India vs New Zealand T20 / ସିରିଜ୍ ଜିତିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ, ନ୍ୟୁଜିଲାଣ୍ଡ ପାଇଁ କର ବା ମର ଲଢ଼େଇ…
·1 hour ago·3 min read

Key Points
ସିରିଜ୍ କବ୍ଜା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
ପ୍ରଥମ ଦୁଇଟି ଟି-୨୦ ଜିତିଥିବା ଭାରତ ତୃତୀୟ ମ୍ୟାଚ୍ ଜିତି ସିରିଜ୍ ହାତେଇବାକୁ କରିବ ଉଦ୍ୟମ
ନ୍ୟୁଜିଲାଣ୍ଡ ପାଇଁ କର ବା ମର ଲଢ଼େଇ
ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ହାଇଭୋଲଟେଜ ମ୍ୟାଚ। ଘରୋଇ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଆଜି ଖେଳାଯିବ ତୃତୀୟ ଟି-ଟ୍ୱେଣ୍ଟି । ପ୍ରଥମ ୨ଟି ମ୍ୟାଚ ଜିତି ସାରିଥିବା ଭାରତୀୟ ଦଳ ବିଜୟ ଜାରି ରଖି ସିରିଜ ଅକ୍ତିଆର କରିବାକୁ ଚେଷ୍ଟା କରିବ । ନ୍ୟୁଜିଲାଣ୍ଡ ପାଇଁ ଏହି ମ୍ୟାଚ ‘କର ବା ମର’ । ସିରିଜ ବଞ୍ଚାଇବାକୁ ହେଲେ ଘରୋଇ ଦଳକୁ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ହେବ । ପ୍ରଥମ ୨ଟି ଯାକ ମ୍ୟାଚରେ ଭାରତ ଟସ୍ ଜିତିଥିଲା ଓ ଦ୍ୱିତୀୟ ଭାଗରେ ବ୍ୟାଟିଂ କରି ବିଜୟ ହାସଲ କରିଥିଲା । ପ୍ରଥମ ମ୍ୟାଚ ତୁଳନାରେ ଦ୍ୱିତୀୟ ମ୍ୟାଚରେ ଭାରତର ବୋଲିଂରେ ସାମାନ୍ୟ ସୁଧାର ଦେଖିବାକୁ ମିଳିଥିଲା । ତଥାପି ନ୍ୟୁଜିଲାଣ୍ଡକୁ ଅଟକାଇବା ଭଳି ବୋଲିଂ ରଣନୀତି ପ୍ରସ୍ତୁତ ହୋଇନଥିବା ଏକ ପ୍ରକାର ସ୍ପଷ୍ଟ ପ୍ରମାଣିତ ହୋଇଥିଲା ।
ଭୁବନେଶ୍ୱର କୁମାର ୪ବର୍ଷ ପରେ ପ୍ରତ୍ୟାବର୍ତ୍ତନ କରିଥିଲେ ହେଁ ୨ଟି ମ୍ୟାଚରେ ମୋଟ୍ ୯୯ ରନ ପ୍ରଦାନ କରି ସାରିଥିବାବେଳେ ଅନ୍ୟ ବୋଲରମାନେ ମଧ୍ୟ ବ୍ୟୟବହୁଳ ସାବ୍ୟସ୍ତ ହୋଇଛନ୍ତି ।
ଆଜି ଗ୍ରାଉଣ୍ଡକୁ ଓହ୍ଲାଇବା ପୂର୍ବରୁ ଭାରତ ବୋଲିଂରେ ଉନ୍ନତି ଆଣିବ । ନ୍ୟୁଜିଲାଣ୍ଡ ସ୍ପିନରମାନଙ୍କୁ ସଠିକ୍ ଭାବେ ଉପଯୋଗ କରି ୱିକେଟ୍ ହାସଲ କରିବାରେ ସଫଳ ହୋଇଥିବାବେଳେ ଭାରତ ପ୍ରମୁଖ ସ୍ପିନରଙ୍କୁ ଏକାଦଶରେ ସାମିଲ ନ କରିବା ସମସ୍ତଙ୍କୁ ଚକିତ କରିଛି । ଆଜି ମଧ୍ୟ କୁଲଦୀପ ଯାଦବ କିମ୍ବା ବରୁଣ ଚକ୍ରବର୍ତ୍ତୀ ଏକାଦଶରେ ସ୍ଥାନ ପାଇବା ସମ୍ଭାବନା ନାହିଁ । ଇଶାନ କିଷନ ଇତି ମଧ୍ୟରେ ଅଭ୍ୟାସ ଆରମ୍ଭ କରିଛନ୍ତି । ତଥାପି ସେ ସମ୍ପୂର୍ଣ୍ଣ ମ୍ୟାଚ ଫିଟ୍ନେସ୍ ଫେରି ପାଇନଥିବା ବିସିସିଆଇ ଘୋଷଣା କରିଛି । ଆଜି ସେ ଖେଳିବେ ନାହିଁ । ଯାହା ଫଳରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ଆଉ ଏକ ସୁଯୋଗ ମିଳିବ।
ୱେଲିଂଟନ ଷ୍ଟାଡିୟମରେ ନ୍ୟୁଜିଲ୍ୟାଣ୍ଡର ପ୍ରଦର୍ଶନ ରେକର୍ଡ ବେଶୀ ଭଲ ନୁହେଁ, ବରଂ ମଧ୍ୟମ ଧରଣର ରହିଛି। ବାସ୍ତବରେ, ଗତ ଛଅ ବର୍ଷ ମଧ୍ୟରେ ଏହି ସ୍ଥାନରେ ସେମାନଙ୍କ ପ୍ରଦର୍ଶନ ଆହୁରି ଖରାପ ହୋଇଯାଇଛି। ୨୦୨୦ ମସିହାରୁ, ନ୍ୟୁଜିଲ୍ୟାଣ୍ଡ ଦଳ ଏହି ଷ୍ଟାଡିୟମରେ ମୋଟ ସାତୋଟି ଟି-୨୦ ମ୍ୟାଚ୍ ଖେଳିଛି, ଯେଉଁଥିରୁ ସେମାନେ କେବଳ ଦୁଇଟିରେ ବିଜୟୀ ହୋଇଛନ୍ତି। ଅନ୍ୟପକ୍ଷରେ, ଭାରତ ଏହି ସ୍ଥାନରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ତିନୋଟି ଟି-୨୦ ମ୍ୟାଚ୍ ଖେଳିଛି, ଯେଉଁଥିରୁ ଦୁଇଟିରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ତେବେ, ସବୁଠାରୁ ନିକଟ ଅତୀତରେ ଖେଳାଯାଇଥିବା ମୁକାବିଲାରେ ଭାରତ ବିଜୟୀ ହୋଇଥିଲା, ଯାହାର ଫଳାଫଳ 'ସୁପର ଓଭର' ମାଧ୍ୟମରେ ନିର୍ଦ୍ଧାରିତ ହୋଇଥିଲା।
ନ୍ୟୁଜିଲାଣ୍ଡ ମଧ୍ୟ ଏକାଦଶରେ ପରିବର୍ତ୍ତନ କରିବ । ମାଟ୍ ହେନରୀ ଖେଳିବେ ନାହିଁ । ଲୋକି ଫର୍ଗୁସନ ମଧ୍ୟ ଏକାଦଶକୁ ଫେରିବା ସମ୍ଭାବନା ନାହିଁ । ଫଳରେ କେଲି ଜାମିସନ ଓ ଆଡାମ ମିଲନେ ପେସ୍ ବୋଲିଂ ବିଭାଗ ସମ୍ଭାଳିବା ଏକ ପ୍ରକାର ନିଶ୍ଚିତ । ୱେଲିଂଟନ ପିଚ୍ ପେସ୍ ବୋଲରଙ୍କୁ ଭରପୁର ସହାୟତା କରିବ । ଏଠାରେ ବଲ୍ ଅତିରିକ୍ତ ବାଉନ୍ସ ହେଉଥିବାବେଳେ ପବନ ଯୋଗୁଁ ନୂଆ ବଲ୍ ସୁଇଂ ହେବା ନିଶ୍ଚିତ । ତେଣୁ ଟସ୍ ସେଭଳି ଗୁରୁତ୍ୱ ରଖିବ ନାହିଁ ।
ସମ୍ଭାବ୍ୟ ନ୍ୟୁଜିଲାଣ୍ଡ ଏକାଦଶ: ଫିନ ଆଲେନ, ଟିମ ସାଇଫର୍ଟ, ଡେଭନ କନୱେ/ବେଭନ ଜାକବ୍ସ, ଗ୍ଲେନ ଫିଲିପ୍ସ, ଡାରିଲ୍ ମିଚେଲ, ମାଇକେଲ ବ୍ରେସୱେଲ୍, ମିଚେଲ ସାଣ୍ଟନର (ଅଧିନାୟକ), ନାଥାନ ସ୍ମିଥ୍, କେଲି ଜାମିସନ, ଆଡାମ ମିଲନେ, ଜାକବ ଡଫି ।
ସମ୍ଭାବ୍ୟ ଭାରତୀୟ ଏକାଦଶ: ଅଭିଷେକ ଶର୍ମା, ସଞ୍ଜୁ ସାମସନ, ବୈଭବ ସୂର୍ଯ୍ୟବଂଶୀ, ଶ୍ରେୟାସ ଆୟର (ଅଧିନାୟକ), ତିଳକ ବର୍ମା, ନମନ ଧିର, ନୀତିଶ କୁମାର ରେଡ୍ଡୀ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ପ୍ର ିନ୍ସ ଯାଦବ/ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂହ ।

Getting into the groove in Wellington 💙 #TeamIndia | #NZvIND https://t.co/pBJHVSyvR5
— BCCI (@BCCI) October 26, 2026
ଆଜି ଗ୍ରାଉଣ୍ଡକୁ ଓହ୍ଲାଇବା ପୂର୍ବରୁ ଭାରତ ବୋଲିଂରେ ଉନ୍ନତି ଆଣିବ । ନ୍ୟୁଜିଲାଣ୍ଡ ସ୍ପିନରମାନଙ୍କୁ ସଠିକ୍ ଭାବେ ଉପଯୋଗ କରି ୱିକେଟ୍ ହାସଲ କରିବାରେ ସଫଳ ହୋଇଥିବାବେଳେ ଭାରତ ପ୍ରମୁଖ ସ୍ପିନରଙ୍କୁ ଏକାଦଶରେ ସାମିଲ ନ କରିବା ସମସ୍ତଙ୍କୁ ଚକିତ କରିଛି । ଆଜି ମଧ୍ୟ କୁଲଦୀପ ଯାଦବ କିମ୍ବା ବରୁଣ ଚକ୍ରବର୍ତ୍ତୀ ଏକାଦଶରେ ସ୍ଥାନ ପାଇବା ସମ୍ଭାବନା ନାହିଁ । ଇଶାନ କିଷନ ଇତି ମଧ୍ୟରେ ଅଭ୍ୟାସ ଆରମ୍ଭ କରିଛନ୍ତି । ତଥାପି ସେ ସମ୍ପୂର୍ଣ୍ଣ ମ୍ୟାଚ ଫିଟ୍ନେସ୍ ଫେରି ପାଇନଥିବା ବିସିସିଆଇ ଘୋଷଣା କରିଛି । ଆଜି ସେ ଖେଳିବେ ନାହିଁ । ଯାହା ଫଳରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ଆଉ ଏକ ସୁଯୋଗ ମିଳିବ।
- ୱେଲିଂଟନରେ ନ୍ୟୁଜିଲ୍ୟାଣ୍ଡର ପ୍ରଦର୍ଶନ ରେକର୍ଡ ପୂର୍ବରୁ ଖରାପ
ୱେଲିଂଟନ ଷ୍ଟାଡିୟମରେ ନ୍ୟୁଜିଲ୍ୟାଣ୍ଡର ପ୍ରଦର୍ଶନ ରେକର୍ଡ ବେଶୀ ଭଲ ନୁହେଁ, ବରଂ ମଧ୍ୟମ ଧରଣର ରହିଛି। ବାସ୍ତବରେ, ଗତ ଛଅ ବର୍ଷ ମଧ୍ୟରେ ଏହି ସ୍ଥାନରେ ସେମାନଙ୍କ ପ୍ରଦର୍ଶନ ଆହୁରି ଖରାପ ହୋଇଯାଇଛି। ୨୦୨୦ ମସିହାରୁ, ନ୍ୟୁଜିଲ୍ୟାଣ୍ଡ ଦଳ ଏହି ଷ୍ଟାଡିୟମରେ ମୋଟ ସାତୋଟି ଟି-୨୦ ମ୍ୟାଚ୍ ଖେଳିଛି, ଯେଉଁଥିରୁ ସେମାନେ କେବଳ ଦୁଇଟିରେ ବିଜୟୀ ହୋଇଛନ୍ତି। ଅନ୍ୟପକ୍ଷରେ, ଭାରତ ଏହି ସ୍ଥାନରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ତିନୋଟି ଟି-୨୦ ମ୍ୟାଚ୍ ଖେଳିଛି, ଯେଉଁଥିରୁ ଦୁଇଟିରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ତେବେ, ସବୁଠାରୁ ନିକଟ ଅତୀତରେ ଖେଳାଯାଇଥିବା ମୁକାବିଲାରେ ଭାରତ ବିଜୟୀ ହୋଇଥିଲା, ଯାହାର ଫଳାଫଳ 'ସୁପର ଓଭର' ମାଧ୍ୟମରେ ନିର୍ଦ୍ଧାରିତ ହୋଇଥିଲା।
ନ୍ୟୁଜିଲାଣ୍ଡ ମଧ୍ୟ ଏକାଦଶରେ ପରିବର୍ତ୍ତନ କରିବ । ମାଟ୍ ହେନରୀ ଖେଳିବେ ନାହିଁ । ଲୋକି ଫର୍ଗୁସନ ମଧ୍ୟ ଏକାଦଶକୁ ଫେରିବା ସମ୍ଭାବନା ନାହିଁ । ଫଳରେ କେଲି ଜାମିସନ ଓ ଆଡାମ ମିଲନେ ପେସ୍ ବୋଲିଂ ବିଭାଗ ସମ୍ଭାଳିବା ଏକ ପ୍ରକାର ନିଶ୍ଚିତ । ୱେଲିଂଟନ ପିଚ୍ ପେସ୍ ବୋଲରଙ୍କୁ ଭରପୁର ସହାୟତା କରିବ । ଏଠାରେ ବଲ୍ ଅତିରିକ୍ତ ବାଉନ୍ସ ହେଉଥିବାବେଳେ ପବନ ଯୋଗୁଁ ନୂଆ ବଲ୍ ସୁଇଂ ହେବା ନିଶ୍ଚିତ । ତେଣୁ ଟସ୍ ସେଭଳି ଗୁରୁତ୍ୱ ରଖିବ ନାହିଁ ।
ସମ୍ଭାବ୍ୟ ନ୍ୟୁଜିଲାଣ୍ଡ ଏକାଦଶ: ଫିନ ଆଲେନ, ଟିମ ସାଇଫର୍ଟ, ଡେଭନ କନୱେ/ବେଭନ ଜାକବ୍ସ, ଗ୍ଲେନ ଫିଲିପ୍ସ, ଡାରିଲ୍ ମିଚେଲ, ମାଇକେଲ ବ୍ରେସୱେଲ୍, ମିଚେଲ ସାଣ୍ଟନର (ଅଧିନାୟକ), ନାଥାନ ସ୍ମିଥ୍, କେଲି ଜାମିସନ, ଆଡାମ ମିଲନେ, ଜାକବ ଡଫି ।
ସମ୍ଭାବ୍ୟ ଭାରତୀୟ ଏକାଦଶ: ଅଭିଷେକ ଶର୍ମା, ସଞ୍ଜୁ ସାମସନ, ବୈଭବ ସୂର୍ଯ୍ୟବଂଶୀ, ଶ୍ରେୟାସ ଆୟର (ଅଧିନାୟକ), ତିଳକ ବର୍ମା, ନମନ ଧିର, ନୀତିଶ କୁମାର ରେଡ୍ଡୀ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ପ୍ର ିନ୍ସ ଯାଦବ/ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂହ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories