·2 min read

Key Points
ସଞ୍ଜୁ ସାମସନ ହେନରିଙ୍କ ପ୍ରଥମ ଓଭରର ପଞ୍ଚମ ବଲ୍ରେ ଛକା ମାରି ଖାତା ଖୋଲିଛନ୍ତି । ସଞ୍ଜୁଙ୍କ ବିସ୍ଫୋରକ ବ୍ୟାଟିଂ ସହ ତାଳ ଦେଇ ଅଭିଷେକ ଶର୍ମା ବି ଆଟାକିଂ ବ୍ଯାଟିଂ କରୁଛନ୍ତି ।
ଅହମଦାବାଦ: ନ୍ୟୁଜିଲାଣ୍ଡ-ଭାରତ ମଧ୍ୟରେ ଟି-ଟ୍ଵେଣ୍ଟି ବିଶ୍ଵକପ୍ର ଫାଇନାଲ୍ ମୁକାବିଲା ଆରମ୍ଭ ହୋଇ ଯାଇଛି । ଟସ୍ ଜିତି ନ୍ୟୁଜିଲାଣ୍ଡ ଫିଲ୍ଡିଂ କରୁଥିବା ବେଳେ ବ୍ୟାଟିଂ କରୁଛି ଭାରତ । ଆରମ୍ଭରୁ ଦୁଇ ଓପନର ସଞ୍ଜୁ ସାମସନ ଓ ଅଭିଷେକ ଶର୍ମା ନ୍ୟୁଜିଲାଣ୍ଡ ବୋଲରଙ୍କୁ ପ୍ରହାର ଆରମ୍ଭ କରି ଦେଇଛନ୍ତି ।
ସଞ୍ଜୁ ସାମସନ ହେନରିଙ୍କ ପ୍ରଥମ ଓଭରର ପଞ୍ଚମ ବଲ୍ରେ ଛକା ମାରି ଖାତା ଖୋଲିଛନ୍ତି । ସଞ୍ଜୁଙ୍କ ବିସ୍ଫୋରକ ବ୍ୟାଟିଂ ସହ ତାଳ ଦେଇ ଅଭିଷେକ ଶର୍ମା ବି ଆଟାକିଂ ବ୍ଯାଟିଂ କରୁଛନ୍ତି । ୪ ଓଭର୍ ସୁଦ୍ଧା ଭାରତ କୌଣସି ୱିକେଟ୍ ନ ହରାଇ ୫୧ ରନ୍ ସ୍କୋର୍ କରିଛି ।
ଏଥିସହ ପଢ଼ନ୍ତୁ: T20 ବିଶ୍ଵକପ୍ ଫାଇନାଲ୍ ପୂର୍ବରୁ ବଡ଼ ଖୁଲାସା; ଜଣାପଡ଼ିଲା କିଏ କାଟୁଛି କାହା ନାଁ...
୫ ଓଭର୍ ସୁଦ୍ଧା ଭାରତ କୌଣସି ୱିକେଟ ନ ହରାଇ ୭୨ ରନ୍ ସ୍କୋର୍ କରିଛି । ସଞ୍ଜୁ ସାମସନ ୧୭ ବଲ୍ରେ ୩୩ ରନ୍ର ବିସ୍ଫୋରକ ପାଳି ଖେଳିଛନ୍ତି । ଯେଉଁଥିରେ ୩ଟି ଛକା ସହ ୨ଟି ଚଉକା ସାମିଲ୍ ରହିଛି । ସେହିଭଳି ୧୩ ବଲ୍ରେ ୩୧ ରନ୍ ସଂଗ୍ରହ କରିଛନ୍ତି ଅଭିଷେକ ଶର୍ମା । ଯେଉଁଥିରେ ୩ଟି ଚଉକା ଓ ୨ଟି ଛକା ରହିଛି ।
ଭାରତୀୟ ଦଳ (ଚୂଡ଼ାନ୍ତ ଏକାଦଶ): ଅଭିଷେକ ଶର୍ମା, ସଞ୍ଜୁ ସାମସନ (ୱିକେଟ୍ ରକ୍ଷକ), ଇଶାନ କିଷନ, ସୂର୍ଯ୍ଯକୁମାର ଯାଦବ (ଅଧିନାୟକ), ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, ବଋଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂହ, ଜଶପ୍ରୀତ ବୁମ୍ରା ।
ଏଥିସହ ପଢ଼ନ୍ତୁ: ସେମି ଫାଇନାଲ୍ ଟିମ୍କୁ ରିପିଟ୍ କଲା ଭାରତ, ନ୍ୟୁଜିଲାଣ୍ଡ କଲା ଗୋଟିଏ ପରିବର୍ତ୍ତନ
ନ୍ୟୁଜିଲାଣ୍ଡ (ଚୂଡ଼ାନ୍ତ ଏକାଦଶ): ଟିମ୍ ସିଫର୍ଟ (ୱିକେଟ୍ ରକ୍ଷକ), ଫିନ ଏଲନ, ରଚିନ ରବୀନ୍ଦ୍ର, ଗ୍ଲେନ୍ ଫିଲିପ୍ସ, ମାର୍କ ଚ୍ୟାପମ୍ୟାନ, ଡେରିଲ ମିଚେଲ, ଜେମ୍ସ ନିଶମ, ମିଚେଲ ସେଣ୍ଟନର (ଅଧିନାୟକ), ମ୍ୟାଟ ହେନରି, ଲକି କର୍ଗୁସନ, ଜ୍ୟାକବ ଡଫି ।
The right momentum up top 📈
— BCCI (@BCCI) March 8, 2026
Abhishek Sharma and Sanju Samson give #TeamIndia a confident start early on 🤝
Updates ▶️ https://t.co/5LXBod8bl1#T20WorldCup | #MenInBlue | #Final | #INDvNZ | @OfficialAbhi04 | @IamSanjuSamson pic.twitter.com/XJa0pysxAG
ସଞ୍ଜୁ ସାମସନ ହେନରିଙ୍କ ପ୍ରଥମ ଓଭରର ପଞ୍ଚମ ବଲ୍ରେ ଛକା ମାରି ଖାତା ଖୋଲିଛନ୍ତି । ସଞ୍ଜୁଙ୍କ ବିସ୍ଫୋରକ ବ୍ୟାଟିଂ ସହ ତାଳ ଦେଇ ଅଭିଷେକ ଶର୍ମା ବି ଆଟାକିଂ ବ୍ଯାଟିଂ କରୁଛନ୍ତି । ୪ ଓଭର୍ ସୁଦ୍ଧା ଭାରତ କୌଣସି ୱିକେଟ୍ ନ ହରାଇ ୫୧ ରନ୍ ସ୍କୋର୍ କରିଛି ।
ଏଥିସହ ପଢ଼ନ୍ତୁ: T20 ବିଶ୍ଵକପ୍ ଫାଇନାଲ୍ ପୂର୍ବରୁ ବଡ଼ ଖୁଲାସା; ଜଣାପଡ଼ିଲା କିଏ କାଟୁଛି କାହା ନାଁ...
୫ ଓଭର୍ ସୁଦ୍ଧା ଭାରତ କୌଣସି ୱିକେଟ ନ ହରାଇ ୭୨ ରନ୍ ସ୍କୋର୍ କରିଛି । ସଞ୍ଜୁ ସାମସନ ୧୭ ବଲ୍ରେ ୩୩ ରନ୍ର ବିସ୍ଫୋରକ ପାଳି ଖେଳିଛନ୍ତି । ଯେଉଁଥିରେ ୩ଟି ଛକା ସହ ୨ଟି ଚଉକା ସାମିଲ୍ ରହିଛି । ସେହିଭଳି ୧୩ ବଲ୍ରେ ୩୧ ରନ୍ ସଂଗ୍ରହ କରିଛନ୍ତି ଅଭିଷେକ ଶର୍ମା । ଯେଉଁଥିରେ ୩ଟି ଚଉକା ଓ ୨ଟି ଛକା ରହିଛି ।
ଭାରତୀୟ ଦଳ (ଚୂଡ଼ାନ୍ତ ଏକାଦଶ): ଅଭିଷେକ ଶର୍ମା, ସଞ୍ଜୁ ସାମସନ (ୱିକେଟ୍ ରକ୍ଷକ), ଇଶାନ କିଷନ, ସୂର୍ଯ୍ଯକୁମାର ଯାଦବ (ଅଧିନାୟକ), ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, ବଋଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂହ, ଜଶପ୍ରୀତ ବୁମ୍ରା ।
ଏଥିସହ ପଢ଼ନ୍ତୁ: ସେମି ଫାଇନାଲ୍ ଟିମ୍କୁ ରିପିଟ୍ କଲା ଭାରତ, ନ୍ୟୁଜିଲାଣ୍ଡ କଲା ଗୋଟିଏ ପରିବର୍ତ୍ତନ
ନ୍ୟୁଜିଲାଣ୍ଡ (ଚୂଡ଼ାନ୍ତ ଏକାଦଶ): ଟିମ୍ ସିଫର୍ଟ (ୱିକେଟ୍ ରକ୍ଷକ), ଫିନ ଏଲନ, ରଚିନ ରବୀନ୍ଦ୍ର, ଗ୍ଲେନ୍ ଫିଲିପ୍ସ, ମାର୍କ ଚ୍ୟାପମ୍ୟାନ, ଡେରିଲ ମିଚେଲ, ଜେମ୍ସ ନିଶମ, ମିଚେଲ ସେଣ୍ଟନର (ଅଧିନାୟକ), ମ୍ୟାଟ ହେନରି, ଲକି କର୍ଗୁସନ, ଜ୍ୟାକବ ଡଫି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories